ନନ୍ଦିଘୋଷ ବ୍ୟୁରୋ : କେରଳ ପୌର ନିର୍ବାଚନରେ ଶାସକ ସିପିଏମ ନେତୃତ୍ବାଧୀନ ଏଲଡିଏଫ ଓ ଏନଡିଏକୁ ଧକ୍କା l ବାଜିମାତ୍ ମାରିଲା କଂଗ୍ରେସ ନେତୃତ୍ବାଧୀନ ୟୁଡିଏଫ l ଏହି ଫଳାଫଳ ଆସନ୍ତା ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନରେ ପ୍ରଭାବ ପକାଇବ ବୋଲି ଆଶା କରାଯାଉଛି l 6ଟି ମହାନଗମରୁ ୟୁଡିଏଫକୁ ୪ଟି ମିଳିଥିବାବେଳେ ଏଲଡିଏଫକୁ ଗୋଟିଏ ଓ ଏନଡିଏକୁ ଗୋଟିଏ ମିଳିଛି l ୨୦୨୦ ନିର୍ବାଚନରେ ୟୁଡିଏଫକୁ ଗୋଟିଏ, ଏଲଡିଏଫକୁ ୫ଟି ଓ ଏନଡିଏକୁ କୌଣସି ଆସନ ମିଳି ନଥିଲା l ୮୬ଟି ମୁନିସିପାଲିଟିରୁ ୟୁଡିଏଫକୁ ୫୪, ଏଲଡିଏଫକୁ ୨୮ ଓ ଏନଡିଏକୁ ମାତ୍ର ୨ଟି ଆସନ ମିଳିଛି l ୨୦୨୦ ନିର୍ବାଚନରେ ୟୁଡିଏଫକୁ ୪୧, ଏଲଡିଏଫକୁ ୪୩ ଓ ଏନଡିଏକୁ କୌଣସି ଆସନ ମିଳି ନଥିଲା l ଜିଲ୍ଲା ପଞ୍ଚାୟତ କ୍ଷେତ୍ରରେ ୟୁଡିଏଫକୁ ୭ଟି, ଏଲଡିଏଫକୁ ୭ଟି ଆସନ ମିଳିଥିବାବେଳେ ଏନଡିଏ ଖାତା ଶୂନ ରହିଛି l ବ୍ଲକ ପଞ୍ଚାୟତ କ୍ଷେତ୍ରରେ ୟୁଡିଏଫକୁ ୭୯ ଓ ଏଲଡିଏଫକୁ ୬୩ ଆସନ ମିଳିଥିବାବେଳେ ଏନଡିଏ କୌଣସି ଆସନ ପାଇନାହିଁ l ୯୪୧ ପଞ୍ଚାୟତରୁ ୟୁଡିଏଫକୁ ୫୦୪, ଏଲଡିଏଫକୁ ୩୪୧ ଆସନ ଯାଇଥିବାବେଳେ ଏନଡିଏକୁ ୨୬ ଆସନ ମିଳିଛି l ଗତ ନିର୍ବାଚନରେ ୟୁଡିଏଫ ୩୨୧, ଏଲଡିଏଫ ୩୪୧ ଓ ଏନଡିଏ ପାଇଥିଲା ୨୩ ଆସନ l ଅନେକ ସିପିଏମ ଦୁର୍ଗରେ ୟୁଡିଏଫ ବାଜିମାତ୍ କରିଛି l ୧୪୦ଆସନ ବିଶିଷ୍ଟ କେରଳ ବିଧାନସଭାରେ ଏଲଡିଏଫର ୯୬ ସଦସ୍ୟ ଥିବାବେଳେ ୟୁଡିଏଫର ରହିଛନ୍ତି ୪୧ ସଦସ୍ୟ l ଏଲଡିଏଫରେ ରହିଥିବା ଦଳଗୁଡିକ ହେଉଛନ୍ତି ସିପିଏମ, ସିପିଆଇ, ଆରଜେଡି, କେସିଏମ, ଜେଡିଏସ, ଏନସିପି(ଏସପି), କଂଗ୍ରେସ(ଏସ), ଆଇଏଏଲ, ଜେକେସି, କେସିବି, ଏନଏସସି, ଆରଏସପି(ଏଲ) l ୟୁଡିଏଫରେ ରହିଛନ୍ତି କଂଗ୍ରେସ, ଆଇୟୁଏମଏଲ, କେଇସି, କେସି(ଜେ), କେଡିପି, ଆରଏମପି l

