ଜିନ୍ଦଲ ଷ୍ଟିଲର ଲଜିଷ୍ଟିକ ମ୍ୟାନେଜରଙ୍କ ମୃତ୍ୟୁ, ପିଟି ପିଟି ହତ୍ୟା କରାଯାଇଥିବା ସନ୍ଦେହ

ସୁନ୍ଦରଗଡ଼: ବଣାଇଁ ଲହୁଣିପଡ଼ା ଥାନା ବରସୁଆଁ ତଳ ବଜାରରେ ଅଭାବନୀୟ ଘଟଣା । ଜିନ୍ଦଲ ଷ୍ଟିଲର ଲଜିଷ୍ଟିକ ମ୍ୟାନେଜର ମୋତିଲାଲ ପାଲଙ୍କ ମୃତ୍ୟୁ ହୋଇଛି । ତାଙ୍କୁ କେହି ପିଟି ପିଟି ହତ୍ୟା କରିଥିବା ସନ୍ଦେହ କରାଯାଉଛି । କିଛି ଦିନ ହେଲା ଗେଷ୍ଟ ହାଉସରେ ଏକୁଟିଆ ରହୁଥିଲେ ମୋତିଲାଲ । ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୃତଦେହ ପଡିଥିବା ଖବର ପାଇ ପୋଲିସ ଗେଷ୍ଟହାଉସରେ ପହଞ୍ଚି ତଦନ୍ତ ଜାରି ରଖିଛି । ଘଟଣାସ୍ଥଳରେ କମ୍ପାନୀ କର୍ତ୍ତୃପକ୍ଷ, ପୋଲିସ ତଦନ୍ତ ଆରମ୍ଭ କରିଥିବା ବେଳେ କେହି ହତ୍ୟା କରି ପଳାଇ ଥିବା ସନ୍ଦେହ କରାଯାଉଛି । ରାଉରକେଲାରୁ ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ଆସିବା ପରେ ମୃତଦେହ ଉଦ୍ଧାର କରାଯିବ । ପରେ ସବୁ କିଛି ସ୍ପଷ୍ଟ ହେବ ବୋଲି ସୂଚନା ଦେଇଛି ପୋଲିସ।