spot_img

Latest Posts

ଏସିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇବ ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂ ପିଲାଙ୍କ କଳାକୃତି

ଭୁବନେଶ୍ବର : ଆଟିଆଇରୁ ପଲିଟେକନିକ୍ ଛାତ୍ରଛାତ୍ରମାନଙ୍କ ଦକ୍ଷତା ପ୍ରଦର୍ଶନ । ଓ୍ବେଷ୍ଟ ରୁ ଓ୍ବେଲଥ ପ୍ରସ୍ତୁତ କରିବାରେ ଓଡ଼ିଶା ଆଗୁଆ । ଏସିଆ ବୁକ୍ ଅଫ୍ ରେକର୍ଡ଼ରେ ସ୍ଥାନ ପାଇବାକୁ ଯାଉଛି ଆଉ ଏକ କଳାକୃତି । ଦୁଇଚକିଆ ଯାନର ଚେନ୍, ବେରିଙ୍ଗ ଭଳି ଅଦରକାରୀ ମାଟେରିଆଲସରୁ ପ୍ରସ୍ତୁତ ହେଉଛି ସମ୍ପଦ। ଭୁବନେଶ୍ବର ପଲିଟେକନିକରେ ଲୁହା ଓ ଅଦରକାରୀ ଜିନିଷରୁ ପ୍ରସ୍ତୁତ ହେଉଛି ଦେଶର ବୃହତ ମାନଚିତ୍ର । ଦିନରାତି ଲାଗିଛନ୍ତି ୩୦ରୁ ଅଧିକ ଛାତ୍ରଛାତ୍ରୀ । ଇଲେକ୍ଟ୍ରିକାଲ ଇଞ୍ଜିନିୟରିଙ୍ଗ ପିଲାମାନଙ୍କ କାନ୍ଧରେ ରେକର୍ଡ଼ କରିବାର ଦାୟିତ୍ବ । ସହଯୋଗର ହାତ ବଢାଇଛନ୍ତି ମେକାନିକାଲ ଇଞ୍ଜିନିୟରିଙ୍ଗ ପିଲାମାନେ । ଅଧ୍ୟାପକମାନଙ୍କ ସହଯୋଗ ଓ ଅଧ୍ୟକ୍ଷଙ୍କ ପ୍ରେରଣା ଏମାନଙ୍କୁ ବଳ ଯୋଗାଇଛି । ଏହି ମାନଚିତ୍ର ପ୍ରସ୍ତୁତ କରିବାର ଆଇଡ଼ିଆ ଦେଇଛନ୍ତି କଲେଜର ଅଧ୍ୟକ୍ଷ, ହେଲେ ଏହାକୁ ବାସ୍ତବ ରୂପ ଦେଉଛନ୍ତି ପଲିଟେକନିକର ପିଲାମାନେ ।

୨୦୧୮ରୁ ଦକ୍ଷତା ବିକାଶ ଉପରେ ଗୁରୁତ୍ବ ଦେଇଥିଲେ ନବୀନ ସରକାର । ୨୦୨୧ରେ ପ୍ରତିଷ୍ଠା ହୋଇଥିଲା ବିଶ୍ବ ଦକ୍ଷତା କେନ୍ଦ୍ର। ନିଜ ଭିତରେ ଥିବା ଦକ୍ଷତା, କ୍ରିଏଟିଭ ଆଇଡ଼ିଆକୁ ବାସ୍ତବ ରୂପ ଦେବାକୁ ପ୍ରସ୍ତୁତ ହୋଇଥିଲା ଯୋଜନା । ଓଡ଼ିଶାର କୁଶଳୀ କାରିଗରଙ୍କ ଚାହିଦା ମଧ୍ୟ ଦେଶ ବିଦେଶରେ ବଢିଚାଲିଲା। ଆଇଟିଆଇ ଓ ପଲିଟେକନିକ୍ ପିଲାମାନଙ୍କୁ କୋର୍ସର ପାଠ୍ୟକ୍ରମ ବ୍ୟତୀତ ଅଲଗା ଅଲଗା କ୍ଷେତ୍ରରେ ଦକ୍ଷତା ଦେଖାଇବାର ସୁଯୋଗ ମିଳିଲା। ଏସିଆ ବୁକ୍ ଅଫ୍ ରେକର୍ଡ଼ରେ ସ୍ଥାନ ପାଇବାକୁ ଯାଉଥିବା ଏହି ମାନଚିତ୍ର ପ୍ରସ୍ତୁତ କରିବାକୁ ମାସାଧିକ ସମୟ ଲାଗିଥିବା ବେଳେ ଏବେ ଏହା ଶେଷ ପର୍ଯ୍ୟାୟରେ ରହିଛି । ପାଠପଢା ସରିବା ପୂର୍ବରୁ କ୍ୟାମ୍ପସ ଚୟନ ବଡ଼ ବଡ଼ କମ୍ପାନୀ ଏମାନଙ୍କୁ ଚାକିରୀ ଦେବା ଏମାନଙ୍କ ସଫଳତା ବୟାନ କରୁଛି । ବୃହତ ଶିଳ୍ପାନୁଷ୍ଠାନରୁ ଆରମ୍ଭ କରି ଦେଶ ବାହାରର ସଂସ୍ଥାମାନଙ୍କ ପ୍ରଥମ ପସନ୍ଦ ହେଉଛନ୍ତି ସ୍କିଲଡ଼୍ ଇନ୍ ଓଡ଼ିଶା । ଆଇଟିଆଇ, ପଲିଟେକନିକରୁ ପାଠପଢି ନିଜର ଦକ୍ଷତା ଦେଖାଇବାର ସୁଯୋଗ ମିଳିଛି । ଆଗକୁ ଓ୍ବେଷ୍ଟ ଟୁ ଓ୍ବେଲଥ କିଭଳି ଏକ ଗ୍ଲୋବାଲ ବ୍ରାଣ୍ଡ ହୋଇପାରିବ, ତାହା ଉପରେ ଗବେଷଣା ଚାଲିଛି

Latest Posts

Don't Miss