୫୭ ଦିନ ଓ ୬୯ଟି ମ୍ୟାଚ୍ ପରେ ଚୂଡାନ୍ତ ହେଲା ପ୍ଲେ ଅଫ୍ ଟିମ

1 min read

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ୍ -ଆଇପିଏଲ ୨୦୨୨ରେ ପ୍ଲେ ଅଫରେ ଖେଳିବାକୁ ଥିବା ଟିମ୍ ତାଲିକା ଚୂଡାନ୍ତ ହୋଇଛି । ମୁମ୍ବାଇ ଇଣ୍ଡିଆନସଠାରୁ ହାରି ଦିଲ୍ଲୀ କ୍ୟାପିଟାଲ୍ସର ପ୍ଲେ ଅଫ୍ ଆଶା ଧୂଳିସାତ ହୋଇଯାଇଥିବା ବେଳେ ଏହାର ଫାଇଦା ରୟାଲସ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ମିଳିଛି । ୫୭ ଦିନ ଓ ୬୯ଟି ମ୍ୟାଚ୍ ପରେ ପ୍ଲେ ଅଫ୍ ଟିମ ଚୂଡାନ୍ତ ହୋଇଛି । ନିଜର ଡେବ୍ୟୁ ଆଇପିଏଲ ଖେଳୁଥିବା ଗୁଜରାଟ ଟାଇଟାନ୍ସ ପ୍ରଥମେ ପ୍ଲେ ଅଫ୍ ପାଇଁ ଯୋଗ୍ୟତା ହାସଲ କରିଥିଲା ।

ଡେବ୍ୟୁ ଆଇପିଏଲ ଖେଳୁଥିବା ଅନ୍ୟତମ ଟିମ୍ ଲକ୍ଷ୍ନୌ ସୁପର ଜିଆଣ୍ଟସ ସମେତ ରାଜସ୍ଥାନ ରୟାଲସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟ ପ୍ଲେ ଅଫକୁ ଯାଇଛନ୍ତି । ମେ’ ୨୪ରେ ପ୍ରଥମ କ୍ବାଲିଫାୟର ଇଡେନ ଗାର୍ଡେନ୍ସରେ ଖେଳାଯିବ । ଟେବୁଲ ଟପ୍ପର ଗୁଜରାଟ ଟାଇଟାନ୍ସ ଓ ରାଜସ୍ଥାନ ରୟାଲସ ମଧ୍ୟରେ ଖେଳାଯିବ ଏହି ମ୍ୟାଚ୍ । ମେ’ ୨୫ରେ ଲକ୍ଷ୍ନୌ ସୁପର ଜିଆଣ୍ଟସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଏଲିମିନେଟର ମ୍ୟାଚ ଖେଳାଯିବ । ମେ’ ୨୭ରେ ଦ୍ବିତୀୟ କ୍ବାଲିଫାୟର ଖେଳାଯିବ । ଏହି ମାସ ୨୯ ତାରିଖରେ ଅହମ୍ମଦାବାଦରେ ଖେଳାଯିବ ଫାଇନାଲ ମ୍ୟାଚ୍ ।