spot_img

Latest Posts

ଜଣେ କର୍ମଜୀବୀ ମହିଳାଙ୍କୁ ଗଣଦୁଷ୍କର୍ମ ! ଥାନାରେ ଏତଲା ପରେ ପୋଲିସ ତଦନ୍ତ ଜାରି

ଯାଜପୁର : ଯାଜପୁରରେ ଲଜ୍ଜା। ଜଣେ କର୍ମଜୀବୀ ମହିଳାଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ନେଇ ଅଭିଯୋଗ ହୋଇଛି । ମହିଳାଙ୍କୁ ଓଢ଼ଣିରେ ହାତ ମୁହଁ ବାନ୍ଧି ଗଣଦୁଷ୍କର୍ମ କରାଯାଇଛି। ଖସି ପଳାଇବାକୁ ଉଦ୍ୟମ ବେଳେ ନିର୍ଧୂମ ମାଡ଼ ସହ ମୁହଁ ଓ ପିଠିକୁ ହାଣି ପକାଇଛନ୍ତି ଅଭିଯୁକ୍ତ। ଏଭଳି ଘଟଣା ଏବେ ଯାଜପୁର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ପରିବାର ପକ୍ଷରୁ ଏନେଇ ଥାନାରେ ଅଭିଯୋଗ ହୋଇଛି। ଘଟଣାକୁ ୭୨ ଘଣ୍ଟା ବିତିଥିଲେ ମଧ୍ୟ ପୋଲିସର ନିଷ୍କ୍ରିୟତାକୁ ନେଇ ଉଠିଛି ବଡ଼ ପ୍ରଶ୍ନ। ଗତ ୨୨ ତାରିଖ ସଂଧ୍ୟାରେ ଯାଜପୁର ଟାଉନ ଥାନା ଅଞ୍ଚଳରେ ଘଟିଛି ଏଭଳି ଘଟଣା। ଗାନ୍ଧୀ ଛକରେ ଜଣେ କର୍ମଜୀବୀ ମହିଳା ଘରକୁ ଯିବା ପାଇଁ ଗାଡିକୁ ଅପେକ୍ଷା କରିଥିବା ବେଳେ, ଜଣେ ଅଟୋ ଚାଳକ ଛାଡ଼ିଦେବାକୁ କହି ଅଟୋରେ ବସାଇଥିଲେ। ପୂର୍ବରୁ ଅଟୋରେ ୨ ଜଣ ଯୁବକ ବସିଥିଲେ।  କିଛି ବାଟ ଯିବା ପରେ ଯୁବକ ଦ୍ବୟ ଗାଡି ଭିତରେ ମହିଳାଙ୍କୁ ଅସଦାଚରଣ କରିବା ସହ ଓଢ଼ଣୀରେ ହାତ ମୁହଁ ବାନ୍ଧି ଦେଇଥିଲେ। ଏକ ନିଛାଟିଆ ସ୍ଥାନକୁ ମହିଳାଙ୍କୁ ନେଇଯାଇଥିଲେ। ପୂର୍ବରୁ ସେଠାରେ ୩ ଜଣ ମଦ୍ୟପ ଯୁବକ ଉପସ୍ଥିତ ଥିଲେ। ସମସ୍ତେ ମିଶି ମହିଳାଙ୍କୁ ଗଣ ଦୁଷ୍କର୍ମ କରିବା ସହ ମାରଣାସ୍ତ୍ରରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ମହିଳାଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରି ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ସ୍ଥାନୀୟ ଲୋକେ। ଘଟଣାକୁ ୭୨ ଘଣ୍ଟା ବିତିଥିବା ବେଳେ ପୋଲିସ ପ୍ରାଥମିକ ତଦନ୍ତ ଆରମ୍ଭ କରିଛି। ଏଭଳି ଘଟଣା ପରେ ସହରରେ ମହିଳାଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Latest Posts

Don't Miss