spot_img

Latest Posts

ରାୟପୁରରେ ଟିମ୍ ଇଣ୍ଡିଆର ପରାଜୟ

ନନ୍ଦିଘୋଷ ବ୍ୟୁରୋ : ଦକ୍ଷିଣ ଆଫ୍ରିକା ଦିନିକିଆ ସିରିଜର ଦ୍ୱିତୀୟ ମ୍ୟାଚରେ ଟିମ୍ ଇଣ୍ଡିଆକୁ ୪ ୱିକେଟରେ ପରାସ୍ତ କରିଛି। ରାୟପୁରରେ ଟିମ୍ ଇଣ୍ଡିଆ ୩୫୮ ରନ୍ କରିବା ସତ୍ତ୍ୱେ ବିଜୟ ହାସଲ କରିପାରି ନଥିଲା। ପ୍ରଥମେ ବ୍ୟାଟିଂ କରି, ଭାରତ ଋତୁରାଜ ଗାୟକୱାଡ ଏବଂ ବିରାଟ କୋହଲିଙ୍କ ଶତକ ସହାୟତାରେ ଏକ ବଡ଼ ସ୍କୋର କରିଥିଲା ​​କିନ୍ତୁ ଦକ୍ଷିଣ ଆଫ୍ରିକା ଏଡେନ୍ ମାର୍କରମଙ୍କ ଦୃଢ଼ ଶତକ ସହାୟତାରେ ଉପଯୁକ୍ତ ଜବାବ ଦେଇଥିଲା। ତା’ପରେ, ମାଥ୍ୟୁ ବ୍ରେଜ୍କି ଏବଂ ଡେୱାଲ୍ଡ ବ୍ରେଭିସଙ୍କ ଅର୍ଦ୍ଧଶତକୀୟ ଇନିଂସ ଆଧାରରେ, ଭାରତ ଏକ ରେକର୍ଡ ପିଛା କରି ବିଜୟୀ ହୋଇଥିଲା।

ରାୟପୁରରେ ଟିମ୍ ଇଣ୍ଡିଆ ପ୍ରଥମେ ବ୍ୟାଟିଂ କରି ଏକ ବଡ଼ ସ୍କୋର କରିଥିଲା । ଲଗାତାର ଦ୍ୱିତୀୟ ମ୍ୟାଚ୍ ପାଇଁ ବିରାଟ କୋହଲି ଏକ ସ୍ମରଣୀୟ ଇନିଂସ ଖେଳିଲେ। କୋହଲି ୧୦୨ ରନ କରି ତାଙ୍କର ୫୩ତମ ଦିନିକିଆ ଶତକ ହାସଲ କଲେ। ଋତୁରାଜ ଗାୟକୱାଡ ୧୦୫ ରନ କରି  ତାଙ୍କର ପ୍ରଥମ ଦିନିକିଆ ଶତକ ହାସଲ କରିଥିଲେ, ତାହା ମଧ୍ୟ ମାତ୍ର ୭୭ ବଲରେ। ରବିନ୍ଦ୍ର ଜାଡେଜା  ୨୭ ବଲରେ ୨୪ ରନ୍, ୱାଶିଂଟନ୍ ସୁନ୍ଦର ୮ ବଲରେ ୧ ରନ୍, ଏବଂ ଯଶସ୍ୱୀ ଜୟସ୍ୱାଲ ୩୮ ବଲରେ ୨୨ ରନ କରିଥିଲେ ।  ଟିମ୍ ଇଣ୍ଡିଆ ଶେଷ ୧୦ ଓଭରରେ ମାତ୍ର ୭୪ ରନ୍ କରିଥିଲା, ଯାହା ସେମାନଙ୍କୁ ୩୫୮ ରନରେ ସୀମିତ କରିଥିଲା।

ଦକ୍ଷିଣ ଆଫ୍ରିକାର ଏଡେନ୍ ମାର୍କରାମ (୧୧୦) ଭାରତ ପାଇଁ ବିପଦ ସୃଷ୍ଟି କରିଥିଲା । ଦକ୍ଷିଣ ଆଫ୍ରିକା ୪୯.୨ ଓଭରରେ ବିଜୟୀ ହୋଇଥିଲା। ଏହା ସହିତ, ସିରିଜ୍ ୧-୧ରେ ବରାବର ହୋଇଛି । ଶେଷ ଦିନିକିଆ ଡିସେମ୍ବର ୬ ତାରିଖରେ ବିଶାଖାପାଟଣାରେ ହେବ।

Latest Posts

Don't Miss