ପୁଣି ଆଣ୍ଡ୍ରୋଏଡ ଫୋନକୁ ପ୍ରଭାବିତ କରିବାକୁ ଆସିଲା ଜୋକର, ଏହି ୮ଟି ଆପକୁ ତୁରନ୍ତ କରିଦିଅନ୍ତୁ ଡିଲେଟ ନହେଲେ…

1 min read

ନୂଆଦିଲ୍ଲୀ: ଆଣ୍ଡ୍ରୋଏଡ ସ୍ମାର୍ଟଫୋନରେ ଭାଇରସ୍ କିମ୍ବା ମାଲୱେର୍ ସମସ୍ୟା ଦୀର୍ଘ ଦିନ ଧରି ଚାଲିଆସୁଛି । କେତେବେଳେ ଫୋନର ସିକ୍ୟୁରିଟିରେ ବ୍ରିଚ ହୋଇଯାଏ ତ କେତେବେଳେ ଆଣ୍ଡ୍ରୋଏଡ ଆପ୍ସରେ ମାଲୱେର୍ ଆସିଯାଇଥାଏ । ଆଣ୍ଡ୍ରୋଏଡ୍ ବ୍ୟବହାରକାରୀଙ୍କ ସମସ୍ୟା ଯାହାକୁ ସେୟା ହିଁ ରହିଯାଇଥାଏ । ବର୍ତ୍ତମାନ ଆଉ ଏକ ଖବର ସାମ୍ନାକୁ ଆସିଛି ଯେଉଁଥିରେ କୁହାଯାଇଛି ଯେ କୁଇକ୍ ହିଲ୍ ସିକ୍ୟୁରିଟି ଲ୍ୟାବର ରିସର୍ଚ୍ଚର ୮  ଟି ଆପର ଏକ ନୂଆ ବ୍ୟାଚ୍ ପାଇଛନ୍ତି ଯାହା ମାଲୱେର୍ ଦ୍ୱାରା ପ୍ରଭାବିତ ହୋଇଛି। ଏହି ମାଲୱେୟାରର ନାମ ହେଉଛି ଜୋକର୍ (Joker) । ଜୋକର ମାଲୱେୟାର ଆଣ୍ଡ୍ରୋଏଡ ଫୋନକୁ ପ୍ରଭାବିତ କରିବା ପ୍ରଥମ ଘଟଣା ନୁହେଁ। ପୂର୍ବରୁ ମଧ୍ୟ ଏହା ଅନେକ ଥର ଆଣ୍ଡ୍ରୋଏଡକୁ ପ୍ରଭାବିତ କରିଛି । ଯଦିଓ ଗୁଗୁଲ ତାହାର ପ୍ଲେ ଷ୍ଟୋରରୁ ମାଲୱେୟାରଗୁଡ଼ିକୁ ହଟାଇ ଦେଇଛି, ତଥାପି ଉପଭୋକ୍ତାମାନଙ୍କ ପାଇଁ ସତର୍କ ରହିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।

ପ୍ରତି ମାସରେ, ମାଲୱେର୍ ର ଏମିତି ସମସ୍ୟା ଆସିଥାଏ ଯାହା ଉପଭୋକ୍ତାଙ୍କ ତଥ୍ୟ ଚୋରି କରିଥାଏ, ଗୁଗୁଲର ଅଫିସିଆଲ୍ ଆପ୍ ଷ୍ଟୋର୍‌ର କୋଡ୍, ଏକଜିକ୍ୟୁଶନ୍ ପଦ୍ଧତି କିମ୍ବା ପେଲୋଡ୍-ରିଟ୍ରାଇବିଂଗ ଟେକ୍ନୋଲୋଜିରେ ପରିବର୍ତ୍ତନ କରାଇ ଏମାନଙ୍କୁ ପ୍ରଭାବିତ କରିଥାଏ। ଅନୁସନ୍ଧାନକାରୀଙ୍କ ଅନୁଯାୟୀ ଜୋକର ମାଲୱେୟାର ଉପଭୋକ୍ତାଙ୍କ ତଥ୍ୟ ଚୋରି କରିଥାଏ । ଯୋଗାଯୋଗ ତାଲିକା, ବିଭିନ୍ନ ପ୍ରକାରର ସୂଚନା, OTP ଇତ୍ୟାଦି । ଏପରି ପରିସ୍ଥିତିରେ, ଉପଭୋକ୍ତାମାନେ ଏହିପରି ଆପଗୁଡ଼ିକୁ ଅଣଦେଖା କରିବା ଏବଂ ସତର୍କ ରହିବା ଆବଶ୍ୟକତା ରହିଛି ।

ଯଦିଓ ବର୍ତ୍ତମାନ ଗୁଗୁଲ ଏହି ଆପ୍ଗୁଡ଼ିକୁ ପ୍ଲେ ଷ୍ଟୋରରୁ ହଟାଇ ଦେଇଛି । କିନ୍ତୁ ସେଗୁଡିକ ଡିଲିଟ୍ ହେବା ପରେ ମଧ୍ୟ ଯଦି ଉପଭୋକ୍ତାମାନେ ନିଜ ଫୋନରେ ଡାଉନଲୋଡ୍ କରିଛନ୍ତି ତେବେ ସେମାନେ ଫୋନରେ ରହିଯାଇଥିବ । ତେଣୁ ଏହାକୁ ଯାଞ୍ଚ କରି ତୁରନ୍ତ ଡିଲେଟ କରିବା ଆବଶ୍ୟକ । ତେବେ ଆସନ୍ତୁ ଜାଣିବା ଏହି ୮ ଟି ଆପ୍ ବିଷୟରେ ଯଦି ଆପଣ ଡାଉନଲୋଡ୍ କରିଛନ୍ତି ତେବେ ସେଗୁଡିକ ଡିଲିଟ୍ କରିବା ଆବଶ୍ୟକ ।

ଜୋକର୍ ମାଲୱେର୍ ଦ୍ୱାରା ପ୍ରଭାବିତ ୮ ଟି ଆପ୍ ହେଉଛି

ଲକଜରୀ ମେସେଜ , ଫାଷ୍ଟ ମ୍ୟାଜିକ୍ SMS, ଫ୍ରୀ କ୍ୟାମସ୍କାନର , ସୁପର ମେସେଜ୍, ଏଲିମେଣ୍ଟ ସ୍କାନର୍, ଗୋ ମେସେଜସ , ଟ୍ରାଭେଲ ୱାଲପେପର ଏବଂ ସୁପର ଏସଏମଏସ । ଯଦି ଆପଣ ଆପଣଙ୍କର ଡିଭାଇସରେ ଏହି ଆପ୍ ଡାଉନଲୋଡ୍ କରିଛନ୍ତି, ତେବେ ତୁରନ୍ତ ଏହାକୁ ଡିଲେଟ କରିଦିଅନ୍ତୁ ।

Leave a Reply