ଅରେଞ୍ଜ କ୍ୟାପ୍ ଲଢ଼େଇ, ଆଜି ବିରାଟ ବନାମ ରିଆନ୍ ପରାଗ

ନନ୍ଦିଘୋଷ ବ୍ୟୁରୋ: ରୋମାଞ୍ଚ ହେଉଛି ଆଇପିଏଲ ଲଢ଼େଇ । ପ୍ରତି ମ୍ୟାଚରେ ଦମଦାର ଲଢ଼େଇ ଦେଖିବାକୁ ମିଳୁଛି । ତେବେ ଅରେଞ୍ଜ କ୍ୟାପ ଏବେ ବିରାଟଙ୍କ ପାଖରେ ଥିବାବେଳେ ରିଆନ ପରାଗ ଆଜିର ମ୍ୟାଚରେ ବଡ଼ ପାଳି ଖେଳିଲେ ସେ ଅରେଞ୍ଜ କ୍ୟାପର ଅଧିକାରୀ ହୋଇପାରନ୍ତି । ରାଜସ୍ଥାନ ନିଜର ଶେଷ ମ୍ୟାଚ ଖେଳିବା ଅବସରରେ ପରାଗଙ୍କ ପାଖରେ ଅରେଞ୍ଜ କ୍ୟାପ୍ ରହିଥିଲା । ତେବେ କୋହଲି ଏହାକୁ ଅତିକ୍ରମ କରିଛନ୍ତି । ବିରାଟ କୋହଲି ୨୦୩ ରନ ସଗ୍ରଂହ କରି ଅରେଞ୍ଜ କ୍ୟାପ୍ ତାଲିକାରେ ଶୀର୍ଷରେ ରହିଛନ୍ତି । ପରାଗ ୧୮୧ ରନ କରି ଦ୍ବିତୀୟ ସ୍ଥାନରେ ଥିବାବେଳେ ହେନରି କ୍ଲାସନ ୧୭୬ ରନ ସହ ତୃତୀୟ ସ୍ଥାନରେ ରହିଛନ୍ତି । ତେବେ ଆଜିର ମ୍ୟାଚରେ ବିରାଟଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇପାରନ୍ତି ୫୦ ଲକ୍ଷ ଟଙ୍କାରେ କିଣା ହୋଇଥିବା ଖେଳାଳି । ରିଆନ ପରାଗ ୫୦ ଲକ୍ଷ ଟଙ୍କାରେ କିଣା ହୋଇଛନ୍ତି । ସେ ବିରାଟଙ୍କ ସହ ଲଢ଼େଇ କରିବେ ଅରେଞ୍ଜ କ୍ୟାପ ପାଇଁ ।