୧୧୭୮ ଜଣଙ୍କ ଆକାଉଣ୍ଟ ବ୍ଲକ୍ ଲାଗି ଟ୍ୱିଟରକୁ କହିଲେ ସରକାର

1 min read
Abusive Content Supreme Court Issues Notice To Centre And Twitter

ନୂଆଦିଲ୍ଲୀ: ଭାରତରେ ଟ୍ୱିଟର ବ୍ୟବସାୟକୁ ନେଇ ସଙ୍କଟ ଦେଖାଦେଇଛି । ଏଭଳି ସମୟରେ ମାଇକ୍ରୋ ବ୍ଲଗିଂ ପ୍ଲାଟଫର୍ମକୁ ୧,୧୭୮ ଆକାଉଣ୍ଟକୁ ବ୍ଲକ୍ କରିବା ଲାଗି ସରକାର ନିର୍ଦ୍ଦେଶ ଦେଇଛନ୍ତି । ସରକାରୀ ସୂଚନା ଅନୁଯାୟୀ  ଏହିସବୁ ଆକାଉଣ୍ଟଗୁଡିକ ଖାଲିସ୍ତାନୀ ସମର୍ଥକ କିମ୍ବା ପାକିସ୍ତାନ ଲିଙ୍କ ରହିଛି ବୋଲି ସନ୍ଦେହ କରାଯାଉଛି ।

ପୂର୍ବରୁ କୃଷକ ଆନ୍ଦୋଳନକୁ ନେଇ ଟ୍ୱିଟର ବିବାଦରେ ରହିଥିଲା । ଯାହା ପରେ ପ୍ରାୟ ୨୫୭ ଟ୍ୱିଟର ହ୍ୟାଣ୍ଡେଲକୁ ବ୍ଲକ୍ କରିବା ଲାଗି କେନ୍ଦ୍ର ଦାବି କରିଥିଲା । ଏଭଳି ସମୟରେ ଟ୍ୱିଟର ଇଣ୍ଡିଆ ଏବଂ ଦକ୍ଷିଣ ଏସିଆର ପବ୍ଲିକ୍ ପଲିସି ନିର୍ଦ୍ଦେଶକ ମହିମା କୋଲ୍ ଇସ୍ତଫା ଦେଇଛନ୍ତି।

୧୧୭୮ ଆକାଉଣ୍ଟରେ ଅନେକ ଖାଲିସ୍ତାନୀ ସମର୍ଥକ ରହିଛନ୍ତି-

ସୂଚନାନୁସାରେ, ଆଇଟି ଆକ୍ଟର ଧାରା 69A ଅଧିନରେ ଦିଆଯାଇଥିବା ନିର୍ଦ୍ଦେଶକୁ ଟ୍ୱିଟର ଏପର୍ଯ୍ୟନ୍ତ ପାଳନ କରିନାହିଁ।  ଏକ ସୂତ୍ରରୁ ପ୍ରକାଶ ଯେ, ଯେଉଁ ଆକାଉଣ୍ଟଗୁଡିକୁ ବ୍ଲକ୍ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ତାହା ଖାଲିସ୍ତାନୀ ସମର୍ଥକ  । ଯେଉଁମାନଙ୍କର ପାକିସ୍ତାନ ସହ ଲିଙ୍କ ରହିଛି ଆଉ ଯାହାକୁ ବିଦେଶରୁ ପରିଚାଳନା କରାଯାଉଛି । ଏମାନଙ୍କ ମଧ୍ୟରୁ ଅନେକ ଆକାଉଣ୍ଟସ୍ ଅଟୋମେଟେଡ୍ ବଟସ୍ । ଯାହାର ବ୍ୟବହାର କୃଷକ ଆନ୍ଦୋଳନ ସମୟରେ ମିଥ୍ୟା ଖବର ପ୍ରସାରଣ ଓ ଉତ୍ତେଜନା ପୂର୍ଣ୍ଣ କଣ୍ଟେଣ୍ଟ ଶେୟାର କରିବା ପାଇଁ କରାଯାଉଥିଲା ।

ଟ୍ୱିଟର ଏବଂ ସରକାର ମଧ୍ୟରେ ବିତର୍କ-

ସରକାରଙ୍କ ପକ୍ଷରୁ ପଠାଯାଇଥିବା ୨୫୭ ଆକାଉଣ୍ଟକୁ ବ୍ଲକ କରିବାର କିଛି ସମୟ ପରେ ଟ୍ୱିଟର ଅନବ୍ଲକ୍ କରିଦେଇଥିଲା ।  ଯାହାକୁ ନେଇ ପରବର୍ତ୍ତୀ ସମୟରେ ରବି ଶଙ୍କର ପ୍ରସାଦଙ୍କ ନେତୃତ୍ୱରେ ଆଇଟି ମନ୍ତ୍ରଣାଳୟ ଏକ ବିସ୍ତୃତ ନୋଟ୍ ପଠାଇ କମ୍ପାନୀକୁ ନିର୍ଦ୍ଦେଶ ମାନିବାକୁ କହିଥିଲେ।

ସୂଚନାନୁସାରେ ଉକ୍ତ ଚିଠିରେ ସରକାର କହିଥିଲେ ଯେ, ଟ୍ୱିଟର ଏକ ଇଣ୍ଟରମିଡିୟାରୀ ଅଟେ  । ଆଉ ସେ ସରକାରଙ୍କ ନିଷ୍ପତ୍ତିକୁ ମାନିବାକୁ ବାଧ୍ୟ । ଏହାକୁ ଅମାନ୍ୟ କଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ତେବେ ସରକାରଙ୍କ କହିବାନୁଯାୟୀ କୃଷକ ଆନ୍ଦୋଳନକୁ ନେଇ #ModiPlanning-FarmerGenocide  ଭଳି ହ୍ୟାସଟ୍ୟାଗ୍ ବ୍ୟବହାର କରାଯାଇଥିଲା ।

Leave a Reply