ରାଜ୍ୟରେ ପ୍ରଥମ, ଘରେ ବସି ଲୋକେ ମୋବାଇଲରେ ପାଇପାରିବେ RT-PCR ରିପୋର୍ଟ

1 min read
Keonjhar Adminstration Started Website For Online RTPCR Reports

କେନ୍ଦୁଝର: କେନ୍ଦୁଝର ଜିଲ୍ଲାରେ କରୋନା ଅକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ ଚାଲିଛି । ସଂକ୍ରମଣ ରୋକିବାକୁ ସରକାର ଓ ଜିଲ୍ଲା ପ୍ରଶାସନ ଗୋଟିଏ ପରେ ଗୋଟିଏ ପଦେକ୍ଷପ ନେଉଛନ୍ତି । ଏହି କ୍ରମରେ ଆଜି ରାଜ୍ୟରେ ପ୍ରଥମ କରି ଏକ ୱେବସାଇଟ୍ ମାଧ୍ୟମରେ ଘରେ ବସି ଲୋକେ କରୋନାର ଆରଟି-ପିସିଆର ରିପୋର୍ଟ ପାଇ ପାରିବେ ବୋଲି ଜିଲ୍ଲା ପ୍ରଶାସନ ସୂଚନା ପ୍ରଦାନ କରିଛି ।

କୋଭିଡ୍ ପାଇଁ ଆରଟିପିସିଆର ଦେଇଥିବା ବ୍ୟକ୍ତିମାନେ dmfkeonjhar.in/covidresult.aspx ରେ ମୋବାଇଲ ନମ୍ବର ଏସିଆରଏଫ ଆଇଡିକୁ ଦେଇ କ୍ଲିକ୍ କଲେ ସେମାନଙ୍କର ଆରଟିପିସିଆର ପରୀକ୍ଷାଫଳ ଜାଣିପାରିବେ । ଏନେଇ ଜିଲ୍ଲା ପ୍ରଶାସନ ଟ୍ଵିଟ୍ ଯୋଗେ ସୂଚନା ପ୍ରଦାନ କରିଛି ।

ୱେବସାଇଟି ଶୁକ୍ରବାରଠାରୁ ଆରମ୍ଭ ହୋଇଥିବାବେଳେ ମେ ୧୧ ତାରିଖ ପର୍ଯ୍ୟନ୍ତ ଯେଉଁମାନେ ଆରଟିପିସିଆର ଟେଷ୍ଟ ପାଇଁ ଦେଇଛନ୍ତି ସେମାନେ ଏହି ୱେବସାଇଟ୍ ମାଧ୍ୟମରେ ଘରେ ବସି ରିପୋର୍ଟ ପାଇପାରିବେ । ଏଭଳି ବ୍ୟବସ୍ଥା ରାଜ୍ୟରେ ପ୍ରଥମ ହୋଇଥିବାବେଳେ ଜନସଧାରଣ ଏହାର ସୁଫଳ ପାଇପାରିବେ ବୋଲି ଆଶା କରାଯାଉଛି ।

Leave a Reply