ଆଜିଠୁ ହବିଷ୍ୟାଳୀ ଯୋଜନାରେ ନାମ ପଞ୍ଜୀକରଣ ଆରମ୍ଭ

1 min read

ପୁରୀ : ହବିଷ୍ୟାଳୀ ଯୋଜନାରେ ମଙ୍ଠୁଗଳବାରଠାରୁ ନାମ ପଞ୍ଜୀକରଣ ଆରମ୍ଭ ହେବ। ଆଗ୍ରହୀ ମା’ମାନେ ଆଜିଠୁ ୨୦ ତାରିଖ ମଧ୍ୟରେ edistrict.odisha.gov.inରେ ନିଜର ନାମ ପଞ୍ଜୀକରଣ କରିପାରିବେ । ନଚେତ୍ ନିଜ ଜିଲ୍ଲାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ମାଧ୍ୟମରେ ମଧ୍ୟ ଆବେଦନ କରିପାରିବେ । ଯୋଜନା ସମ୍ପର୍କରେ ଅଧିକ ସୂଚନା ପାଇଁ ପୁରୀ ଜିଲ୍ଲା ସଂସ୍କୃତି ଅଧିକାରୀଙ୍କୁ ଯୋଗାଯୋଗ କରିବା ପାଇଁ କୁହାଯାଇଛି । କାର୍ତ୍ତିକ ମାସରେ ମହାପ୍ରଭୁଙ୍କ ପାଖରେ ରହି ହବିଷ କରିବାକୁ ବ୍ରତଧାରୀମାନେ ପୁରୀ ଆସିଥାନ୍ତି । ମାତ୍ର ଅନେକ ହବିଷ୍ୟାଳୀ ଶ୍ରୀକ୍ଷେତ୍ରରେ ରହି ବ୍ରତ ପାଳିବାକୁ ଚାହୁଁଥିଲେ ହେଁ ଆର୍ଥିକ ସ୍ଥିତି ସେମାନଙ୍କୁ ପଛକୁ ଟାଣିଥାଏ । ଏହାକୁ ନଜରରେ ରଖି ରାଜ୍ୟ ସରକାର କିଛି ବର୍ଷ ହେବ ହବିଷ୍ୟାଳୀ ଯୋଜନା କାର୍ଯ୍ୟକାରୀ କରୁଛନ୍ତି ।

ପୁରୀରେ ଅକ୍ଟୋବର‌ ୨୯ରୁ ପାଳନ ହେବ ମହାକାର୍ତ୍ତିକ ବ୍ରତ । ତେବେ ବିଗତବର୍ଷ ଭଳି ଚଳିତବର୍ଷ ମଧ୍ୟ ସରକାରଙ୍କ ପକ୍ଷରୁ ହବିଷ୍ୟାଳୀମାନଙ୍କ ନିମନ୍ତେ ବ୍ରତ ପାଳନ ନେଇ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ଅନଲାଇନ ଓ ଅଫଲାଇନ ମାଧ୍ୟମରେ ଆଜିଠାରୁ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଏହା ଆଗାମୀ 20 ତାରିଖ ପର୍ଯ୍ୟନ୍ତ ଚାଲିବ । ସମ୍ପୂର୍ଣ୍ଣ ମାଗଣାରେ ବ୍ରତ ପାଳନ ନେଇ ହବିଷ୍ୟାଳୀ ମାନଙ୍କର ସୁବିଧାରେ ବ୍ୟବସ୍ଥା ନେଇ ସବୁ ପ୍ରକାର ଆନୁସଙ୍ଗିକ କାର୍ଯ୍ୟ କରାଯାଉଥିବା ଜିଲ୍ଲାପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

