ଗୋଟିଏ ପେନଡ୍ରାଇଭ୍ ବଢ଼ାଇ ଦେଇଛି ଦୁନିଆର ଚିନ୍ତା

1 min read

ନୂଆଦିଲ୍ଲୀ: ଆମେରିକା ଏବଂ ଚୀନ୍ ମଧ୍ୟରେ କୂଟନୈତିକ ସମ୍ପର୍କ ୪୨ ବର୍ଷ ପୁରୁଣା, କିନ୍ତୁ ବିଶ୍ୱର ଦୁଇ ବୃହତ ଅର୍ଥବ୍ୟବସ୍ଥା ବିଶ୍ୱ ସ୍ତରରେ ସେମାନଙ୍କର ଆଧିପତ୍ୟ ପାଇଁ ସଂଗ୍ରାମ କରୁଛନ୍ତି । ବର୍ତ୍ତମାନ ଦୁନିଆରେ ଏକ ନୂଆ ପ୍ରକାରର ଶୀତଳ ଯୁଦ୍ଧ ଦେଖିବାକୁ ମିଳୁଛି । ଏହି ପ୍ରତିଦ୍ୱନ୍ଦିତା ଠାରୁ ଆଗକୁ ବଢ଼ି ଟେକ୍ ଦୁନିଆରେ ବସ୍ ହେବା ପାଇଁ ଚୀନ୍ ବର୍ତ୍ତମାନ ପ୍ରସ୍ତୁତ ହେଉଛି । ଏହି ଲଢ଼େଇରେ ଚୀନ 5Gକୁ ବଡ଼ ମଉକା ଭାବରେ ଦେଖୁଛି । ବିଶ୍ୱର ୭୦ ପ୍ରତିଶତରୁ ଅଧିକ ମୋବାଇଲରେ ଗୁଗୁଲର ଆଣ୍ଡ୍ରଏଡ୍ ଅପରେଟିଂ ସିଷ୍ଟମ୍ ସହିତ ଏହା ସମାନ । ଏହାର ସିଧାସଳଖ ଲାଭ ଆମେରିକୀୟ କମ୍ପାନୀ ଗୁଗୁଲକୁ ହେବ । ଷ୍ଟାଣ୍ଡାର୍ଡ ସେଟ କରିବା ଦ୍ୱାରା ଚୀନ୍‌ର ପ୍ରୟାସକୁ USB ର ଉଦାହରଣରୁ ବୁଝି ହେବ ।

ବିଶ୍ୱବ୍ୟାପୀ ଇଣ୍ଡଷ୍ଟ୍ରୀ ପାଇଁ ଷ୍ଟାଣ୍ଡର୍ଡ ସେଟ୍ କରିବା ପାଇଁ ପ୍ରସ୍ତୁତି

ଚାଇନା ବିଶ୍ୱବ୍ୟାପୀ ଶିଳ୍ପ ପାଇଁ ମାନ ସ୍ଥିର କରିବାରେ ଲାଗିପଡ଼ିଛି । ଚାଇନିଜ୍ କମ୍ପାନୀଗୁଡିକ 5Gକୁ ନେଇ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ଅଛନ୍ତି । ଚାଇନା ଏହାର ଉଦ୍ଦେଶ୍ୟକୁ ସ୍ପଷ୍ଟ କରୁଥିବାବେଳେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଏବଂ 5G ଜି ଭଳି କ୍ଷେତ୍ର ପାଇଁ ଚାଇନା ଷ୍ଟାଣ୍ଡାର୍ଡ 2035 ପାଇଁ ରଣନୀତି ପ୍ରସ୍ତୁତ କରୁଛି। ଏହାର ଏକ ଉଦାହରଣ ହେଉଛି ଆମେରିକାର ସମସ୍ତ ପ୍ରତିବନ୍ଧକ ସତ୍ତ୍ୱେ ଚାଇନାର ହୁଆୱୀ କମ୍ପାନୀ ସର୍ବାଧିକ 5G ପେଟେଣ୍ଟ ପାଇଁ ଆବେଦନ କରିଛି। ଏହି ପେଟେଣ୍ଟଗୁଡିକ ମାଧ୍ୟମରେ ହିଁ ଚାଇନା ଆମେରିକୀୟ କମ୍ପାନୀ ତଥା ବିଶ୍ୱର ବିଭିନ୍ନ ସ୍ଥାନରୁ ରୟାଲ୍ଟି ସଂଗ୍ରହ କରିବ । ଅବଶ୍ୟ କେବଳ ପେଟେଣ୍ଟରେ କାମ ଚଳିବ ନାହିଁ, ଷ୍ଟାଣ୍ଡର୍ଡ ସେଟ୍ କରିବା ଦୁଇ ଉଭୟ ପକ୍ଷରୁ ହୋଇଥାଏ । ଅନେକ କମ୍ପାନୀ ଏଥିରେ ଅଂଶଗ୍ରହଣ କରନ୍ତି ।

