ଅଗ୍ନି ପ୍ରାଇମର ସଫଳ ପରୀକ୍ଷଣ

1 min read
India successfully test-fired the Agni-Prime missile

ବାଲେଶ୍ୱର: ଭାରତ ସଫଳତାର ସହିତ ଅଗ୍ନି ପ୍ରାଇମ୍ କ୍ଷେପଣାସ୍ତ୍ରର ପରୀକ୍ଷଣ କରିଛି । ପ୍ରତିରକ୍ଷା ଅନୁସଂଧାନ ଓ ବିକାଶ ସଂଗଠନ (ଡିଆରଡିଓ) ଦ୍ୱାରା ବିକଶିତ ଅଗ୍ନି ପ୍ରାଇମକୁ ସୋମବାର ଦିନ ୧୦ଟା ୫୫ ମିନିଟରେ ଚାନ୍ଦିପୁରଠାରୁ ସଫଳତାର ସହିତ ଉତକ୍ଷେପଣ କରାଯାଇଛି । ସ୍ୱଳ୍ପ ଦୂରଗାମୀ ଭୂପୃଷ୍ଠରୁ ଭୂପୃଷ୍ଠକୁ ଲକ୍ଷ୍ୟଭେଦ କରିପାରୁଥିବା ବାଲେଷ୍ଟିକ୍‌ ମିସାଇଲ ଅଗ୍ନି-୧ର ଏହା ବିକଶିତ ଭର୍ସନ । ଏହାର ଲକ୍ଷ୍ୟଭେଦ କ୍ଷ୍ୟମତା ୧ ହଜାରରୁ ୨ ହଜାର କିଲୋମିଟର ରହିଛି । ଏଥିରେ ୧ ହଜାର କିଲୋଗ୍ରାମ ପର୍ଯ୍ୟନ୍ତ ଆଣବିକ ଯୁଦ୍ଧାସ୍ତ୍ର ବ୍ୟବହାର କରାଯାଇ ପାରିବ ।

କେନିଷ୍ଟାରରୁ ଉତକ୍ଷେପଣ କରାଯାଇ ପାରୁଥିବା ଏହି ଅଗ୍ନି ପ୍ରାଇମ୍‌ ମିସାଇଲ, ଅଗ୍ନୀ-୧ ମିସାଇଲ ଠାରୁ ହାଲୁକା ହୋଇଥିଲେ ମଧ୍ୟ ଏହା ଅଧିକ ବିଧ୍ୱଂସକ ଓ ପ୍ରଭାବଶାଳୀ ରହିବ ବୋଲି ଡିଆରଡିଓ ତରଫରୁ କୁହାଯାଇଛି । ଏଥିରେ ଡ଼ବଲ ଷ୍ଟେଜ୍‌ SFDR ବା ସଲିଡ଼ ଫୁଏଲ ଡ଼କ୍ଟେଡ଼ ରାମଜେଟ୍‌ ଟେକ୍ନୋଲୋଜି ବ୍ୟବହାର କରାଯାଇଛି ।  ପରମାଣୁ କ୍ଷମତା ସମ୍ପନ୍ନ ଏହି ମିଶାଇଲ କମ୍ପୋଜିଟ୍ ମେଟେରିଆଲରେ ନିର୍ମିତ । ପରୀକ୍ଷଣ ଯୋଜନା ଅନୁସାରେ ହୋଇଥିଲା ବୋଲି ଡିଆରଡିଓ ପକ୍ଷରୁ କୁହାଯାଇଛି । ୧୯୮୯ ମସିହାରେ ହୋଇଥିଲା ପ୍ରଥମ ପରୀକ୍ଷଣ । ଅଗ୍ନୀ ପ୍ରାଇମ୍‌ କ୍ଷେପଣାସ୍ତ୍ରକୁ ଉଭୟ ରୋଡ଼ ଓ ରେଳ ଲଞ୍ଚରରୁ ଉତ୍‌କ୍ଷେପଣ କରାଯାଇ ପାରିବ । ଅଗ୍ନୀ ପ୍ରାଇମ୍ ମିସାଇଲର ସଫଳ ଉତକ୍ଷେପଣ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଡିଆରଡିଓକୁ ଶୁଭେଚ୍ଛା ଜଣାଇଛନ୍ତି ।

ଅଗ୍ନି ଭାରତର ସ୍ୱଦେଶୀ କ୍ଷପଣାସ୍ତ୍ର । ଏହି ସିରିଜରେ ବିଭିନ୍ନ ରେଂଜର ମିଶାଇଲ ରହିଛି । ୧୯୮୯ ମସିହାରେ ରାଜୀବ ଗାନ୍ଧୀଙ୍କ ଅମଳରେ ଅଗ୍ନିର ପ୍ରଥମ ପରୀକ୍ଷଣ ହୋଇଥିଲା । ସୂଚନା ଅନୁସାରେ ଅଗ୍ନି ପ୍ରାଇମ୍ କମ ଦୂରତା ବିଶିଷ୍ଟ କ୍ଷପଣାସ୍ତ୍ର । ଏହାର ମାରକ କ୍ଷମତା ୨ ହଜାର କିଲୋମଟିର ମଧ୍ୟରେ । ଏହା ଭୂପୃଷ୍ଟରୁ ଭୂପୃଷ୍ଟକୁ ପ୍ରକ୍ଷେପିତ ହୋଇଥାଏ । ଏହା ୧ ହଜାର କିଲୋର ପାରମ୍ପାରିକ ପେଲୋଡ୍ କିମ୍ବା ପରମାଣୁ ଯୁଦ୍ଧାସ୍ତ୍ର ବହନ କରିପାରେ । ଅଗ୍ନି ୧ ତୁଳନାରେ ଏହା ଅଧିକ ହାଲୁକା ଓ ପତଳା ହେବ । ସୂଚନା ଅନୁସାରେ ଅଗ୍ନୀ ପ୍ରାଇମକୁ ୪ ହଜାର କିମି ରେଂଜ୍ ବିଶିଷ୍ଟ ଅଗ୍ନୀ-୪ ଓ ୫ ହଜାର କିମି ବିଶିଷ୍ଟ ଅଗ୍ନୀ-୫ରେ ବ୍ୟବହୃତ ଟେକ୍ନୋଲୋଜି ଦ୍ୱାରା ତିଆରି କରାଯାଇଛି।

Leave a Reply