spot_img

Latest Posts

କୁଖ୍ଯାତ ଆତଙ୍କବାଦୀ ରିଜୱାନ ଅବଦୁଲକୁ ଧରିଲା ଦିଲୀ ପୋଲିସର ସ୍ପେଶାଲ ସେଲ

ନୂଆଦିଲ୍ଲୀ : ଦିଲ୍ଲୀ ପୋଲିସ ସ୍ପେଶାଲ ସେଲ୍ କବଜାରେ ଆତଙ୍କବାଦୀ। ISISର କୁଖ୍ଯାତ ଆତଙ୍କବାଦୀ ରିଜୱାନ ଅବଦୁଲ ହାଜି ଅଲୀକୁ ଗିରଫ କଲା ଦିଲ୍ଲୀ ପୋଲିସ। ରିଜୱାନ ରାଷ୍ଟ୍ରୀୟ ତଦନ୍ତକାରୀ ସଂସ୍ଥା ରାଡାରରେ ଥିଲା। ଏହାସହ ଆତଙ୍କବାଦୀ ରିଜୱାନର ମୁଣ୍ଡ ଉପରେ ୩ ଲକ୍ଷ ଟଙ୍କାର ପୁରସ୍କାର ଥିଲା। ରିଜୱାନ ଦିଲ୍ଲୀ ଦରିଆଗଂଜର ବାସିନ୍ଦା ଥିଲା। ରିଜୱାନ ଏବଂ ତାର ସାଥି ଦିଲ୍ଲୀର ଅନେକ ଭିଆଇପି ଅଂଚଳରେ ତନାଘନା କରିଥିଲା। ତା ପାଖରୁ ଅସ୍ତ୍ରଶସ୍ତ୍ର ମଧ୍ୟ ଉଦ୍ଧାର ହୋଇଛି। ଆଗକୁ ସ୍ଵାଧୀନତା ଦିବସ ପାଳନ ହେବାକୁ ଥିବାବେଳେ କିଛି ବଡ଼ ଅଘଟଣ ଘଟାଇବାକୁ ଯୋଜନା କରିଥିଲା ରିଜୱାନ। ଦିଲ୍ଲୀ ଓ ମୁମ୍ବାଇରେ ନାମି ବ୍ଯକ୍ତିଙ୍କୁ ଟାର୍ଗେଟ କରିବାକୁ ଯୋଜନା କରିଥିଲା ଆତଙ୍କବାଦୀ ରିଜୱାନ। ISISର ପୁଣେ ମଡ୍ଯୁଲ ସହ ଜଡ଼ିତ ଥିଲା ରିଜୱାନ। ରିଜୱାନରଙ୍କ ଗିରଫ ନେଇ ୱାରେଣ୍ଟ ଜାରି କରିଥିଲା ଏନଆଇଏ। ପୁଣେ ISIS ସଂଗଠନ ସହ ଜଡ଼ିତ ଥିବା ଅଭିଯୋଗରେ ଆଉ କିଛି ସଦସ୍ୟରଙ୍କୁ ଧରିଛି ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ।

Latest Posts

Don't Miss