୧ ରନ୍‌ରେ ଗଲା ଇଂଲଣ୍ଡର ପ୍ରଥମ ଓ୍ୱିକେଟ୍‌, ଟସ୍‌ ଜିତି ଭାରତର ବୋଲିଂ ନିଷ୍ପତି

1 min read

ନୂଆଦିଲ୍ଲୀ: ଭାରତ ଇଂଲଣ୍ଡ ଦ୍ୱିତୀୟ ଟି-ଟ୍ୱେଣ୍ଟି ମ୍ୟାଚ୍‌ । ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତି ନେଲା ଭାରତ । ପ୍ରଥମେ ବ୍ୟାଟିଂ ପାଇଁ ମଇଦାନକୁ ଓହ୍ଲାଇଲା ଇଲଂଣ୍ଡ । ତେବେ ମାତ୍ର ଏକ ରନ୍‌ରେ ହିଁ ଇଲଂଣ୍ଡ ପ୍ରଥମ ଓ୍ୱିକେଟ୍‌ ଖସିଯାଇଛି । ଧୁଆଁଧାର ବ୍ୟାଟ୍‌ସମ୍ୟାନ୍‌ ଜସ୍‌ ବଟଲର୍‌ ଖାତା ନଖୋଲି ପ୍ୟାଭିଲିୟନ୍‌ ଫେରିଛନ୍ତି । ତେବେ ଏହା ପରେ ଦଳର ସ୍କୋର ବୋର୍ଡ୍‌ କିଛି ସମୟ ପାଇଁ ଧିମା ଚାଲିଥିଲେ ମଧ୍ୟ ପରେ ସ୍ପିଡ୍‌ ଧରିଥିଲା । ୫.୩ ଓଭର ବେଳକୁ ଦଳର ସ୍କୋର ୪୦ ଛୁଇଁଥିଲା । ସେଥି ମଧ୍ୟରୁ ଜସନ୍‌ ରୟ ୧୫ ବଲ୍‌ ୧୭ ରନ୍‌ କରି କ୍ରିଜ୍‌ ଉପରେ ରହିଥିବା ବେଳେ ଡେଭିଡ୍‌ ମଲନ୍‌ ୧୭ ବଲ୍‌ ୧୮ ରନ୍‌ କରି ଖେଳୁଛନ୍ତି । ତେବେ ଜସ୍‌ ବଟଲର୍‌ ଭୁବନେଶ୍ୱର କୁମାରଙ୍କ ଦ୍ୱାରା ଏଲ୍‌ବିଡବ୍ଲ୍ୟୁ ହୋଇଥିଲେ ।

ଭାରତୀରେ ଟିମ୍‌ରେ ଅଛନ୍ତି କେଏଲ୍‌ ରାହୁଲ, ଇଶାନ୍‌ କିଷନ, ଅଧିନାୟକ ଭିରାଟ୍‌ କୋହଲି, ଓ୍ୱକେଟ୍‌ କିପର ରିଷଭ ପନ୍ଥ, ଶ୍ରେୟସ ଆୟର୍‌, ସୁର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ୍‌ ପାଣ୍ଡିଆ, ଓ୍ୱାସିଂଟନ୍‌ ସୁନ୍ଦର, ସର୍ଦ୍ଦୁଲ ଠାକୁର, ଭୁବନେଶ୍ୱର କୁମାର, ଯୁଜବେନ୍ଦ୍ର ଚହଲ ।

ସେହିଭଳି ଇଂଲଣ୍ଡ ଟିମ୍‌ରେ ଅଛନ୍ତି ଜସନ୍‌ ରୟ, ଓ୍ୱିକେଟ୍‌ କିପର ଜସନ୍‌ ବଟଲର୍‌, ଡେଭିଡ୍‌ ମଲନ୍‌, ଜନି ବାରିଷ୍ଟୋ, ଅଧିନାୟକ ଇୟୋନ୍‌ ମୋରଗାନ୍‌, ବେନ୍‌ ଷ୍ଟୋକ୍‌ସ, ସାମ୍‌ କୁରନ୍‌, ଜୋଫ୍ରା ଆର୍ଚ୍ଚର, ଟମ୍‌ କୁରନ୍‌, କ୍ରିସ୍‌ ଜୋରଦାନ, ଆଦିଲ ରସିଦ୍‌ ।

Leave a Reply