କେବଳ ମୁମ୍ବାଇ ଇଣ୍ଡିଆନ୍ସକୁ ନୁହେଁ ଦିଲ୍ଲୀ ଓ ହାଇଦ୍ରାବାଦ ଦଳ ବି ହେବେ କୋଟିପତି, ଜାଣନ୍ତୁ କେଉଁ ଦଳକୁ ମିଳିବ କେତେ ?

ଦୁବାଇ: ମୁମ୍ବାଇ ଇଣ୍ଡିଆନ୍ସ ଆଇପିଏଲ୍ ୨୦୨୦ର ଟାଇଟଲ୍ ଜିତିଛି । ମଙ୍ଗଳବାର ଫାଇନାଲ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ଦିଲ୍ଲୀକୁ ପାଞ୍ଚ ୱିକେଟରେ ପରାସ୍ତ କରି ପଞ୍ଚମ ଥର ପାଇଁ ଚାମ୍ପିୟନ ହୋଇଛି। ଦୁବାଇରେ ଖେଳାଯାଇଥିବା ଫାଇନାଲ୍ ମ୍ୟାଚ୍ ରେ ଟସ୍ ଜିତିବା ପରେ ଦିଲ୍ଲୀ ୧୫୬/୭ ସ୍କୋର କରିପାରିଥିଲା । ଏହାର ଜବାବରେ ମୁମ୍ବାଇ ଆଠଟି ବଲ ରହି ପାଞ୍ଚଟି ୱିକେଟ୍ ସହ ମୈଇଦାନ ଛାଡ଼ିଥିଲା । ତେବେ ଆସନ୍ତୁ ଜଣିଭା ଏଥର ବିଜୟୀ ଦଳ କେତେ ଟଙ୍କା ଏବଂ ଫାଇନାଲରେ ପହଞ୍ଚି ହାର ମାନିଥିବା ଦଳ କେତେ ଟଙ୍କାର ପୁରଷ୍କାର ପାଇଛି ।

ସୂଚନାଯୋଗ୍ୟ ଯେ, ଆଇପିଏଲ୍ ବିଜେତା ୨୦ କୋଟି ଟଙ୍କା ପାଇଥିବାବେଳେ ହାରିଥିବା ଦଳକୁ ସାଢେ ୧୨ କୋଟି ଟଙ୍କା ମିଳିଛି। ତେବେ ପୂର୍ବରୁ ଖବର ଆସିଥିଲା ​​ଯେ, କରୋନା ମହାମାରୀ ହେତୁ ବିସିସିଆଇ ବିଜେତା ଦଳକୁ ବିଜୟ ପୁରଷ୍କାରର ପରିମାଣକୁ ହ୍ରାସ କରିପାରେ। ଏଥିସହିତ ହାଇଦ୍ରାବାଦ ଦଳକୁ ୧୦.୫ କୋଟି ଟଙ୍କା ମିଳିଛି । ଉଲ୍ଲେଖନୀୟ ବିଷୟ ହେଉଛି, କରୋନା ମହାମାରୀ ହେତୁ ବିସିସିଆଇ ମାର୍ଚ୍ଚ ମାସରେ ନିଜେ ଖର୍ଚ୍ଚ କାଟ ଆରମ୍ଭ କରିଥିଲା ​​ଏବଂ ଏହି ନିଷ୍ପତ୍ତି ଏହାର ଏକ ଅଂଶ । ବିସିସିଆଇ ଅନୁଯାୟୀ ସମସ୍ତ ଫ୍ରାଞ୍ଚାଇଜର ଆର୍ଥିକ ସ୍ଥିତି ଭଲ। ସେମାନଙ୍କର ଆୟ ବୃଦ୍ଧି କରିବାର ଅନେକ ଉପାୟ ଅଛି, ଯେପରିକି ପ୍ରାଯୋଜକ, ତେଣୁ ପୁରସ୍କାର ରାଶି ହ୍ରାସ କରିବାକୁ ନିଷ୍ପତ୍ତି ନିଆଯାଇଥିଲା ।

କହିରଖୁଛୁ ଯେ, ଅରେଞ୍ଜ କ୍ୟାପ୍ (ସର୍ବାଧିକ ରନ୍) ଏବଂ ପରପଲ୍ କ୍ୟାପ୍ (ସର୍ବାଧିକ ୱିକେଟ୍) ଧାରକ ପ୍ରତ୍ୟେକଙ୍କୁ ୧୦ ଲକ୍ଷ ଟଙ୍କା ମିଳିବ । ଏବଂ ଏହି ଲିଷ୍ଟରେ ସାମିଲ ହୋଇଛନ୍ତି ପଞ୍ଜାବର କେ ଏଲ୍ ରାହୁଲ ଏବଂ ଦିଲ୍ଲୀର ସୁପର ବୋଲର ରାବାଡ଼ା । ଆଇପିଏଲ୍ ୨୦୨୦ରେ କେ.ଏଲ୍ ରାହୁଲଙ୍କୁ ସର୍ବାଧିକ ୬୭୦ ସ୍କୋର କରିଥିବା ବେଳେ ଦିଲ୍ଲୀର କାଗିସୋ ରାବାଡା ସର୍ବାଧିକ ୩୦ ୱିକେଟ୍ ନେଇଛନ୍ତି ।

Leave a Reply