ଦିନକରେ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ, ଦେଶରେ ୩ ହଜାର ଡେଇଁଲା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଶୁକ୍ରବାର ଦେଶରେ ୧୫ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏହା ହେଉଛି କରୋନା ସଂକ୍ରମଣରେ ଦେଶରେ ମୃତ୍ୟୁର ସର୍ବାଧିକ ମାମଲା । ଏଥିସହ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ହଜାର ପାର କରି ସଂଖ୍ୟା ୩ ହଜାର ୮୨ରେ ପହଞ୍ଚିଛି । ସେହିଭଳି ମୃତ୍ୟୁ ସଂଖ୍ୟା ୮୫କୁ ବୃଦ୍ଧି ପାଇଛି । ଦିନକରେ ୫୦୦ରୁ ଅଧିକ କରୋନା ପଜିଟିଭ୍ ମାମଲା ମିଳିଛି । କିନ୍ତୁ, ସରକାରୀ ଭାବେ ଆକ୍ରାନ୍ତଙ୍କ ସଂଖ୍ୟା ୨୫୪୭ ଓ ମୃତ୍ୟୁ ସଂଖ୍ୟା ୬୨ ବୋଲି ସ୍ପଷ୍ଟ କରାଯାଇଛି ।

ତବଲିଗି ଜମାତର ମୌଲାନା ସାଦକୁ କ୍ରାଇମବ୍ରାଞ୍ଚର ନୋଟିସ୍, ପଚରାଗଲା ୨୬ ପ୍ରଶ୍ନ

ଶୁକ୍ରବାର ୫୦୨ ନୂଆ ମାମଲା

ମହାରାଷ୍ଟ୍ରରେ ୩, ଦିଲ୍ଲୀ ଓ ତେଲଙ୍ଗାନରେ ୨ଜଣ ଲେଖାଏଁ ୪ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଆନ୍ଧ୍ରପ୍ରଦେଶ, ଗୁଜରାଟ, ମଧ୍ୟ ପ୍ରଦେଶ, ହରିୟାଣା ଓ କର୍ଣ୍ଣାଟକରେ ଜଣେ ଲେଖାଏଁ କରୋନା ସଂକ୍ରମିତ ମୃତ୍ୟୁ ବରଣ କରିଛନ୍ତି । ଶୁକ୍ରବାର ମୋଟ ୫୦୨ଟି ପଜିଟିଭ୍ କେସ୍ ସାମନାକୁ ଆସିଛି । ଏହି ସଂଖ୍ୟା ଗୁରୁବାର ଠାରୁ ଅଳ୍ପ କମ୍ ରହିଛି । ଗୁରୁବାର ଦେଶରେ ୫୪୪ଟି କରୋନା ପଜିଟିଭ୍ ମାମଲା ମିଳିଥିଲା । ଶୁକ୍ରବାର ମିଳିଥିବା ୫୦୨ଟି କେସ୍ ମଧ୍ୟରେ ୨୮୦ଟି ମାମଲା ତବଲିଗି ଜମାତ ସହ ଜଡ଼ିତ ।

ତବଲିଗି ଜମାତ ଯାଇଥିବା ଓଡ଼ିଆଙ୍କ ମଧ୍ୟରୁ ୩ ଚିହ୍ନଟ

ମରକଜ ପାଇଁ ବଢ଼ୁଛି ସଂକ୍ରମଣ

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଅନୁସାରେ ଗତ ୨ ଦିନରେ ୧୪ ରାଜ୍ୟରୁ ଆସିଥିବା ପ୍ରାୟ ୬୪୭ଟି ମାମଲା ତବଲିଗି ଜମାତ୍ ସହ ଜଡ଼ିତ । ଫଳରେ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ସାମାଜିକ ଦୂରତା ଓ ଲକଡାଉନ୍ ଦ୍ୱାରା ମିଳିବାକୁ ଥିବା ଫାଇଦା ଜମାତ୍ ଦ୍ୱାରା ନଷ୍ଟ ହେବାରେ ଲାଗିଛି ।

 

Leave a Reply