ମଦ୍ୟପ ସ୍ୱାମୀର ଉନ୍ମତ୍ତ କାଣ୍ଡ: ଅଟୋରୁ ସ୍ତ୍ରୀ ଓ ନବଜାତକକୁ ଠେଲିଦେଲା

ସୋର: ମଦୁଆ ସ୍ୱାମୀର ଉନ୍ମକ୍ତ କାଣ୍ଡ । ଚଳନ୍ତା ଅଟୋରୁ ସ୍ତ୍ରୀ ଓ ନବଜାତ ଶିଶୁକୁ ଠେଲି ଦେଇ ଫେରାର ସ୍ୱାମୀ । ବାଲେଶ୍ୱର ଜିଲ୍ଲା ସୋର ଅଞ୍ଚଳରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା । ନବଜାତ ଶିଶୁ ଓ ମାକୁ ସ୍ଥାନୀୟ ଲୋକ ଉଦ୍ଧାର କରି ପ୍ରଥମେ ସୋର ଡାକ୍ତରଖାନାକୁ ଆଣିଥିଲେ, ସେଠାରେ ଉଭୟଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ବାଲେଶ୍ୱର ମୁଖ୍ୟଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।

ଔପଦା ବ୍ଲକ୍ କମାରପାଳ ଗରୁଡହତା ଅଞ୍ଚଳର ପ୍ରଦୀପ ଗିରି କେନ୍ଦ୍ରାପଡା ରାଜ କନିକା ଅଞ୍ଚଳର ସଙ୍ଗୀତାଙ୍କୁ ପ୍ରେମ ବିବାହ କରିଥିଲେ । ଗତ ୪ ଦିନ ତଳେ ସୋରସ୍ଥିତ ଏକ ଘରୋଇ ନର୍ସିଂହୋମରେ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ ସଙ୍ଗୀତା । ଆଜି ନର୍ସିଂହୋମରୁ ଡିସଚାର୍ଜ ହୋଇ ଘରକୁ ଫେରୁଥିବା ବେଳେ ସଙ୍ଗୀତାଙ୍କ ବାପ ଘର ଲୋକ ସଙ୍ଗୀତାକୁ କାହିଁକି ଦେଖାକରିବାକୁ ଆସିନଥିଲେ ତାକୁ ନେଇ ସ୍ୱାମୀ ଗାଳିଗୁଲଜ କରିବା ସହ ପ୍ରଦୀପ ଉଭୟ ନବଜାତ ଶିଶୁ ଓ ସ୍ତ୍ରୀକୁ ଚଳନ୍ତା ଅଟୋରୁ ତଳକୁ ଠେଲି ଦେଇଥିଲେ ।

Leave a Reply