ବିଶ୍ୱ ପାଇଁ ଭଲ ଖବର: ଏହି ତିନି ଦେଶ ପ୍ରସ୍ତୁତ କରିଛନ୍ତି କରୋନା ଭ୍ୟାକ୍ସିନ୍ !

1 min read

ନୂଆଦିଲ୍ଲୀ: ସମଗ୍ର ବିଶ୍ୱ ଏବେ କରୋନା ଭାଇରସ୍‌କୁ ନେଇ ଆତଙ୍କିତ ହୋଇ ରହିଛି । ଏହି ଭାଇରସ୍‌ରେ ଆକ୍ରାନ୍ତ ହେବା ପରେ ଲୋକ ମୃତ୍ୟୁମୁଖକୁ ଚାଲିଯାଉଛନ୍ତି । ବୈଜ୍ଞାନିକମାନେ ଆଜି ସୁଦ୍ଧା ଏହି ରୋଗର କୌଣସି ପ୍ରତିକାର ପ୍ରସ୍ତୁତ କରିପାରି ନାହାନ୍ତି । ହେଲେ କିଛି ଦେଶ ଭ୍ୟାକ୍ସିନ ପ୍ରସ୍ତୁତ କରି ପ୍ରାଥମିକ ପରୀକ୍ଷଣରେ ସଫଳ ହୋଇଥିବା ଦାବି କରିଛନ୍ତି । ସେମାନଙ୍କ ମଧ୍ୟରେ ଇସ୍ରାଏଲ ଏବଂ ଇଟାଲୀ ପ୍ରଥମେ ଭ୍ୟାକ୍ସିନ୍‌ ପ୍ରସ୍ତୁତ କରିସାରିଥିବା କହିଛନ୍ତି । ଆଉ ତାଙ୍କ ଭ୍ୟାକ୍ସିନ୍‌ କରୋନା ଭୂତାଣୁକୁ ନଷ୍ଟ କରିପାରୁଛି ବୋଲି ମଧ୍ୟ କହିଛନ୍ତି । ଏହାକୁ ନେଇ ଏବେ ବିଶ୍ୱ ଆଶା କରୁଛି ଯେ ଖୁବ୍‌ ଶୀଘ୍ର ଏହି ବିପଦ ଦୂର ହୋଇଯିବ । ଅନ୍ୟପଟେ ଏହି ଦୁଇ ଦେଶ ବ୍ୟତୀତ ଆମେରିକା, ଚୀନ୍, ଭାରତ, ବ୍ରିଟେନ ଭଳି ଦେଶରେ ଭ୍ୟାକ୍ସିନ୍‌ର କ୍ଲିନିକାଲ ପରୀକ୍ଷା ଚାଲିଛି ଏବଂ ଶୀଘ୍ର ସଫଳତାର ମିଳିବ ଆଶା ରହିଛି ।

କରୋନା ଭାଇରସ୍‌ ପାଇଁ ୮ଟି ଭ୍ୟାକ୍ସିନ୍‌ କ୍ଲିନିକାଲ୍ ଟ୍ରାଏଲ୍ ପର୍ଯ୍ୟାୟରେ ପହଞ୍ଚିଥିବାବେଳେ ୧୦୦ଟି ଭ୍ୟାକ୍ସନ୍‌ ପ୍ରି-କ୍ଲିନିକାଲ୍ ପର୍ଯ୍ୟାୟରେ ରହିଛି । ମଣିଷଙ୍କ ଉପରେ ପରୀକ୍ଷଣରେ ପହଞ୍ଚିଥିବା ଭ୍ୟାକ୍ସିନ୍‌ ମଧ୍ୟରୁ ୪ଟି ଚୀନ ଦ୍ୱାରା ପ୍ରସ୍ତୁତ ବୋଲି ଜଣାପଡ଼ିଛି । ସେପଟେ ଅନ୍ୟ ଦେଶମାନଙ୍କ ସହିତ ଭ୍ୟାକ୍ସିନ୍‌ ପ୍ରସ୍ତୁତ କରିବା ରେସ୍‌ରେ ଭାରତୀୟ କମ୍ପାନୀଗୁଡିକ ମଧ୍ୟ ସାମିଲ ଅଛନ୍ତି ।

କରୋନା ମହାମାରୀ ଭଳି ମାହାସଙ୍କଟ ମଧ୍ୟରେ ଇସ୍ରାଏଲର ପ୍ରତିରକ୍ଷା ମନ୍ତ୍ରୀ ନଫାଟାଲି ବେନେଟ୍ ସୋମବାର ଦାବି କରିଛନ୍ତି ଯେ, ତାଙ୍କ ଦେଶର ବୈଜ୍ଞାନିକମାନେ ଏହି ମହାମାରୀର ଭ୍ୟାକ୍ସିନ୍‌ ପ୍ରସ୍ତୁତ କରି ସାରିଛନ୍ତି । ମନ୍ତ୍ରୀଙ୍କ କହିବାନୁସାରେ, ଏହି ଭ୍ୟାକ୍ସିନ୍‌ ମୋନୋକ୍ଲୋନଲ୍‌ ଭଳି କରୋନା ଭାଇରସକୁ ଆକ୍ରମଣ କରିଥାଏ । ଏହା ଅସୁସ୍ଥ ଲୋକଙ୍କ ଶରୀରରୁ କରୋନା ଭାଇରସ୍‌କୁ ଦୂର କରିଥାଏ

ଇଟାଲୀ ସରକାର ଦାବି କରିଛନ୍ତି ଯେ, ସେ ଆଣ୍ଟିବଡିଜ୍‌ ଖୋଜି ବାହାର କରି ସାରିଛନ୍ତି । ଯାହାକି ମଣିଷ କୋଷିକାରେ ଥିବା କରୋନା ଭାଇରସ୍‌କୁ ନଷ୍ଟ କରିବାରେ ସଫଳ ହୋଇଥାଏ । ପ୍ରଥମେ ଏହାକୁ ମୂଷା ଉପରେ ବ୍ୟବହାର କରାଯାଇଥିଲା ଏବେ ପରେ ମଣିଷ ଶରୀରରେ ବ୍ୟବହାର କରାଗଲା । ପରୀକ୍ଷଣ ସଫଳ ହୋଇଥିବା ଜଣାପଡ଼ିଛି ।

Leave a Reply