ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ଟ୍ୟୁସନ ସାରଙ୍କୁ ୨୦ ବର୍ଷ ଜେଲ୍

ଝାରସୁଗୁଡା : ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ଟ୍ୟୁସନ ସାରଙ୍କୁ ୨୦ ବର୍ଷ ଜେଲ୍ । ଦଣ୍ଡାଦେଶ ଦେଲେ ଝାରସୁଗୁଡ଼ା ପୋକ୍ସୋ ଅଦାଲତ । ୨୦୨୨ ଝାରସୁଗୁଡ଼ା ବଡ଼ମାଳ ଥାନା ଅଞ୍ଚଳରେ ଘଟିଥିଲା ଘଟଣା । ଟିଉସନ ପଢିବାକୁ ଆସିଥିବା ନାବାଳିକା ଛାତ୍ରୀଙ୍କୁ ଅଶ୍ଳୀଳ ଭିଡିଓ ଦେଖାଇ ବଳ ପୂର୍ବକ ଦୁଷ୍କର୍ମ କରିଥିଲେ ଟ୍ୟୁସନ ସାର କିଶୋର ବାଦୀ । ଆଜି ମାମଲାର ବିଚାର କରି ଝାରସୁଗଡ଼ା ଅଭିଯୁକ୍ତ ଟ୍ୟୁସନ ସାର କିଶୋର ବାଦୀକୁ ୨୦ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି କୋର୍ଟ । ୫୮ଟି ଦସ୍ତାବିଜ ଏବଂ ୨୭ ଜଣଙ୍କ ସାକ୍ଷ ପ୍ରମାଣ ଆଧାରରେ ରାୟ ଶୁଣାଇଛନ୍ତି ଜଜ । ଜେଲ ଦଣ୍ଡ ସହ ୧୦ ହଜାର ଟଙ୍କା ଜୋରିମାନା ନିର୍ଦ୍ଦେଶ ଦେଇଛନ୍ତି ଅତିରିକ୍ତ ଜିଲ୍ଲା ଦୌରା ଜଜ । ଜୋରିମାନା ଅନାଦେୟ ଅଧିକ ୧ ବର୍ଷ କାରାଦଣ୍ଡ ଭୋଗିବାକୁ ପଡ଼ିବ । ଏହା ସହିତ ପୀଡିତାକୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।