spot_img

Latest Posts

ଅସଲି ପୋଲିସକୁ ଆକ୍ରମଣ କଲେ ନକଲି ପୋଲିସ…

ଖୋର୍ଦ୍ଧା : ଅସଲି ପୋଲିସକୁ ଆକ୍ରମଣ କଲେ ନକଲି ପୋଲିସ। ବେଗୁନିଆ ଥାନାର ପୋଲିସକୁ ଆକ୍ରମଣ କରି ବନ୍ଧା ହୋଇଛନ୍ତି ୨ ଅଭିଯୁକ୍ତ। ବେଗୁନିଆ ଥାନା ଅଧିକାରୀ କାଁହୁ ଚରଣ ସ୍ୱାଇଁଙ୍କ ସୂଚନା ଅନୁଯାୟୀ ଶୁକ୍ରବାର ଭୁବନେଶ୍ୱରରୁ ନାଇଟ କୋଚ ଦିଲଦାର ବସ ଯାତ୍ରୀ ନେଇ ସିନାପାଲି ଅଭିମୁଖେ ଯାଉଥିଲା । ସେହି ବସରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଛକରୁ ଦୁଇଜଣ ଯୁବକ କଳାହାଣ୍ଡି ଜିଲ୍ଲା ନର୍ଲା ଯିବାକୁ ଚଢ଼ିଥିଲେ । ବସ ଭିତରେ ଦୁଇ ଯୁବକ ସିଗାରେଟ ଟାଣିଥିଲେ। ତାଙ୍କ ପାଖ ସିଟରେ ବସିଥିବା ଜଣେ ବ୍ୟକ୍ତି ଏହାକୁ ବିରୋଧ କରିଥିଲେ । ଏହାକୁ ନେଇ ଉଭୟଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ଉଭୟ ଯୁବକ ଜଣେ ଖୋର୍ଦ୍ଧା ଜିଲ୍ଲାର ଡ଼ିଏସପି ଓ ଅନ୍ୟଜଣେ ଅତିରିକ୍ତ ଏସପି ଭାବେ ପରିଚୟ ଦେଇ ବିରୋଧ କରୁଥିବା ଯୁବକ ଏବଂ ବସରେ ଥିବା ଯାତ୍ରୀ ମାନଙ୍କୁ ଭୟଭୀତ କରିଥିଲେ । ପରିସ୍ଥିତି ଜଟିଳ ହେବାରୁ ନିଜକୁ ଅସୁରକ୍ଷିତ ମନେକରି ବିରୋଧ କରୁଥିବା ଯୁବକ ଜଣକ ସରକାରଙ୍କ ଜରୁରୀ ସେବା ୧୧୨କୁ ଫୋନ କରି ଅବଗତ କରିଥିଲେ । ୧୧୨ କଲ ପାଇ ବେଗୁନିଆ ପୋଲିସ ଖୋର୍ଦ୍ଧା ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥର ଗଡ଼ତରା ଠାରେ ବସକୁ ଅଟକାଇ ଘଟଣାର ତଦନ୍ତ ଆରମ୍ଭ କରିଥିଲା । ପୋଲିସର ପରିଚୟ ପାଇ ମଧ୍ୟ ଉଭୟ ଯୁବକ ନିଜକୁ ପୋଲିସ ଅଧିକାରୀ ଭାବେ ପରିଚୟ ଦେଇ ବେଗୁନିଆ ପୋଲିସକୁ ଗାଳି କରିବା ସହ, ଜୀବନରୁ ମାରିଦେବା ଧମକ ଦେଇ ଆକ୍ରମଣ କରିଥିଲେ । ଯେଉଁଥିରେ ଜଣେ ସବ ଇନ୍ସପେକ୍ଟର ଜଗନ୍ନାଥ ସେଠି ଆହତ ହୋଇଥିବା ବେଳେ ୧୧୨ ଗାଡି ଚାଳକ ମୀରାଜ ଖାଁ ମୁଣ୍ଡ ପଛପଟେ ଆଘାତ ଲାଗି ଗୁରୁତର ହୋଇଥିଲେ । ତତକ୍ଷଣାତ ବେଗୁନିଆ ଥାନାରୁ ଆଉ ଏକ ଟିମ ପହଞ୍ଚି ଗୁରୁତର ଆହତଙ୍କୁ ମେଡିକାଲ ପଠାଇବା ସହ ଆକ୍ରମଣକାରୀ ଦୁଇ ଯୁବକଙ୍କୁ ଥାନାକୁ ଆଣି ପଚରାଉଚରା କରିଥିଲେ । ଉଭୟ ଦୁଇଜଣ ହେଲେ ଦୁଇ ଭାଇ କାହ୍ନୁ ସାବତ ଓ ତୋଫାନ ସାବତ। ସେମାନଙ୍କ ଘର ଖୋର୍ଦ୍ଧା ସଦର ଥାନା ନନ୍ଦପୁର ପଞ୍ଚାୟତ ଦୁର୍ଗାପୁରରେ। ବେଗୁନିଆ ଅତିରିକ୍ତ ଥାନା ଅଧିକାରୀ ଅନିଲ କୁମାର ନାୟକ ଘଟଣାର ତଦନ୍ତ କରି ଉଭୟଙ୍କୁ ଶନିବାର କୋର୍ଟ ଚାଲାଣ କରିଛନ୍ତି।

Latest Posts

Don't Miss