କପା କିଆରିରେ କନିଷ୍ଠ ଯନ୍ତ୍ରୀଙ୍କ ମୃତଦେହ, ବିଲ୍ କୁ ନେଇ ହତ୍ୟା ଅନୁମାନ

ବଲାଙ୍ଗୀର: ପାଟଣାଗଡ ବନକାବିଅର ଗାଁର କପା କିଆରିରୁ କନିଷ୍ଠ ଯନ୍ତ୍ରୀଙ୍କ ମୃତଦେହ ଉଦ୍ଧାର ଘଟଣା । ଗତକାଲିଠାରୁ ନିଖୋଜ ଥଲେ ପାଟଣାଗଡ଼ ବ୍ଲକର କନିଷ୍ଠ ଯନ୍ତ୍ରୀ ସୁରେଶ ସାହୁ । ମୃତ୍ୟୁର କାରଣ ଜଣାପଡ଼ିନଥିଲେ ମଧ୍ୟ ତାଙ୍କୁ ହତ୍ୟା କରାଯାଇ ପିଙ୍ଗି ଦିଆଯାଇଥିବା ସନ୍ଦେହ କରାଯାଉଛି । ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇ ଥିବାବେଳେ ପାଖରେ ଏକ ବାଇକ୍ ପଡ଼ିଥିବା ଦେଖିବାକୁ ମିଳିଛି ।

ମୃତ କନିଷ୍ଠ ଯନ୍ତ୍ରୀ ସୁରେଶ୍ ସାହୁ୧୮  ମାସ ହେଲା ପାଟଣାଗଡ଼ ବ୍ଲକରେ ଯୋଗ ଦେଇଥିଲେ  । ସେ ବ୍ଲକର ପାଞ୍ଚଟି ପଞ୍ଚାୟତ ଦାୟିତ୍ଵରେ ଥିଲେ  । ସୋଲବନ୍ଦ, ଯୁଗିମୁଣ୍ଡା, ବାଲିପଟା, ବନେଇମୁଣ୍ଡା ଓ ଧାତୁକ ପଞ୍ଚାୟତ ଦାୟିତ୍ଵରେ ରହିଥିଲେ  । ଖବର ମୁତାବକ ଠିକା କାମ ବିଲକୁ ନେଇ ଦୃବର୍ତ୍ତମାନେ ହତ୍ୟା କରିଥାଇ ପାରନ୍ତି ବୋଲି ପୋଲିସ ପ୍ରାଥମିକ ଆକଳନ କରୁଛି  । ପାଟଣାଗଡ଼ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଛାନଭିନ ଆରମ୍ଭ କରିଛି  । ମୃତ ସୁରେଶଙ୍କ ଘର କଟକ ଜିଲ୍ଲା ଗୋବିନ୍ଦପୁର ଥାନା ଟିକିରି ଗାଁରେ ବୋଲି ଜଣାପଡିଛି  ।