ଇନ୍ଦୋର : ଇନ୍ଦୋରରେ ବିଷାକ୍ତ ପାନୀୟ ଜଳ ପ୍ରସଙ୍ଗରେ ଥମୁନି ଆନ୍ଦୋଳନ। ଗତକାଲି ରାତିରେ ମଧ୍ୟ ଇନ୍ଦୋର ସହରବାସୀ ପ୍ରତିବାଦ କରିଥଲେ। ରାତିରେ ମହାନଗର ନିଗମ ଅଫିସ ଆଗରେ ପ୍ରତିବାଦ କରିଥିଲେ। ଦୂଷିତ ପାଣିକୁ ନେଇ ରାଜରାସ୍ତାକୁ ଓହ୍ଲାଇଛନ୍ତି ଶତାଧିକ ସଂଖ୍ୟାରେ ମହିଳା। ମହାନମଗର ନିଗମ ବିରୋଧରେ ନାରାବାଜି କରିବା ସହ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଘଟଣାରେ ୧୫୦୦ରୁ ଅଧିକ ଅସୁସ୍ଥ ବିଭିନ୍ନ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ତେଣେ ଇନ୍ଦୋର ମହାନଗର ନିଗମ କମିଶନର ଦିଲୀପ କୁମାର ଯାଦବଙ୍କୁ ପଦରୁ ହଟାଇଛନ୍ତି ମଧ୍ୟପ୍ରଦେଶ ସରକାର। ଏହା ସହ ଅତିରିକ୍ତ କମିଶନର ରୋହିତ ସିସୋନିୟାଙ୍କୁ ସସପେଣ୍ଡ କରାଯାଇଛି। ସେପଟେ ଭାଗୀରଥିପୁରାରେ ଡାଇରିଆ ବ୍ୟାପିବା ଘଟଣାରେ ICMR ଟିମ ଯାଇ ତନାଘନା କରିଛି। ରାଜ୍ୟ ସ୍ଵାସ୍ଥ୍ୟ ବିଭାଗର ଟିମ ସହ ICMR ଟିମ ଆଲୋଚନା କରିଛନ୍ତି।ମୃତକଙ୍କ ପରିବାରକୁ ୨ ଲକ୍ଷ ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରିବା ସହିତ ମୁଖ୍ୟମନ୍ତ୍ରୀ ତିନି ଜଣିଆ କମିଟି ମଧ୍ୟ ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

