spot_img

Latest Posts

ଗିରଫ ହେଲେ ଜୟପୁର ବନଖଣ୍ଡର ଡେପୁଟି ରେଞ୍ଜର ରାମଚନ୍ଦ୍ର ନେପାକ

ଜୟପୁର : ଗିରଫ ହେଲେ କୋରାପୁଟ ଜିଲ୍ଲା ଜୟପୁର ବନଖଣ୍ଡର ଡେପୁଟି ରେଂଜର ରାମଚନ୍ଦ୍ର ନେପାକ।  ଗତକାଲି ଏକକାଳୀନ ୬ଟି ସ୍ଥାନରେ ରେଡ୍ କରିବା ପରେ ତାଙ୍କର ବିପୁଳ ସଂପତ୍ତିର ସନ୍ଧାନ ପାଇଥିଲା ଭିଜିଲାନସ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍ କରାଯାଇଥିଲା। ଘରୁ ମିଳିଥିଲା ୧ କୋଟି ୪୩ ଲକ୍ଷ କ୍ୟାସ। ୧୦ଟି ଆକାଉଣ୍ଟରୁ ମିଳିଛି ୧ କୋଟି ୩୨ ଲକ୍ଷରୁ ଅଧିକ ଟଙ୍କା । ଦେଢ କିଲୋ ସୁନା, ସାଢେ ୪ କିଲୋ ରୁପା ଅଳଙ୍କାର ଜବତ ହୋଇଛି। ଜୟପୁରରେ ବହୁତଳ କୋଠା, ଭୁବନେଶ୍ଵରରେ ଗୋଟିଏ ଥ୍ରୀ ବିଏଚକେ, ଜୟପୁର ଟାଉନରେ ଗୋଟିଏ ୨ ବିଏଚକେ ସହ ୩ଟି ଫ୍ଲାଟ ଓ ଦୁଇଟି ଦାମି ପ୍ଲଟ ଠାବ ହୋଇଛି। ଏବେ ସୁଦ୍ଧା ଗୋଟିଏ ଦାମି କାର ମଧ୍ୟ ଠାବ ହୋଇଛି। ଜୟପୁର ଗୋଲ୍ଡେନ ହାଇଟ ଆପାର୍ଟେମେଣ୍ଟର ଗୁପ୍ତ ଟ୍ରେଜେରୀରୁ  ୧ କୋଟି ୩୮ ଲକ୍ଷ ୯୦ ହଜାର ଟଙ୍କା ଜବତ ହୋଇଛି। ଜୟପୁର ଟାଉନ ସ୍ଥିତ ତାଙ୍କ ଘରୁ ୪ ଲକ୍ଷ ୪୪ ହଜାର ଟଙ୍କା ଠାବ ହୋଇଛି। ସୁନା, ରୂପା ଓଜନ ପାଇଁ ଓଜନ ମେସିନ ସହ ଟଙ୍କା ଗଣିବାକୁ ଟଙ୍କା ଗଣତି ମେସିନ ବ୍ୟବହାର କରାଯାଇଥିଲା। ବ୍ୟାଙ୍କ ଜମା ଓ ଅନ୍ୟ ଆର୍ଥିକ କାରବାର ସମ୍ପର୍କରେ ଚାଲିଛି ଖୋଳତାଡ଼।

Latest Posts

Don't Miss