ନନ୍ଦିଘୋଷ ବ୍ୟୁରୋ : ସୋମବାର ବିଳମ୍ବିତ ରାତିରେ ଥାରିଲା ଜାପାନ । ଉତ୍ତର ଜାପାନର ଉପକୂଳରେ ୭.୫ ତୀବ୍ରତାର ଏକ ଭୂମିକମ୍ପ ଅନୁଭୂତ ହୋଇଛି। ଅଧିକାରୀମାନଙ୍କ ଅନୁସାରେ, ଭୂମିକମ୍ପରେ ୨୩ ଜଣଙ୍କୁ ମୃତ୍ୟୁ ହୋଇଛି । ପ୍ରଶାନ୍ତ ମହାସାଗରୀୟ ଉପକୂଳବର୍ତ୍ତୀ ଅଞ୍ଚଳରେ ସୁନାମି ଆସିଛି। ଏହି ବିନାଶକାରୀ ଭୂମିକମ୍ପ ପରେ ପରବର୍ତ୍ତୀ ଝଟକା ପାଇଁ ସତର୍କ ସୂଚନା ଜାରି କରାଯାଇଛି। ଜାପାନ ସରକାର ଏପର୍ଯ୍ୟନ୍ତ ସୁନାମି ଏବଂ ବିଳମ୍ବିତ ରାତିରେ ହୋଇଥିବା ଭୂମିକମ୍ପ ଯୋଗୁଁ ହୋଇଥିବା କ୍ଷୟକ୍ଷତିର ଆକଳନ କରୁଛନ୍ତି।
ଭୂମିକମ୍ପ ଯୋଗୁଁ ଅଧିକାଂଶ ଜିନିଷ ପଡ଼ିଯିବାରୁ ଲୋକ ଆହତ ହୋଇଥିଲେ। ଜାପାନ ପାଣିପାଗ ସଂସ୍ଥା ଅନୁଯାୟୀ, ଭୂମିକମ୍ପ ରାତି ୧୧:୧୫ ରେ ଆଓମୋରି ଅଞ୍ଚଳର ଉପକୂଳରୁ ପ୍ରାୟ ୮୦ କିଲୋମିଟର ଦୂରରେ ୫୦ କିଲୋମିଟର ଗଭୀରତାରେ ହୋଇଥିଲା। ସୁନାମି ସତର୍କତା ଜାରି କରାଯାଇଥିଲା। ୭୦ ସେମି ଉଚ୍ଚତା ପର୍ଯ୍ୟନ୍ତ ଲହରି ପରିଲକ୍ଷିତ ହୋଇଥିଲା।
କିଛି ଟ୍ରେନକୁ ବାତିଲ କରାଯାଇଛି । ମୁଖ୍ୟ କ୍ୟାବିନେଟ୍ ସଚିବ ମିନୋ କିହାରା ଅନୁସାରେ, ୮ଶହ ଘରରୁ ବିଦ୍ୟୁତ କଟିଯାଇଛି । ଆଗାମୀ ଦିନରେ ଆହୁରି ଶକ୍ତିଶାଳୀ ଭୂମିକମ୍ପ ଆସିପାରେ ବୋଲି ମଧ୍ୟ ଚେତାବନୀ ଦେଇଛନ୍ତି ଏବଂ ଅତି କମରେ ଗୋଟିଏ ସପ୍ତାହ ପର୍ଯ୍ୟନ୍ତ ସତର୍କ ରହିବାକୁ ଲୋକଙ୍କୁ ଅନୁରୋଧ କରିଛନ୍ତି।
ପୂର୍ବରୁ ୨୦୧୧ ମସିହାରେ ଜାପାନର ଉତ୍ତର ଉପକୂଳରେ ୯.୦ ତୀବ୍ରତାର ଭୂମିକମ୍ପ ଏବଂ ସୁନାମି ଆସି ପ୍ରାୟ ୨୦,୦୦୦ ଲୋକଙ୍କର ମୃତ୍ୟୁ ଘଟିଥିଲା ଏବଂ ଫୁକୁସିମା ଦାଇଚି ପରମାଣୁ ଶକ୍ତି କେନ୍ଦ୍ର ଧ୍ୱଂସ ପାଇଯାଇଥିଲା।

