ଶ୍ରୀମନ୍ଦିରରେ ଭକ୍ତଙ୍କ ପୋଷାକ ପରିଧାନରେ ଆସିବ ଶାଳୀନତା

ପୁରୀ : ଶ୍ରୀମନ୍ଦିରରେ ଭକ୍ତଙ୍କ ପୋଷାକ ପରିଧାନରେ ଆସିବ ଶାଳୀନତା । ଅଶ୍ଳୀଳତାକୁ କୌଣସି ପରିସ୍ଥିତିରେ ପ୍ରଶ୍ରୟ ଦିଆଯିବନାହିଁ । ହାଫ୍ ପ୍ୟାଣ୍ଟ, ଚିରାଫଟା ପୋଷାକ, ମିନି ଡ୍ରେସ୍ ଆଦି ପିନ୍ଧି କେହି ବଡ଼ଦେଉଳରେ ପ୍ରବେଶ କରିପାରିବେ ନାହିଁ । ଏଥିପାଇଁ ଶ୍ରଦ୍ଧାଳୁଙ୍କୁ ସଚେତନ କରିବେ ଜେଟିପି  । ଜେଟିପି ମାନେ ଆଚରଣ, ଉଚ୍ଚାରଣ ଓ ବ୍ୟବହାର ଠିକ ରଖି ପର୍ଯ୍ୟଟକ ଓ ଭକ୍ତଙ୍କୁ ସଚେତନ କରିବେ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି  । ସବୁ ସେବାୟତ ନିଯୋଗ ଓ ହୋଟେଲର ସହଯୋଗ ନିଆଯାଇଛି । ସମସ୍ତେ ସଚେତନ ହେଲେ ଏ ପ୍ରକ୍ରିୟା ସଫଳ ହେବ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ ଦାସ କହିଛନ୍ତି  । ଭକ୍ତମାନେ ଶାଳୀନତାପୂର୍ବକ ପାରମ୍ପରିକ ପୋଷାକ ପରିଧାନ କରି ମନ୍ଦିର ଆସିବେ। ଏଥିପାଇଁ ପ୍ରଥମେ ଶ୍ରଦ୍ଧାଳୁଙ୍କୁ ସଚେତନ କରାଯାଉଛି  । Banakalagi Ritual Of Lord Jagannath Tomorrow - Pragativadi

ନୂଆବର୍ଷ ଅର୍ଥାତ୍ ଜାନୁଆରି ପହିଲାରୁ ଏହି ନିୟମ କଡ଼ାକଡ଼ି କରାଯିବ। ଯେଉଁମାନେ ଏହାକୁ ଅମାନ୍ୟ କରିବେ, ସେମାନଙ୍କୁ ଶ୍ରୀମନ୍ଦିର ପ୍ରବେଶ ବାରଣ କରାଯିବ। ଏଥିପାଇଁ ଜେଟିପିଙ୍କୁ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅଧ୍ୟକ୍ଷତାରେ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ଉନ୍ନୟନ ପ୍ରଶାସକ, ସୁରକ୍ଷା ପ୍ରଶାସକ, ଶ୍ରୀମନ୍ଦିର କମାଣ୍ଡର ଓ ଜେଟିପି ପୋଲିସ ଉପସ୍ଥିତ ରହିଥିଲେ  ।