ନନ୍ଦିଘୋଷ ବ୍ୟୁରୋ : ଆଜିଠୁ ବଢିବ ଇଣ୍ଡିଗୋ ବିମାନ ଦର । ୪୨୫ ଟଙ୍କାରୁ ୨ ହଜାର ୩ଶହ ଟଙ୍କା ପର୍ଯ୍ୟନ୍ତ ବଢିବ ଭଡ଼ା । ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁ ଇନ୍ଧନ ମୂଲ୍ୟ ବୃଦ୍ଧି ଯୋଗୁ ଇଣ୍ଡିଗୋ ବିମାନ ଏହି ନିଷ୍ପତ୍ତି ନେଇଛି । ଯାତ୍ରୀଙ୍କ ପାଇଁ କାଲିଠୁ ଏହି ଦର ଲାଗୁ ହେବ । ତେବେ ଏହି ବର୍ଦ୍ଧିତ ଦର ଅନୁଯାଇ ଭାରତ ଏବଂ ଭାରତୀୟ ଉପମହାଦେଶର ସ୍ଥାନଗୁଡ଼ିକକୁ ଯାତ୍ରା କରିବାକୁ ହେଲେ ୪୫୦ ଟଙ୍କା ଅଧିକ ଦେବାକୁ ପଡ଼ିବ। ସେହିଭଳି ମଧ୍ୟପ୍ରାଚ୍ୟକୁ ଯାତ୍ରା କରୁଥିବା ଲୋକଙ୍କୁ ୯୦୦ ଟଙ୍କା ଶୁଳ୍କ ଦେବାକୁ ପଡ଼ିବ। ଦକ୍ଷିଣ ପୂର୍ବ ଏସିଆ ଏବଂ ଚୀନର ସ୍ଥାନଗୁଡ଼ିକକୁ ଯାତ୍ରା କରିବାକୁ ହେଲେ ୧୮୦୦ ଟଙ୍କା ଏବ ୟୁରୋପ ଯାତ୍ରା ପାଇଁ ଇନ୍ଧନ ଚାର୍ଜ ୨୩୦୦ ଟଙ୍କା ଯାତ୍ରୀଙ୍କୁ ଦେବାକୁ ପଡିବ । IATAର ଜେଟ୍ ଫୁଏଲ୍ ମନିଟର ଅନୁଯାୟୀ, ଯୁଦ୍ଧଗ୍ରସ୍ତ ଅଞ୍ଚଳ ପାଇଁ ଇନ୍ଧନ ମୂଲ୍ୟରେ 85 ପ୍ରତିଶତରୁ ଅଧିକ ବୃଦ୍ଧି ହୋଇପାରେ । ହଠାତ୍ ଇନ୍ଧନରେ ପ୍ରବଳ ବୃଦ୍ଧି ଯୋଗୁ ଇଣ୍ଡିଗୋ ସମେତ ସମସ୍ତ ଏୟାରଲାଇନ୍ସର ଖର୍ଚ୍ଚ ଏବଂ ନେଟୱାର୍କ ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ପଡିବ ।