​ଏମିତି ତିଆରି ହୋଇଥାଏ ଇଣ୍ଡଷ୍ଟ୍ରୀର ଷ୍ଟାଣ୍ଡାର୍ଡ, USB ମାଧ୍ୟମରେ ବୁଝନ୍ତୁ

​ଏହାକୁ ବୁଝିବା ପାଇଁ USB ଏକ ଭଲ ଉଦାହରଣ ଅଟେ । ମାର୍କେଟରେ ଅନେକ ପ୍ରକାର ଡିଭାଇଜ ଉପଲବ୍ଧ ଥିବା ସତ୍ତ୍ୱେ ଡାଟା ଟ୍ରାନ୍ସଫର ପାଇଁ USB ରିଡର ହିଁ ବ୍ୟବହାର କରାଯାଏ । କାରଣ ଏହା ଇଣ୍ଡଷ୍ଟ୍ରିର ଷ୍ଟାଣ୍ଡର୍ଡ ହୋଇସାରିଛି । ପ୍ରଥମେ ଡିଭାଇଜରେ ଭିନ୍ନ ଭିନ୍ନ ପ୍ରକାରର କନେକଟର ବ୍ୟବହାର କରାଯାଉଥିଲା ।ଏଥିରେ PS/2, DIN Connector, Game port, FireWire, SCSI, Serial Port ସାମିଲ ରହିଛି । USB ଇମ୍ପ୍ଲିମେଣ୍ଟ ଫୋରମ USB ପୋର୍ଟ ପାଇଁ ସ୍ପେସିଫିକେସନ ଧାର୍ଯ୍ୟ କରିଛନ୍ତି । ଏହା ଏକ ୟୁଜର ବେସ୍ ଏନଜିଓ ଅଟେ । ଏହାର ୭ଟି ମେମ୍ବର ଅଛନ୍ତି ସେଥିରୁ ୫ ଟି ଆମେରିକୀୟ । ଏସମସ୍ତେ ୟୁଏସବିକୁ କମନ ପ୍ରଟୋକଲ କରିବା ପାଇଁ କାମ କରିଛନ୍ତି ।   ୧୯୯୬ ୟୁଏସବି ଆସିବା ପରେ ଯେତେବେଳେ ଆପଲ ଏହାକୁ ଆଇମ୍ୟାକରେ ଏହାର ପ୍ରୟୋଗ କଲା ସେତେବେଳେ ତାକୁ ଖୁବ ଲୋକପ୍ରିୟତା ମିଳିଥିଲା । ସହଜରେ ପ୍ରୟୋଗ ଏବଂ ସ୍ୱୀକାର୍ଯ୍ୟତା କାରଣରୁ ଏହା ଆଜି ୟୁନିଭର୍ସାଲ କନେକଟର ହୋଇସାରିଛି ।

