ଆଜିଠାରୁ ଭାରତ-ଶ୍ରୀଲଙ୍କା ଏକଦିବସୀୟ ଶୃଙ୍ଖଳା: କଟକଣା ମଧ୍ୟରେ ଖେଳାଯିବ ମ୍ୟାଚ୍

1 min read

କଲମ୍ବୋ: ଶ୍ରୀଲଙ୍କା ଓ ଭ୍ରମଣକାରୀ ଭାରତ ମଧ୍ୟରେ ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ବହୁ ପ୍ରତିକ୍ଷୀତ ସୀମିତ ଓଭର ମ୍ୟାଚ୍ । ପ୍ରଥମେ ଏହି ୩ ମ୍ୟାଚ୍‌ ବିଶିଷ୍ଟ ସିରିଜ୍ ୧୩ ଜୁଲାଇରୁ ଆରମ୍ଭ ହେବାର ଥିଲା । କିନ୍ତୁ ଶ୍ରୀଲଙ୍କା କ୍ୟାମ୍ପରେ କରୋନା ପଶିବାରୁ ୫ ଦିନ ବିଳମ୍ବରେ ଆରମ୍ଭ ହେବ । ଆର ପ୍ରେମାଦାସା ଷ୍ଟାଡିୟମରେ ଭାରତୀୟ ସମୟ ଦିନ ୩ଟାରେ ମ୍ୟାଚ୍ ଖେଳାଯିବ। ଏଥିପାଇଁ ସବୁ ପ୍ରକାରର ପ୍ରସ୍ତୁତ ଶେଷ ହୋଇଛି । ଶ୍ରୀଲଙ୍କା ଗସ୍ତରରେ ଭାରତ ୩ଟି ଦିନିକିଆ ଏବଂ ୩ ଟି ଟି-୨୦ ମ୍ୟାଚ୍ ଖେଳିବ ।

କରୋନା ପାଇଁ ଭାରତର ସିନିୟର ଟିମ୍‌ ଏବେ ଇଂଲଣ୍ଡ ଗସ୍ତରେ ଅଛି। ଏଥିପାଇଁ ଶିଖର ଧୱନଙ୍କ ନେତୃତ୍ୱରେ ଆଉ ଗୋଟିଏ ଟିମ୍‌ ଶ୍ରୀଲଙ୍କା ଗସ୍ତ କରିଛି । ତେଣୁ ଧାଓ୍ୱନ ଆଣ୍ଡ କୋ ପ୍ରଥମ ସିରିଜ୍‌ ବିଜୟ ଲକ୍ଷ୍ୟ ନେଇ ଆସନ୍ତାକାଲି ପଡ଼ିଆକୁ ଓହ୍ଲାଇବେ। ଟିମ୍‌ର ଧାଓ୍ୱନଙ୍କ ବ୍ୟତୀତ ହାର୍ଦ୍ଦିକ ପାଣ୍ତ୍ୟା ଓ ଭୁବନେଶ୍ୱର କୁମାରଙ୍କ ଭଳି ବରିଷ୍ଠ ଖେଳାଳି ଅଛନ୍ତି।

ଏତଦ୍‌ବ୍ୟତୀତ ସିନିୟର ଟିମ୍‌ ସହ ଖେଳି ଅଭିଜ୍ଞତା ହାସଲ କରିଥିବା କୁଲଦୀପ ଯାଦବ ଓ ୟଜବେନ୍ଦର ଚହଲ ବି ଅଛନ୍ତି । ଆଜିର ପ୍ରଥମ ଦିନିକିଆରେ ଶିଖର ଧୱନଙ୍କ ସହ ପୃଥ୍ୱୀ ଶ’ ଇନିଂସ ଆରମ୍ଭ କରିବାର ଯଥେଷ୍ଟ ସମ୍ଭାବନା ରହିଛି। ବରିଷ୍ଠତା ଦୃଷ୍ଟିରୁ ହାର୍ଦ୍ଦିକ ଓ ଭୁବନେଶ୍ୱର କୁମାର ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇବେ। ବାକି ସ୍ଲଟ ପାଇଁ ଏକାଧିକ ଦାବିଦାର ରହିଛି। ମୁଖ୍ୟ କୋଚ୍‌ ରାହୁଲ ଡ୍ରାଭିଡ ନଂ ୩ ସ୍ଲଟରେ ଦେବଦତ୍ତ ପାଡିକ୍କଲ ନା ଋତୁତରାଜ ଗାଏକ୍ୱାଡଙ୍କୁ ସ୍ଥାନ ଦେବ? ସୂର୍ଯ୍ୟ କୁମାର ଯାଦବ ଓ ମନୀଷ ପାଣ୍ଡେ ମଧ୍ୟ ସ୍କ୍ୱାଡରେ ଅଛନ୍ତି। ତେଣୁ ଏହି ୪ ଜଣଙ୍କ ମଧ୍ୟରୁ ୨ ଜଣଙ୍କୁ ହିଁ ଟସ୍‌ ପରେ ସ୍ପଷ୍ଟ ହେବ । ତେବେ୨ଟି ସିରିଜ୍ ପାଇଁ ଭାରତ ୨ଟି ଟିମ୍ ପଠାଇଥିବାରୁ ଏଥିରୁ ଭାରତୀୟ ଟିମ୍‌ର ବେଞ୍ଚ ଷ୍ଟ୍ରେନ୍ଥ ସଷ୍ଟ ଅନୁମେୟ ।

ଏଥିସହିତ ପଢ଼ନ୍ତୁଷ ଆସନ୍ତାକାଲିଠାରୁ ଆରମ୍ଭ ହେବ ସଂସଦର ମୌସୁମୀ ଅଧିବେଶନ

Leave a Reply