ପ୍ରଧାନମନ୍ତ୍ରୀଙ୍କୁ ଜୀବନରୁ ମାରିଦେବାର ଧମକ

1 min read

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଜୀବନରୁ ମାରିଦେବାର ଧମକ । ବୋମା ବିସ୍ଫୋରଣ କରି ଉଡ଼ାଇ ଦେବାକୁ ଧମକ ଦେଇଛି ଜଣେ ଅଜଣା ବ୍ୟକ୍ତି । ଏହାକୁ ନେଇ National Investigation Agency ବା ଜାତୀୟ ଗୁଇନ୍ଦା ବିଭାଗକୁ ଏକ ଧମକପୂର୍ଣ୍ଣ ମେଲ୍‌ ଆସିଛି । ୨୦ କିଲୋଗ୍ରାମ ଆରଡିଏକ୍ସ ରଖିଥିବା ମେଲ ଆସିଛି ।

ଏହି ଧମକଭରା ମେଲରୁ ଜଣାପଡ଼ୁଛି ପ୍ରଧାନମନ୍ତ୍ରୀଙ୍କ ସହ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ନେବାପାଇଁ ସେ ପ୍ରସ୍ତୁତ । ଉକ୍ତ ଅଜଣା ବ୍ୟକ୍ତି ଲେଖିଛିଯେ, ମୁଁ ଏଭଳି କିଛି ଆତଙ୍କବାଦୀଙ୍କୁ ସାକ୍ଷାତ କରିଛି ଯେଉଁମାନେ ମୋତେ ସାହାଯ୍ୟ କରିବେ । ମୋତେ ଅତି ସହଜରେ ବୋମା ମିଳି ଯାଇଥିବାରୁ ମୁଁ ବେଶ୍‌ ଖୁସି ଅଛି । ଏବେ ମୁଁ ଯେଉଁଠି ଚାହିଁବି ସେଇଠି ବିସ୍ଫୋରଣ କରିବି । ୨୦ଟି ବଡ଼ ସହରରେ ଆତଙ୍କ ସୃଷ୍ଟି କରି ମୁଁ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ନେବି । ଗତ ଫେବ୍ରୁଆରୀ ୨୮ରୁ ସେ ସ୍ଲିପର ସେଲକୁ ସକ୍ରିୟ କରିସାରିଥିବା ମଧ୍ୟ ଉଲ୍ଲେଖ କରିଛି ।

ଏହି ଧମକଭରା ମେଲ୍‌ ପାଇବା ପରେ ଏନଆଇଏ ଏବଂ ଅନ୍ୟ ଗୁଇନ୍ଦା ବିଭାଗ ମେଲ ପଠାଇଥିବା ବ୍ୟକ୍ତିକୁ ଟ୍ରେସ୍‌ କରିବାକୁ ଚେଷ୍ଟା କରୁଛନ୍ତି । ସେମାନେ ଆଇପି ଠିକଣାକୁ ଟ୍ରାକ୍‌ କରିବାକୁ ଉଦ୍ୟମ ଜାରି ରଖିଛନ୍ତି  ଏବଂ ଯଥାଧିକ ସୂଚନା ସଂଗ୍ରହ କରିବାରେ ଲାଗି ପଡ଼ିଛନ୍ତି ।  କିନ୍ତୁ ଏହାକୁ ନେଇ ଏନଆଇଏ ଏପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବରେ କୌଣସି ସୂଚନା ଜାରି କରିନାହିଁ ।

ତେବେ ଏହି ମେଲ୍‌ ପାଇବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷା ବ୍ୟବସ୍ଥାକୁ ପୂର୍ବାପେକ୍ଷା ଅଧିକ କଡ଼ାକଡ଼ି କରିଦିଆଯାଇଛି ।