ଗଛ କଟା ବେଳେ ଅଘଟଣ; ଗଛ ତଳେ ଚାପି ହୋଇ ୭ ବର୍ଷୀୟ ବାଳକର ମୃତ୍ୟୁ, ୩ ଗୁରୁତର

1 min read

ଯାଜପୁର: ଯୋଡ଼ିକୂଅ ଛକରେ ଅଘଟଣ । ଗଛ କଟା ବେଳେ ଗଛ ପଡି ୭ବର୍ଷର ବାଳକ ମୃତ, ୩ ଗୁରୁତର  ଆହତ । ଯୋଡ଼ିକୂଅ ଛକ ନିକଟରେ ବିନା ଅନୁମତିରେ ଗଛ କଟା ହେଉଥିବା ବେଳେ ଗଛ ପଡ଼ି ଜଣେ ୭ବର୍ଷ ବାଳକର ମୃତ୍ୟୁ ହୋଇଛି। ଭଦ୍ରକ ଅଞ୍ଚଳର ସ୍ବାମୀ- ସ୍ତ୍ରୀ ଦୁଇ ପୁଅଝିଅଙ୍କ ସହ ବିରଜାଙ୍କ ଦର୍ଶନ ସାରି ଗାଡ଼ିରେ ଫେରୁଥିବା ବେଳେ ରାସ୍ତାରେ ସେମାନଙ୍କ ଉପରେ ଗଛ ପଡ଼ିଯାଇଥିଲା । ଘଟଣାସ୍ଥଳରେ ବାଳକର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଭତ୍ତି କରାଯାଇଛି। ଘଟଣା ସ୍ଥଳରେ ଉତ୍ତେଜନା ଲାଗିରହିଚଛି । ଉତ୍ତ୍ୟକ୍ତ ଲୋକ ନିଆଁ ଜାଳି ରାସ୍ତା ଅବରୋଧ କରିଛନ୍ତି।  ତେବେ ଯେଉଁ ଲୋକ ଗଛ କାଟୁଥିଲା ସେ ବ୍ୟକ୍ତି ଜଣଙ୍କ ଘଟଣାସ୍ଥଳରୁ ଫେରାର ଥିବା ବେଳେ ଯେଉଁ ବ୍ୟକ୍ତି ଜଣଙ୍କ ଗଛ କଟାଉଥିଲେ ତାକୁ ମଧ୍ୟ ପୋଲିସ ଖୋଜୁଛି । ମୃତ ବାଳକଙ୍କ ପରିବାର ମା’ ବିରଜାଙ୍କ ଦର୍ଶନ ସାରି ଘରକୁ ଫେରୁଥିବା ବେଳ ଅଘଟଣ ସୂଚନା । ଅଘଟଣ ପରେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି । ସ୍ଥାନୀୟ ଲୋକେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି ।

Leave a Reply