ମେଡିକାଲରୁ ଡିସଚାର୍ଜ ପରେ ପ୍ରଣବଙ୍କୁ ଭେଟିବାକୁ ନେତା ଓ କର୍ମୀଙ୍କ ଅସମ୍ଭାଳ ଭିଡ଼

ଯାଜପୁର : ମେଡିକାଲରୁ ଡିସଚାର୍ଜ ପରେ ଯାଜପୁର କାଳୀମେଘା ବାସଭବନରେ ପହଞ୍ଚିଲେ ପୂର୍ବତନ ବିଧାୟକ ତଥା ବିଜେଡି ଉପସଭାପତି ପ୍ରଣବ ପ୍ରକାଶ ଦାସ। ପ୍ରଣବଙ୍କୁ ଭେଟିବାକୁ ନେତା ଓ କର୍ମୀଙ୍କ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳିଛି । ଏଫଏମ କଲେଜ ଛାତ୍ରୀଙ୍କୁ ନ୍ୟାୟ ପ୍ରଦାନ ପାଇଁ ବିଜୁ ଜନତା ଦଳ ପକ୍ଷରୁ ଲୋୟର ପିଏମଜିରେ ରାଜ୍ୟ ସରକାରଙ୍କ ଆପାରଗତାକୁ ନେଇ ଆନ୍ଦୋଳନ ଚାଲିଥିବା ବେଳେ ପ୍ରଣବ ଆହତ ହୋଇଥିଲେ। ଏହି ଆନ୍ଦୋଳନରେ ପ୍ରଣବଙ୍କ ସମେତ ପୂର୍ବତନ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡେ଼ଇ, ରାଜ୍ୟସଭା ସାଂସଦ ସୁଲତା ଦେଓ ଓ ଅନ୍ୟ କିଛି ନେତା ଆହତ ହୋଇଥିଲେ। ପୋଲିସର ଅମାନୁଷିକ ରବର ବୁଲେଟ ଚାଳନାରେ ସେମାନେ ଆହତ ହୋଇଥିଲେ। ସୁସ୍ଥ ହେବା ପରେ ଆଜି ଯାଜପୁର ବାସଭବନରେ ପ୍ରଣବଙ୍କୁ ଭେଟି ଆଶୁ ଆରୋଗ୍ୟ କାମନା କରିଛନ୍ତି ଶହ ଶହ ସଂଖ୍ୟକ ସମର୍ଥକ, କର୍ମୀ ଓ ନେତା। ଜିଲ୍ଲାର ବିଭିନ୍ନ ଅଂଚଳରୁ ସାଧାରଣ ଜନତା ମଧ୍ୟ ଆସି ପ୍ରଣବଙ୍କୁ ଭେଟି ମା ବିରଜାଙ୍କ ନିକଟରେ ଆଶୁ ଆରୋଗ୍ୟ କାମନା କରିଛନ୍ତି।