ପାଖେଇ ଆସିଲାଣି ମହାକାର୍ତ୍ତିକ । ଶ୍ରୀକ୍ଷେତ୍ରରେ ବ୍ରତ ପାଳିବେ ହବିଷ୍ଯାଳୀ । ଶ୍ରୀକ୍ଷେତ୍ରରେ ରହି କରିବେ ରାଇଦାମୋଦର ବ୍ରତ । ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତିବର୍ଷ ହବିଷ୍ୟାଳୀଙ୍କ ପାଇଁ ହେଉଛି ସ୍ବତନ୍ତ୍ର ବ୍ୟବସ୍ଥା । ଚଳିତ ବର୍ଷ ମଧ୍ୟ ଏହାକୁ କାର୍ଯ୍ୟକ୍ଷମ କରାଯିବା ସହ ହବିଷ୍ୟାଳୀମାନଙ୍କ ରହିବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ବୃନ୍ଦାବତୀ ସ୍ଥାୟୀ ଶିବିର, ସମେତ ମୋଚିସାହି ଛକ, ବଗଲା ଧର୍ମଶାଳା ଆଦି ସ୍ଥାନରେ ହବିଷ୍ୟାଳୀଙ୍କ ରହିବା ବ୍ୟବସ୍ଥା ସହ ସେଠାରେ ପ୍ରତ୍ୟହ ମହାପ୍ରସାଦ ସେବନ ପାଇଁ ପଦକ୍ଷେପ ନିଆଯିବ । ଏ ନେଇ  ଆଜିଠାରୁ ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଚଳିତବର୍ଷ ୩ହଜାର ଭିତରେ ହବିଷ୍ୟାଳିଙ୍କ ପାଇଁ ବ୍ୟବସ୍ଥା ଗ୍ରହଣ କରାଯିବାକୁ ଲକ୍ଷ୍ୟ ରଖାଯାଇଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

ତେବେ ଆଜିଠାରୁ ଆରମ୍ଭ ହୋଇଥିବା ଏହି ପଞ୍ଜିକରଣ କାର୍ଯ୍ୟକ୍ରମ ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ଜାରି ରହିବ । ଅନଲାଇନ ଓ ଅଫଳାଇନ ମାଧ୍ୟମରେ ପଞ୍ଜିକରଣ ନେଇ ସ୍ୱତନ୍ତ୍ର ଫର୍ମ ରହିଛି । ବିଶେଷ କରି ଅନଲାଇନ ମାଧ୍ୟମରେ ଘରେ ବସି ପରିଚୟପତ୍ର ପ୍ରଦାନ କରି ରେଜିଷ୍ଟ୍ରେସନ କରିପାରିବେ ହବିଷ୍ୟାଳୀ । ସବୁ ଜିଲ୍ଲାରେ ମଧ୍ୟ ଅଫଳାଇନ ମାଧ୍ୟମରେ ଆବେଦନ ଫର୍ମ ଦ୍ବାରା ପଞ୍ଜିକରଣ କରାଯାଇ ପାରିବ । ପଞ୍ଜିକରଣ ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ହବିଷ୍ୟାଳି ମାନଙ୍କ ସହ ଯୋଗାଯୋଗ କରାଯାଇ ଆବଶ୍ୟକୀୟ ପଦକ୍ଷେପ ନିଆଯିବ ବୋଲି ନୋଡାଲ ଅଧିକାରୀ କହିଛନ୍ତି ।

୨୯ରୁ ପାଳନ ହେବ ମହାକାର୍ତ୍ତିକ ବ୍ରତ । ତେଣୁ ପୂର୍ବବର୍ଷ ଭଳି ଚଳିତବର୍ଷ ମଧ୍ୟ ହବିଷ୍ୟାଳୀଙ୍କ ପାଇଁ ପୂଜା ସାମଗ୍ରୀ, ଚଉଁରା, ଆକାଶଦୀପ, ବ୍ରାହ୍ମଣ, ବ୍ରତ ରଖିବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ସମେତ ପ୍ରବଚନ, ପୁରାଣ ପାଠ, ମାଗଣା ଚିକିତ୍ସା ସୁବଧା ଓ ମହାପ୍ରସାଦ ସେବନ ସହ ମହାପ୍ରଭୁଙ୍କ ଦର୍ଶନ ପାଇଁ ମଧ୍ୟ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବ ।