ଆଇସିଏସଇ ଦଶମ ବୋର୍ଡ ପରୀକ୍ଷା ବାତିଲ

1 min read

ନୂଆଦିଲ୍ଲୀ: ସିବିଏସଇ ପରେ ଆଇସିଏସଇ ଦଶମ ବୋର୍ଡ ପରୀକ୍ଷା ମଧ୍ୟ ବାତିଲ ହୋଇଛି। କରାେନା ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାରୁ ଏପରି ନିଷ୍ପତ୍ତି ନିଆଯାଇଛି । ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇ ପରୀକ୍ଷା ବାତିଲ ହୋଇଛି ।

ତେବେ ରେଜଲ୍ଟ କେଉଁ ଆଧାରରେ ବାହାରିବ ତାହା ପରବର୍ତ୍ତୀ ସମୟରେ ଜଣାଯିବ ବୋଲି ଆଇସିଏସଇ ପକ୍ଷରୁ କୁହାଯାଇଛି । ପୂର୍ବ ନିଷ୍ପତ୍ତି ଅନୁସାରେ ଦ୍ବାଦଶ ପରୀକ୍ଷା କରୋନା ପରିସ୍ଥିତି ସୁଧୁରିଲେ ଅଫଲାଇନରେ ହେବ। ସେପଟେ ଆଇସିଏସଇ ଅନୁବଦ୍ଧିତ ସ୍କୁଲ ଏକାଦଶ ପାଇଁ ଆଡମିଶନ ଆରମ୍ଭ କରିବାକୁ ନିଷ୍ପତ୍ତି ହୋଇଛି । ଏହାଛଡା ଅନଲାଇନ କ୍ଲାସ୍ ମଧ୍ୟ ଆରମ୍ଭ କରିବାକୁ ନିଷ୍ପତ୍ତି ହୋଇଛି । ଆଇଏସସି ୨୦୨୩ ସିଲାବସ ପାଠପଢିବେ ପିଲା ।

ଗତ ଏପ୍ରିଲ୍ ୧୬ ତାରିଖରେ କରୋନା ସଂକ୍ରମଣ ବିପଦକୁ ଦେଖି ICSE ବୋର୍ଡ ଦଶମ ଓ ଦ୍ୱାଦଶ ପରୀକ୍ଷା ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଥିଲା । ନୂତନ ପରୀକ୍ଷା ତାରିଖ ସଂକ୍ରମଣ ସ୍ଥିତିକୁ ଦେଖି ଜୁନ୍ ପ୍ରଥମ ସପ୍ତାହରେ ସ୍ଥିର କରାଯିବ ବୋଲି କୁହାଯାଇଥିଲା ଏବେ ପରୀକ୍ଷାକୁ ବାତିଲ କରାଯାଇଛି। ଏହା ପୂର୍ବରୁ ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷା ରଦ୍ଦ କରିଥିବା ବେଳେ ଦ୍ୱାଦଶ ଶ୍ରେଣୀ ପରୀକ୍ଷାକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଥିଲା।

ସେହିପରି କେନ୍ଦ୍ର ସରକାରଙ୍କ ପକ୍ଷରୁ ମଧ୍ୟ କରୋନା ସଂକ୍ରମଣକୁ ଦେଖି NEET PG ପରୀକ୍ଷାକୁ ସ୍ଥଗିତ ରଖିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା ।

ଅଧିକ ପଢନ୍ତୁ- କରୋନା ପାଇଁ ଜେଇଇ ମେନ୍ ପରୀକ୍ଷା ସ୍ଥଗିତ: ୧୫ ଦିନ ପୂର୍ବରୁ ପରବର୍ତ୍ତୀ ତାରିଖ ଘୋଷଣା ହେବ

Leave a Reply