ଏସିଆ କପ ସେମିଫାଇନାଲ ମ୍ୟାଚରେ ବାଂଲାଦେଶକୁ ଶୋଚନୀୟ ପରାସ୍ତ କରିଛି ଭାରତ

ନନ୍ଦିଘୋଷ ବ୍ୟୁରୋ : ଏସିଆ କପ ଫାଇନାଲରେ ଭାରତ । ଏହା ସହ ପଦକ ପକ୍କା କରିଛି ଭାରତ । ଆଜି ଅନୁଷ୍ଠିତ ମ୍ୟାଚରେ ବାଂଲାଦେଶକୁ ଶୋଚନୀୟ ପରାସ୍ତ କରିଛି ଭାରତ । ୨୦ ଓଭରରେ ବାଂଲାଦେଶ ଟିମ ମାତ୍ର ୯୬ ରନ କରିଥିବାବେଳେ ଭାରତୀୟ ଟିମ ମାତ୍ର ୯.୨ ଓଭରରେ ଗୋଟିଏ ଓ୍ବିକେଟ ହରାଇ ଲକ୍ଷ୍ୟ ହାସଲ କରିଥିଲେ । ଅଧିନାୟକ ଋତୁରାଜ ଗାଏକଓ୍ବାଡ ଅପରାଜିତ ୪୦ ରନ କରିଥିବାବେଳେ ତିଲକ ବର୍ମା ୫୫ ରନ କରି ଅପରାଜିତ ଥିଲେ । ପୂର୍ବରୁ ୨୦ ଓଭରରେ ୯୬ ରନ କରିଥିଲା ବାଂଲାଦେଶ ଟିମ ।

ବାଂଲାଦେଶ ପକ୍ଷରୁ ପରଭେଜ ଏମନ ୨୩ ରନ କରିଥିବାବେଳେ ଜାକର ଅଲ୍ଲୀ ୨୪ ରନ କରି ଅପରାଜିତ ଥିଲେ । ମହମ୍ମଦ ଜୟ ୫ ରନ କରି ଆଉଟ ହୋଇଯାଇଥିଲେ । ବୋଲିଂରେ ସାଇକିଶୋରଙ୍କୁ ବିଶେଷ ସଫଳତା ମିଳିଛି । ସେ ୩ଟି ଓ୍ବିକେଟ ହାସଲ କରିଥିଲେ । ଓ୍ବାଶିଂଟନ ସୁନ୍ଦର ୨ଟି ଓ୍ବିକେଟ ନେଇଥିଲେ ।