ଆଗାମୀ ୪୮ ଘଣ୍ଟା ମଧ୍ୟରେ ହିମାଚଳରେ ପ୍ରବଳ ବର୍ଷା ଆଲର୍ଟ

1 min read

ଶିମଳା: ଦେଶରେ ପୁଣି ଥରେ ମୌସୁମୀ ବାୟୁ ସକ୍ରିୟ ହୋଇପଡିଛି । ଯାହା ଫଳରେ ପାହାଡିଆ ଅଞ୍ଚଳରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବାରେ ଲାଗିଛି । ହିମାଚଳ ପ୍ରଦେଶର କାଙ୍ଗଡା ଜିଲ୍ଲାରେ ବାଦଲ ଫଟା ବର୍ଷା ଯୋଗୁଁ ବହୁ କ୍ଷୟକ୍ଷତି ହୋଇଛି ।

ଏଭଳି ସମୟରେ ହିମାଚଳରେ ଆଗାମୀ ୪୮ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ଆଲର୍ଟ ଜାରି କରାଯାଇଛି । ଏପରିକି ବାଦଲ ଫଟା ବର୍ଷା ନେଇ ମଧ୍ୟ ସତର୍କ ସୂଚନା ଜାରି କରାଯାଇଛି । ପାଣିପାଗ ବିଭାଗ ପକ୍ଷରୁ ଅରେଞ୍ଜ ଆଲର୍ଟ ଜାରି କରାଯିବା ସହ ସତର୍କ ରହିବାକୁ ଜନସାଧାରଣଙ୍କୁ ଚେତାବନୀ ଦିଆଯାଇଛି ।

ଉତ୍ତର ଭାରତରେ ମୌସୁମୀ ସକ୍ରିୟ- 

ଗଣମାଧ୍ୟମକୁ ସୂଚନା ଦେଇ ପାଣିପାଗ ବିଭାଗର ଜଣେ ବରିଷ୍ଠ ବୖେଜ୍ଞାନିକ କହିଛନ୍ତି ଯେ ରାଜସ୍ଥାନ ଓ ପଞ୍ଜାବର କିଛି ଅଂଶରେ ମୗେସୁମୀ ପହଞ୍ଚିଥିବା ବେଳେ ଦିଲ୍ଲୀରେ ସ୍ଥିତି ଅନୁକୂଳ ରହିଛି । ସେହିପରି ଉତ୍ତର ଭାରତର ଅନେକ ସ୍ଥାନରେ ମୗେସୁମୀ ସକ୍ରିୟ ହୋଇଛି, ଯେଉଁଥିରେ ହିମାଚଳ ଓ ଉତ୍ତରାଖଣ୍ଡ ରହିଛି ।

ହିମାଚଳ ପ୍ରଦେଶର କାଙ୍ଗଡା ଜିଲ୍ଲାରେ ବାଦଲ ଫଟା ବର୍ଷା ଯୋଗୁଁ ଅଚାନକ ନଦୀ ଗୁଡିକରେ ଜଳସ୍ତର ବୃଦ୍ଧି ପାଇଥିଲା । ଫଳରେ ବହୁ କ୍ଷୟକ୍ଷତି ହୋଇଥିବା ବେଳେ ନଦୀ କୂଳିଆ ଅଞ୍ଚଳ ପାଇଁ ଆଲର୍ଟ ଜାରି କରାଯାଇଥିଲା ।

ତେବେ ବାଦଲ ଫଟା ବର୍ଷା ଘଟଣା ସମ୍ପର୍କରେ ଗୃହ ମନ୍ତ୍ରୀ ଅମିତ ଶାହ ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ଜୟରାମ ଠାକୁରଙ୍କ ସହ ଆଲୋଚନା କରିଛନ୍ତି । ଏହି ସମୟରେ ସେ ଯଥାସମ୍ଭବ ସହାୟତାର ପ୍ରତିଶ୍ରୁତି ଦେଇଛନ୍ତି । ଯାହା ପରେ ଉଦ୍ଧାର କାର୍ଯ୍ୟ ଲାଗି ଏନଡିଆରଏଫ୍ ଟିମ୍ ଘଟଣାସ୍‌ଥଳରେ ପହଞ୍ଚିଥିବା ନେଇ ଟ୍ୱିଟ୍ କରି ସୂଚନା ଦେଇଥିଲେ ଅମିତ ଶାହ ।

Leave a Reply