ଚୀନ ପାଇଁ କାହିଁକି ଚିନ୍ତାରେ ପଶ୍ଚିମ ଦେଶ ଗୁଡ଼ିକ

ଆମେରିକାରେ ଷ୍ଟାଣ୍ଡର୍ଡ ସେଟ କରିବା ପାଇଁ Approch Decentralise ଏବଂ ମାର୍କେଟରୁ ଧାର୍ଯ୍ୟ ହୋଇଥାଏ । ଅନ୍ୟପଟେ ଚୀନ ଏଥିପାଇଁ ପୁରା ପ୍ରୟାସ କରୁଛି । ଏଥିରେ ନିଜ କମ୍ପାନୀ ଗୁଡ଼ିକର ସମର୍ଥନ ମଧ୍ୟ ସାମିଲ ରହିଛି । ଧିରେ ଧିରେ ଷ୍ଟାଣ୍ଡର୍ଡ ଏଜେନ୍ସି ଉପରେ ପଶ୍ଚିମ ଦେଶ ଗୁଡ଼ାକର ଦବଦବା କମିବାରେ ଲାଗିଛି । ବର୍ତ୍ତମାନ ସମୟରେ ଅତି କମରେ ଚାରି ଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ ଅରଗାନାଇଜେସନର ପ୍ରମୁଖ ରୂପେ ଚୀନ ଅଧିକାରୀ ରହିଛି । ୨୦୦୩ ଏବଂ ୨୦୦୪ରେ WAPI ରୁ WiFi କୁ ଚ୍ୟାଲେଞ୍ଜ ଦେବାରେ ଚୀନ ବିଫଳହେବା ପରେ ଏବେ ଅଧିକ ସକ୍ରିୟ ହୋଇଉଠିଛି ।

​ଏହି ଲଢ଼େଇ ଭାରତର ସ୍ଥିତି କେଉଁଠି

ଚୀନ ଏବଂ ଆମେରିକାର ଆର୍ଥିକ ପ୍ରତିଦ୍ୱନ୍ଦିତାରେ ଦୁନିଆ ଦୁଇ ଭାଗରେ ବାଣ୍ଟି ହୋଇଯିବା ଥୟ ଅଟେ । ଏମିତି ହେବା ଦ୍ୱାରା ଭାରତ ନିଜ ମାର୍କେଟ ପ୍ରାଇସ ହିସାବରେ ଶୀତଳ ଯୁଦ୍ଧରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ଭାରତ ପକ୍ଷରୁ ପଶ୍ଚିମୀ କମ୍ପାନୀ ଗୁଡ଼ିକୁ ମହତ୍ତ୍ୱପୂର୍ଣ୍ଣ ଆଇଟି ସମ୍ବନ୍ଧିତ ସେବା ଉପଲବ୍ଧ କରାଇଥାଏ । 5G ପ୍ଲାନକୁ ନେଇ ଆଗକୁ ବଢ଼ିବା ନେଇ Domestic Manufacturing ଏବଂ ସୁରକ୍ଷାକୁ ନେଇ ଚିନ୍ତା ମୁଖ୍ୟ ନିର୍ଣ୍ଣାୟକ କାରକ ହେବ । ଭାରତରେ ବର୍ତ୍ତମାନ ୨୦୨୨ ମସିହା ସୁଦ୍ଧା 5Gକୁ ଲଞ୍ଜ୍ କରାଯିବ । ଅବଶ୍ୟ ସରକାରଙ୍କ ତରଫରୁ ସ୍ପେକଟ୍ରମକୁ ନେଇ ନିଲାମୀ ଆରମ୍ଭ ହୋଇନାହିଁ । ୨୦୦୭ ମସିହାରେ 4G ଲଞ୍ଜ ହେବା ପରେ ଭାରତ ଏହାକୁ ନିଜ ଦେଶରେ ଲଞ୍ଜେ କରିବାରେ ୮ ବର୍ଷ ବିଳମ୍ବ କରିଥିଲା ।

Leave a Reply