Ind vs Eng 4th Test, Day 3 Live: ଶତକରୁ ମାତ୍ର ୪ ରନରେ ବଞ୍ଚିତ ସୁନ୍ଦର, ୧୬୦ ରନରେ ଭାରତ ଆଗୁଆ

ଅହମ୍ମଦାବାଦ: ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଭରତ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଚତୁର୍ଥ ଟେଷ୍ଟର ତୃତୀୟ ଦିନରେ ଟିମ ଇଣ୍ଡିଆ ପ୍ରଥମ ପାଳିରେ ୩୬୫ ରନରେ ଅଲ ଆଉଟ ହୋଇଛି ।  ଏଥିସହ ପ୍ରଥମ ଇନିଂଶରେ ଭାରତ ୧୬୦ ରନର ଅଗ୍ରଣୀ ହାସଲ କରିଛି। ପ୍ରଥମ ପାଳିରେ ଇଂଲଣ୍ଡ ୨୦୫ ରନ କରିଥିଲା ।

୯୬ରନରେ ଅପରାଜିତ ରହିଛନ୍ତି ଓ୍ୱାଶିଂଟନ ସୁନ୍ଦର । ସୁନ୍ଦର ଏକ ଶତକରୁ ମାତ୍ର ୪ ରନରେ ବଞ୍ଚିତ ହୋଇଛନ୍ତି।  ସୁନ୍ଦରଙ୍କ ସହ ଅକ୍ଷର ପଟେଲ ଚମତ୍କାର ବ୍ୟାଟିଂ କରିଛନ୍ତି। ଦୁହେଁ ଅଷ୍ଟମ ୱିକେଟ୍ ପାଇଁ ୧୦୬ ରନର ଶତକୀୟ ଭାଗିଦାରୀ କରିଛନ୍ତି।  ଅନ୍ୟପଟେ ଈଶାନ୍ତ ଶର୍ମା ଓ ମହମ୍ମଦ ସିରାଜ ଖାତା ଖୋଲିପାରିନାହାନ୍ତି।

ଟିମ୍ ଇଂଲଣ୍ଡ ପକ୍ଷରୁ ବେନ ଷ୍ଟୋକ୍ସ ୪ଟି, ଜେମ୍ସ ଆଣ୍ଡରସନ ୩ଟି ଏବଂ ଜ୍ୟାକ ଲିଚ ୨ଟି ୱିକେଟ୍ ନେଇଛନ୍ତି।

Leave a Reply