ସାରା ବିଶ୍ବରେ ବଢୁଛି କିଡନୀ ରୋଗୀ ସଂଖ୍ଯା, ରାଜ୍ଯ ସରକାରଙ୍କ ପ୍ରୟାସରୁ ଭଲ ସ୍ଥିତିରେ ଓଡ଼ିଶା

ନନ୍ଦିଘୋଷ ବ୍ୟୁରୋ: ଆଜି ବିଶ୍ୱ କିଡନୀ ଦିବସ । ୨୦୦୬ରୁ ସାରା ବିଶ୍ୱରେ ମାର୍ଚ୍ଚ ମାସର ଦ୍ୱିତୀୟ ଗୁରୁବାର କୁ ଏହି ଦିବସ ରୂପରେ ପାଳନ କରାଯାଇ ଆସୁଛି । କିଡନୀର ଯତ୍ନ ତଥା ସୁରକ୍ଷା ପାଇଁ  ସରଳ ଜୀବନଚର୍ଯ୍ୟାର ବାର୍ତ୍ତା ନେଇ ଆଜି ଏସସିବି ବଡମେଡିକାଲ ନେଫରୋଲୋଜି ବିଭାଗ ପକ୍ଷରୁ ଏହି ଦିବସ ପାଳନ କରାଯାଇଛି । ଏହି ରୋଗ ବ୍ୟୟବହୁଳ ତଥା ସମୟ ସାପେକ୍ଷ ହୋଇଥିବା ବେଳେ ରାଜ୍ଯ ସରକାରଙ୍କ ଯୋଗୁଁ ରୋଗୀଙ୍କୁ ମିଳୁଛି ମାଗଣା ଚିକିତ୍ସା । ଏଥିପାଇଁ ସାରା ବିଶ୍ବରେ ଭଲ ସ୍ଥିତିରେ ଅଛି ଓଡ଼ିଶା ।

ସାରା ବିଶ୍ବରେ ବଢୁଛି କିଡନୀ ରୋଗୀ ସଂଖ୍ଯା । ଅସନ୍ତୁଳିତ ଖାଦ୍ଯ ଓ ଜୀବନଚର୍ଯ୍ଯା ବଢାଇଛି ସମସ୍ଯା । ରାଜ୍ଯ ସରକାରଙ୍କ ପ୍ରୟାସରୁ ଭଲ ସ୍ଥିତିରେ ଓଡ଼ିଶା । ସାରାବିଶ୍ୱ ପାଳୁଛି ବିଶ୍ୱ କିଡନୀ ଦିବସ । କଟକ ଏସସିବି ମେଡିକାଲ ବୃକକ ବିଭାଗ ପକ୍ଷରୁ ଏହି ଦିବସର ଅନୁଚିନ୍ତାକୁ ନେଇ ହୋଇଛି ସଚତେତନତା ପଦଯାତ୍ରା । ସୁସ୍ଥ କିଡନୀ ସମସ୍ତଙ୍କ ପାଇଁ ଜରୁରୀ । ଏହାର ସୁରକ୍ଷା ଓ ଯତ୍ନ ପାଇଁ ଶୃଙ୍ଖଳିତ ଜୀବନଚର୍ଯ୍ୟା ପାଳନ କରିବାକୁ ଆଜି ଦିନରେ ସମସ୍ତେ ସକଳ୍ପ ନେବା ଆବଶ୍ଯକ ବୋଲି ବିଶେଷଜ୍ଞ ମତ ଦେଇଛନ୍ତି ।

ବିଶ୍ୱରେ ପ୍ରତି 10 ଜଣରେ ଜଣେ କିଡନୀ ରୋଗୀ ଚି଼ହ୍ନଟ ହେଉଛନ୍ତି । ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ବଢୁଛି ଚିନ୍ତା । ଏହାର ଚିକିତ୍ସା ବ୍ଯୟବହୁଳ ଓ ସମୟସାପେକ୍ଷ । ତେବେ ରାଜ୍ଯ ସରକାରଙ୍କ ପ୍ରୟାସରୁ ଓଡ଼ିଶାର ରୋଗୀଙ୍କୁ ମିଳୁଛି ମାଗଣା ଚିକିତ୍ସା । ଏଥିପାଇଁ ବରଦାନ ସାଜିଛି କଟକ ଏସସିବି ମେଡିକାଲ । ମଧୁମେହ ଉଚ୍ଚ ରକ୍ତଚାପ ରୋଗୀଙ୍କ କ୍ଷେତ୍ରରେ ରୋଗ ଅଧିକ ଦେଖା ଦେଉଥିବାରୁ ଲୋକଙ୍କ ସଚେତନ କରିଛନ୍ତି ବିଶେଷଜ୍ଞ । ନିୟମିତ ଖାଦ୍ୟ ଗ୍ରହଣ, ଅଯଧା ପେନ କିଲର ସେବନ ନକରି ଅଧିକ ପାଣି ପିଇବାକୁ ପରାମର୍ଶ ଦେଇଛନ୍ତି ।