ଇଣ୍ଡୋନେସିଆ ଖାଇବା ତେଲ ରପ୍ତାନୀ ବନ୍ଦ କଲା , ଆଦାନୀ-ରାମଦେବଙ୍କ ସେୟାର ବଢିଲା

1 min read

ନୂଆଦିଲ୍ଲୀ: ସାଧାରଣ ଲୋକଙ୍କ ଉପରେ ମହଙ୍ଗା ମାଡ଼  । ଖାଇବା ତେଲ ବା cooking Oil ର ଦର ବୃଦ୍ଧି ଘଟିଛି   । ଖାଇବା ତେଲର ଦର ବୃଦ୍ଧି ଭାରତୀୟ ବଜାର ଉପରେ ସିଧାସଳଖ ଚଡ଼କ ପକାଇଥିବା ସୂଚନା ମିଳିଛି  । ଅର୍ଥାତ ଏପ୍ରିଲ ୨୮ ତାରିଖରୁ ଭାରତକୁ ଖାଇବା ତେଲ ରପ୍ତାନୀ ବନ୍ଦ କରିଦେବ ଇଣ୍ଡୋନେସିଆ  । ମିଳିଥିବା ସୂଚନା ମୁତାବକ ଭାରତ ବଜାରରେ ଆବଶ୍ଯକ ପଡୁଥୁବା ପ୍ଲାମ ଅଏଲ ବା ଖାଇବା ତେଲର ୫୦ ପ୍ରତିଶତ  ମାର୍କେଟକୁ କଣ୍ଟ୍ରୋଲ କରୁଥିଲା  ଇଣ୍ଡୋନେସିଆ  । ତେବେ ସଦ୍ୟ ପ୍ରକାଶିତ ରିପୋର୍ଟ ମୁତାବକ ଖାଇବା ତେଲ ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିବା ଇଣ୍ଡୋନେସିଆ ଭାରତ ବଜାର ଉପରେ ସିଧାସଳଖ ବଡ଼ ପ୍ରଭାବ ପକାଇବାକୁ ଯାଉଛି ।

ଇଣ୍ଡୋନେସିଆରେ ମଧ୍ୟ ଦେଖିବାକୁ ମିଳିଛି ଆର୍ଥିକ ସଂକଟ  । ଘରୋଇ ବଜାରରେ ବୃଦ୍ଧି ଘଟୁଥିବା ବିଭିନ୍ନ ଦର ବୃଦ୍ଧି ସରକାର ପାଇଁ ଚିନ୍ତା ଜନକ ପରିସ୍ଥିତି ସୃଷ୍ଟି କରିଛି  । ତେଣୁ ନିଜ ଦେଶରେ ଦରବୃଦ୍ଧି ନିୟନ୍ତ୍ରଣ କରିବା ନେଇ ଇଣ୍ଡୋନେସିଆ ସରକାର ଏହି ନିଷ୍ପତ୍ତି ନେଇଥିବା ଜାଣିବାକୁ ମିଳିଛି  । ସେପଟେ ଇଣ୍ଡୋନେସିଆର ଏପରି ପଦକ୍ଷେପ ଭାରତୀୟ ବ୍ୟବସାୟ ଉପରେ ପ୍ରଭାବ ପଡ଼ିବା ନେଇ ସଙ୍କେତ ଦେଇସାରିଲେଣି  । ଯେହେତୁ ଭାରତୀୟ ବଜାରରେ ୫୦ରୁ ୬୦ ପ୍ରତିଶତ ତେଲ ଏହି ଠାରୁ ହିଁ ଆମଦାନୀ ହୋଇଥାଏ  । ତେବେ ବର୍ତ୍ତମାନ ପରିସ୍ଥିତିରେ ଏହି ଆବଶ୍ୟକତା  କିପରି ପୂରଣ କରାଯିବ ତାହା ସରକାର ପାଇଁ ବଡ଼ ଆହ୍ୱାନ  ।

ଇଣ୍ଡୋନେସିଆର ଏହି ସୂଚନା ପରେ ଆଦାନୀ ୱିଲମେୟାରର ସେୟାର ଲଗାତାର ବଢିବାରେ ଲାଗିଛି  । ସେହିପରି ରୁଚି ସୋୟା ମଧ୍ୟ ଖାଇବା ତେଲ ମାର୍କେଟରେ ନିଜର ପ୍ରଭାବ ବିସ୍ତାର କରିବାରେ ସଫଳ ହୋଇଛି  । ତେଣୁ ଯେବେଠୁ ଇଣ୍ଡୋନେସିଆ ସରକାର ଖାଇବା ତେଲ ଯୋଗାଣ ବନ୍ଦ କରିବା ନେଇ ଘୋଷଣା କରିଛନ୍ତି  । ସେବେଠୁ ଆଦାନୀ ୱିଲମେୟାର ଏବଂ ରୁଚି ସୋୟା ଗ୍ରୁପର ସେୟାର ହୁ ହୁ ହୋଇ ବଢିବାରେ ଲାଗିଛି  । ଖାଇବା ତେଲ ଦର ବୃଦ୍ଧି ଏହି ଦୁଇ କମ୍ପାନୀ ପାଇଁ ଲାଭ ପହଁଚାଇଥିବା ସେୟାର ମାର୍କେଟକୁ ଦେଖିଲେ ଆକଳନ କରାଯାଉଛି  ।

ଯଦି ଆଦାନୀ ୱିଲମେୟାର ସେୟାର ମାର୍କେଟକୁ ଅନୁଶୀଳନ କରିବା ତେବେ ଦେଖିବା ଯେ, ଆଦାନୀ ୱିଲମେୟାର ଷ୍ଟକ କିଛି ଦିନ ହେବ ଲଗାତାର ବୃଦ୍ଧି ଘଟିବାରେ ଲାଗିଛି  । ଗତ ୫ ଦିନ ମଧ୍ୟରେ ସେୟାର ୨୫ ପ୍ରତିଶତ ବୃଦ୍ଧି ଘଟିଥିବା ଜଣାପଡ଼ିଛି  । ଅର୍ଥାତ କମ୍ପାନୀର ସେୟାର ବୁଧବାର ୫ପ୍ରତିଶତ ବୃଦ୍ଧି ଘଟି ୮୪୩.୩୦ରେ ପହଁଚିଛି  । ସେହିପରି ରୁଚି ସୋୟା ସେୟାର ମଧ୍ୟ ବୃଦ୍ଧି ଘଟିଛି  । ରୁଚିର ସେୟାର ୭ ପ୍ରତିଶତ ବୃଦ୍ଧି ଘଟିବା ସହ ବର୍ତ୍ତମାନ ଏହା ୧୧୦୪ରେ ପହଁଚିଛି  । ଏବଂ ଏହି କମ୍ପାନୀ ଯୋଗଗୁରୁ ବାବା ରାମଦେବଙ୍କ ପତଞ୍ଜଳୀ ଗ୍ରୁପର  । ତେବେ ଇଣ୍ଡୋନେସିଆ ସରକାରର ଖାଇବା ତେଲ ଯୋଗାଣ ବନ୍ଦ ନିଷ୍ପତ୍ତି ଆଦାନୀ ଏବଂ ବାବା ରାମଦେବଙ୍କୁ ଲାଭାନ୍ୱିତ କରିଛି  ।