ଟିମ ଇଣ୍ଡିଆକୁ କ୍ୱିନ୍ସଲ୍ୟାଣ୍ଡ ସରକାରଙ୍କ ନିର୍ଦ୍ଦେଶ, ନିୟମରେ ଖେଳ ନଚେତ ନଆସ

କାନବେରା: ଟିମ ଇଣ୍ଡିଆ ଅଷ୍ଟ୍ରେଲିଆ ସହ ଖେଳି ସାରିଛି ତିନୋଟି ଟେଷ୍ଟ । ବାକି ରହିଛି ଅନ୍ତିମ ସିରିଜ ଅର୍ଥାତ ଚତୁର୍ଥ ଟେଷ୍ଟ । କିନ୍ତୁ କଡାକଟକଣା ଏବଂ ଲକଡାଉନ ନିୟମ ଯୋଗୁଁ ଶେଷ ମ୍ୟାଚ ଖେଳିବାକୁ ନାରାଜ ରହିଛି ଭାରତୀୟ ଦଳ । ଏପଟେ ଟିମ ଇଣ୍ଡିଆର ଏପରି ସନ୍ଦେଶକୁ ସିଧା ଟାର୍ଗେଟ କରିଛନ୍ତି କ୍ୱିନ୍ସଲ୍ୟାଣ୍ଡ ସରକାର । ‘ଯଦି ଖେଳିବାକୁ ଚାହୁଁଚ, ନିୟମ ଅନୁଯାୟୀ ଖେଳ ନଚେତ ନଆସ’କହିଛନ୍ତି ସ୍ଥାନୀୟ ସରକାର ।

କ୍ୱିନ୍ସଲ୍ୟାଣ୍ଡ ସରକାରଙ୍କ କହିବା ମୁତାବକ, ଭାରତୀୟ ଦଳ ଯଦି ରାଜ୍ୟର ପ୍ରୋଟକଲ ଏବଂ କଟକଣା ମାନିବାକୁ ନାରାଜ । ତେବେ ରାଜ୍ୟକୁ ଆସିବାର ଆବଶ୍ୟକତା ନାହିଁ । କାରଣ କ୍ୱାରେଣ୍ଟାଇନ କଟକଣା ଯୋଗୁଁ ଟିମ ଇଣ୍ଡିଆ ଚତୁର୍ଥ ମ୍ୟାଟ ଖେଳିବାକୁ ଚାହୁଁ ନାହିଁ । ଯାହାକୁ ନେଇ ଏପରି ବୟାନ ଦେଇଛନ୍ତି ସ୍ଥାନୀୟ ପ୍ରଶାସନ ।

କ୍ୱିନ୍ସଲ୍ୟାଣ୍ଡ ଖେଳମନ୍ତ୍ରୀ କହିଛନ୍ତି, ପ୍ରତ୍ୟେକ ବ୍ୟକ୍ତି ରାଜ୍ୟର ନିୟମ ମାନୁଛନ୍ତି, ରାଜ୍ୟକୁ ଆସୁଥିବା ଅତିଥିଙ୍କ ପାଇଁ ମଧ୍ୟ ଏହା ଧାର୍ଯ୍ୟ । ଅବମାମନା କରିବାର ଅଧିକାର କାହାର ନାହିଁ । ତେଣୁ ଟିମ ଇଣ୍ଡିଆ ଏହି ନିୟମକୁ ଅବହେଳା କରିବାର ପ୍ରଶ୍ନ ଉଠୁ ନାହିଁ । ଯଦି ଭାରତୀୟ ଦଳ ରାଜ୍ୟର କୋଭିଡ ପ୍ରଟୋକଲ ଏବଂ କ୍ୱାରେଣ୍ଟାଇନ ନିର୍ଦେଶ ମାନିବାକୁ ନାରାଜ, ତେବେ ଖେଳିବାକୁ ନଆସ ।

Leave a Reply