spot_img

Latest Posts

କାଳ ସାଜିଲା କାଣ୍ଡବିନ୍ଧା ପୋକ, ଉଜାଡିଦେଲା ସୁନାର ଫସଲ

କାଳ ସାଜିଲା କାଣ୍ଡବିନ୍ଧା ପୋକ। ଉଜାଡିଦେଲା ସୁନାର ଫସଲ । ଚାଷୀ ମୁହଁରୁ ଛଡ଼ାଇ ନେଇଛି ବର୍ଷକର ଆହାର। ପୁରୀ ଜିଲ୍ଲା କଣାସ ବ୍ଲକର ବିଭିନ୍ନ ଅଞ୍ଚଳରେ ନଷ୍ଟ ହୋଇଛି ବ୍ୟାପକ ଧାନ ଫସଲ । କେତେବେଳେ କାଳବୈଶାଖୀ ତ ପୁଣି କେତେବେଳେ କାଣ୍ଡବିନ୍ଧା ପୋକ ଚାଷୀଙ୍କ ଚିନ୍ତା ବଢ଼ାଇଛି। ଶହ ଶହ ଏକର ଧାନ ଫସଲ ସମ୍ପୂର୍ଣ୍ଣ ଆଗାଡ଼ିରେ ପରିଣତ ହୋଇଛି। ଧାନ ବଦଳରେ ଏବେ ଅଗାଡ଼ି ଅମଳ କରିବ ଚାଷୀ । ଅଧିକ ପ୍ରଭାବିତ ହୋଇଛି କେନାଲ ଜଳ ସେଚିତ ଜମି । କଣାସ ବ୍ଲକର ନୂଆପଡ଼ା ରୁ ନୂଆଗାଁ ପର୍ଯ୍ୟନ୍ତ ଧାନ ଫସଲ କାଣ୍ଡ ବିନ୍ଧା ପୋକ ଆଁରେ ପଶି ଯାଇଛି । କୀଟନାଶକ ସିଞ୍ଚନ କଲେ ମଧ୍ୟ କିଛି ଲାଭ ମିଳୁନି।

କାଳବୈଶାଖୀ ଯୋଗୁ ଧାନ ଝଡିଥିଲା। କିଛି ପବନ ମାଡ଼ରେ ଅଗାଡି ହୋଇଥିଲା। ପାଣି ରହିଥିବା ଜମିରେ ଶୋଇ ରହିଥିବା ଧାନ ଗଛ ଜଉ ପୋକ ଯୋଗୁ ନଷ୍ଟ ହୋଇଥିଲା। ଏବେ ପୁଣି କାଣ୍ଡବିନ୍ଧା ପୋକର ଦାଉ ଚାଷୀର ଜୀବିକା ଉପରେ ପ୍ରଭାବ ପକାଇଛି। ଅଭିଯୋଗ ପରେ କୃଷି ଅଧିକାରୀମାନେ ପ୍ରଭାବିତ ଅଞ୍ଚଳ ବୁଲି ଦେଖିବା ସହ ଚାଷୀମାନଙ୍କ ସହ ଆଲୋଚନା କରିଛନ୍ତି। ସରକାରଙ୍କ ଦୃଷ୍ଟି ଆକର୍ଷଣ ପରେ ତଦନ୍ତ କାରଯାଇ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି। କ୍ଷୟକ୍ଷତିର ସମ୍ମୁଖୀନ ହୋଇଥିବା ଚାଷୀଙ୍କୁ ସରକାର ଶୀଘ୍ର ସହାୟତା ଯୋଗାଇ ଦେବା ଜରୁରୀ ହୋଇପଡିଛି ।

Latest Posts

Don't Miss