ନନ୍ଦିଘୋଷ ବ୍ୟୁରୋ : ଟି-ଟ୍ବେଣ୍ଟି ବିଶ୍ବକପରେ ଭାରତର ବିଜୟ । ପାକିସ୍ତାନକୁ ୬୧ ରନରେ ହରାଇଲା ଭାରତ । ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ଆଗରେ ୧୭୬ ରନର ଟାର୍ଗେଟ ଦେଇଥିଲା ଟିମ୍ ଇଣ୍ଡିଆ । ଜବାବରେ ପାକିସ୍ତାନ ୧୧୪ ରନରେ ଅଲଆଉଟ୍ । ପ୍ରଥମରୁ ପାକିସ୍ତାନକୁ ଝଟକା ଦେଇଥିଲା ଭାରତ । ପ୍ରଥମ ଓଭରରେ ସେହେଓ୍ବାଜ ଫରାନ ଆଉଟ୍ । ଖାତା ଖୋଲି ପାରିନଥିଲେ ସେହେଓ୍ବାଜ । ହାର୍ଦ୍ଦିକ ପାଣ୍ଡିଆଙ୍କ ବଲରେ ରିଙ୍କୁ ସିଂ ଧରିଥିଲେଲେ ସେହେଓ୍ବାଜଙ୍କ କ୍ୟାଚ । ଦ୍ବିତୀୟ ଓଭରରେବୁମରାଙ୍କ ବଲରେ ଏଲବିଡବଲୁ ହୋଇଥିଲେ ସାଇମ ଆୟୁବ । ପରେ କ୍ୟାପଟେନ୍ ସଲମନ ଆଘା ବୁମରାଙ୍କ ବଲରେ କ୍ୟାଚଆଉଟ୍ ପେଭିଲିୟନ ଫେରିଥିଲେ । ହାର୍ଦ୍ଦିକ ପାଣ୍ଡିଆ ଧରିଥିଲେ କ୍ୟାଚ୍ । ଦଳ ପକ୍ଷରୁ ଉସମାନ ଖାନ ସର୍ବାଧିକ ୪୪ ରନ କରିବାରେ ସକ୍ଷମ ହୋଇଥିଲେ । ଭାରତ ପକ୍ଷରୁ ବରୁଣ, ବୁମରା, ଅକ୍ଷର ଓ ହାର୍ଦ୍ଦିକଙ୍କୁ ଦୁଇଟି ଲେଖାଏଁ ଓ୍ବିକେଟ୍ ମିଳିଥିଲା । ଇସାନ କିଷାନଙ୍କ ଦମଦାର ୪୦ ବଲରେ ୭୭ ରନର ଧୂଆଁଧାର ଇନିଂସ ଖେଳିଥିଲୋ । ଏହି ବିଜୟ ସହ ସୁପର 8କୁ କ୍ବାଲିଫାଏ କଲା ଟିମ ଇଣ୍ଡିଆ । ପ୍ରଥମେ ବ୍ଯାଟି କରି ୨୦ ଓଭରରେ ୭ ୱିକେଟ ହରାଇ ଭାରତ କରିଥିଲା ୧୭୫ ରନ । ଟସ ଜିତି ପାକିସ୍ତାନ ପ୍ରଥମେ ଫିଲ୍ଡିଂ କରିଥିଲା । ଭାରତକୁ ପ୍ରାରମ୍ଭିକ ଝଟକା ଦେଇଥିଲେ ଅଭିଷେକ ଶର୍ମା । ଖାତା ନଖୋଲି ପ୍ରଥମ ଓଭରରେ ହିଁ ସଲମାନ ଆଘାଙ୍କ ବଲରେ କଟକ ଆଉଟ ହୋଇଯାଇଥିଲେ ଅଭିଷେକ । ତେବେ ଧୂଆଁଧାର ବ୍ୟାଟିଂ କରିଥିଲେ ଇଶାନ କିଷାନ । ଇଶାନ କିଷାନ ୪୦ ବଲ ଖେଳି ୭୭ ରନ ସଂଗ୍ରହ କରିଥିଲେ । ଇଶାନଙ୍କ ୭୭ ରନରେ ରହିଛି ୩ଟି ଛକା ଓ ୧୦ ଚୌକା । ଇଶାନ କିଷାନଙ୍କୁ ବେଶ ଦୃଢ ସାଥ ଦେଇଥିଲେ ତୀଳକ ବର୍ମା । ତୀଳକ ବର୍ମା ୨୪ ବଲରେ ୨୫ ରନ କରିଥିଲେ । ସେ ଗୋଟିଏ ଛକା ଓ ଦୁଇଟି ଚୌକା ସହାୟତାରେ କରିଥିଲେ ୨୫ ରନ । କ୍ୟାପଟେନ ସୂର୍ଯ୍ୟକୁମାର ଯାଦବ ୨୯ ବଲରେ ୩୨ ରନ କରି ଦଳକୁ ଏକ ସମ୍ମାନଜନକ ସ୍ଥିତିରେ ପହଞ୍ଚାଇଥିଲେ । ସେ ୩ଟି ଚୌକା ମାରିଥିଲେ । କୌଣସି ରନ ନକରି ପ୍ରଥମ ବଲରେ ହିଁ ପାଭିଲିୟନକୁ ଫେରିଯାଇଥିଲେ ହାର୍ଦ୍ଦିକ ପାଣ୍ଡ୍ୟା । ତେବେ ଶୁଭମ ଦୁବେ ଆର୍ଷଣୀୟ ସଟ୍ ଖେଳିଥିଲେ । ଶୁଭମ ଦୁବେ ୧୭ ବଲରେ ୨୭ ରନ କରି ରନ ଆଉଟ୍ ହୋଇଥିଲେ । ସେ ୩ଟି ଚୌକା ଓ ଗୋଟିଏ ଛକା ମାରିଥିଲେ । ରିଙ୍କୁ ସିଂ ଗୋଟିଏ ଛକା ଓ ଗୋଟିଏ ଚୌକା ସହାୟତରା ୪ ଟି ବଲରେ ୧୧ ରନ କରିଥିଲେ । ଶେଷରେ ଅକ୍ଷର ପଟେଲେ ଗୋଟିଏ ବଲ ଖେଳି ଆଉଟ ହୋଇଥିଲେ । ପାକିସ୍ତାନ ପକ୍ଷରୁ ସର୍ବାଧିକ ୱିକେଟ ନେଇଥିଲେ ସାମ ଆୟୁବ । ୪ ଓଭରରେ ୨୫ ରନ ଦେଇ ୩ଟି ୱିକେଟ୍ ନେଇଥିଲେ । ବହୁଚର୍ଚ୍ଚିତ ସ୍ପିନ ବୋଲର ଉସମାନ ତାରିକଙ୍କୁ ମିଳିଥିଲା ଗୋଟିଏ ୱିକେଟ୍ । ସଲମାନ ଆଘା ଓ ସାହିନ ଆଫ୍ରିଦିଙ୍କୁ ଗୋଟିଏ ଲେଖାଏଁ ୱିକେଟ ମିଳିଥିଲା ।

