ଚଳିତ ଆଇପିଏଲ ହୋଇପାରେ ଏମାନଙ୍କ ଶେଷ ସିଜିନ୍

ନନ୍ଦିଘୋଷ ବ୍ୟୁରୋ: ଚାଲିଛି ଆଇପିଏଲ । ବିଶ୍ବର ସବୁଠାରୁ ଧନୀ କ୍ରିକେଟ ଲିଗ ଖେଳିବା ପାଇଁ ଭାରତୀୟ ଏବଂ ବିଦେଶୀ ଖେଳାଳିଙ୍କ ମଧ୍ୟରେ ଦେଖିବାକୁ ମିଳିଥାଏ ଆଗ୍ରହ । ତେବେ ମ୍ୟାଚ ବେଶ ରୋମାଞ୍ଚକ ହେଉଥିବାବେଳେ ବହୁ ଯୁବ ଏବଂ ଅଭିଜ୍ଞ ଖେଳାଳିମାନେ ଖେଳୁଛନ୍ତି । ତେବେ ଚଳିତ ସିଜିନ ବହୁ ଖେଳାଳିଙ୍କ ପାଇଁ ଶେଷ ଟୁର୍ଣ୍ଣାମେଣ୍ଟ ହୋଇପାରେ । ଆଇପିଏଳର ସବୁଠାରୁ ସଫଳ ଅଧିନାୟକଭାବେ ଜଣାଶୁଣା ମହେନ୍ଦ୍ର ସିଂ ଧୋନୀଙ୍କ ଏହା ଶେଷ ଆଇପିଏଲ ସିଜିନ ହୋଇପାରେ । ଗତବର୍ଷ ସେ ଅବସର ନେବେ ବୋଲି ଚର୍ଚ୍ଚା ହେଉଥିଲା । ମାତ୍ର ସେ ଅନ୍ତିମ ମ୍ୟାଚ ପର୍ଯ୍ୟନ୍ତ ଖେଳିଥିବାବେଳେ ଚେନ୍ନାଇ ଚାମ୍ପିୟନ ହୋଇଥିଲା । ମାତ୍ର ଏଥରକ ସେ ଟୁର୍ଣ୍ଣାମେଣ୍ଟ ଆରମ୍ଭରୁ ଅଧିନାୟକ ପଦ ଛାଡ଼ିଥିବାବେଳେ ଗାଏକ୍ବାଡ ଅଧିନାୟକ ହୋଇଛନ୍ତି । ଏଣୁ ସେ ଅବସର ନେଇପାରନ୍ତି ବୋଲି କୁହାଯାଉଛି । ସେପଟେ ଅନ୍ୟମାନଙ୍କ ମଧ୍ୟରେ ଫାଫ ଡୁପ୍ଲେସି, ଦିନେଶ କାର୍ତ୍ତିକ, ଅମିତ ମିଶ୍ରା ଏବଂ ଶିଖର ଧାଓ୍ବନଙ୍କ ଏହା ଶେଷ ସିଜିନ ହୋଇପାରେ । ବୟସ ଦୃଷ୍ଟିରୁ ଦେଖିଲେ ଏମାନେ ଅବସର ନେଇପାରନ୍ତି ବୋଲି କୁହାଯାଇପାରେ । ତେବେ ଡୁପ୍ଲେସି ଦୀର୍ଘଦିନ ହେବ ଆନ୍ତର୍ଜରତୀୟ ଦଳରୁ ଅବସର ନେଇସାରିଲେଣି । ମାତ୍ର ଉଦଘାଟନୀ ମ୍ୟାଚରେ ସେ ଯେଭଳି ପ୍ରଦର୍ଶନ କଲେ ଆଜି ମଧ୍ୟ ଯୁବ ଖେଳାଳିଙ୍କ ଭଳି ଜଣାପଡ଼ୁଛନ୍ତି ।