କଳାହାଣ୍ଡି: ଲୋକଙ୍କ କାମରେ ଆସୁନି ଭେଣ୍ଡିଂ ଜୋନ । ଖତ ଖାଉଛି ଲକ୍ଷାଧିକ ଟଙ୍କାର ଭିତ୍ତିଭୂମି । ପାଲଟିଛି ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡାସ୍ଥଳୀ । ନିଘୋଡ଼ ନିଦ୍ରାରେ ପୌର ପ୍ରଶାସନ । କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ପୌରାଞ୍ଚଳରେ ଛୋଟ ବ୍ୟବସାୟୀଙ୍କ ମାନଙ୍କ ସୁବିଧା ପାଇଁ ୨୦୧୫ ମସିହାରେ ନିର୍ମାଣ ହୋଇଥିଲା ଭେଣ୍ଡିଂ ଜୋନ । ସଠିକ ବଣ୍ଟନ ଅଭାବରୁ ତାହା ଏବେ ବି ଅବ୍ୟବହୃତ ହୋଇ ପଡ଼ିରହିଛି । ଭେଣ୍ଡିଂ ଜୋନ ପାଇଁ ଉଚ୍ଛେଦ କରାଯାଇଥିବା ଦୋକାନୀଙ୍କୁ ଆଜିଯାଏଁ ନୂତନ ଦୋକାନ ଘର ଯୋଗାଇ ଦିଆଯାଇନାହିଁ । ହେଲେ ଅନ୍ୟ ଲୋକେ ଦୋକାନ ପାଇ ତାକୁ ଭଡ଼ାରେ ଦେଇଥିବା ଅଭିଯୋଗ ହୋଇଛି ।…
ସେହିଭଳି ସାଇ ମନ୍ଦିର ସମ୍ମୁଖରେ ଏକ ଫୁଡ଼ ପାର୍କ ନିର୍ମାଣ ହୋଇଛି । ହେଲେ ନିର୍ମାଣକୁ ମାସେରୁ ଅଧିକ ସମୟ ବିତିଥିଲେ ସୁଦ୍ଧା ଆଜି ଯାଏଁ ସେଥିରେ ତାଲା ଝୁଲୁଛି । ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ଅନ୍ୟପଟେ ଖୁବଶୀଘ୍ର ଭେଣ୍ଡିଂ ଜୋନ ସମସ୍ୟାର ସମାଧାନ ସହ ଫୁଡ ପାର୍କ କାର୍ଯ୍ୟକ୍ଷମ କରାଯିବ ବୋଲି କହିଛନ୍ତି ପୌର ପରିଷଦର ନିର୍ବାହୀ ଅଧିକାରୀ । କେବେ ଭେଣ୍ଡିଂ ଜୋନ ଗୁଡ଼ିକ ବ୍ୟବସାୟୀଙ୍କୁ ହସ୍ତାନ୍ତର କରାଯାଉଛି ? କେବେ ଲୋକେ ସୁବିଧାରେ ବସି ବେପାର କରୁଛନ୍ତି ? ନା ନିର୍ବାହୀ ଅଧିକାରୀଙ୍କ ପ୍ରତିଶୃତି ପାଣିରଗାର ପାଲଟୁଛି ? ତାହା ଉପରେ ରହିଛି ନଜର ।
ଲୋକଙ୍କ କାମରେ ଆସୁନି ଭେଣ୍ଡିଂ ଜୋନ, ସଠିକ ବଣ୍ଟନ ଅଭାବରୁ ପାଲଟିଛି ନିଶାଡିଙ୍କ ଆଡ୍ଡାସ୍ଥଳୀ

