କେଉଁ ଦେଶରେ କେମିତି ମିଳୁଛି କରୋନା ଟିକା ?

1 min read
Know How Other Country Vaccinating People In World

ନୂଆଦିଲ୍ଲୀ: ଭୂତାଣୁ ବିରୋଧୀ ଯୁଦ୍ଧର ସଞ୍ଜିବିନୀ ଆସି ସାରିଛି । ଦୁନିଆରେ ପାଖାପାଖି ୩ କୋଟି ଟିକା ଡୋଜ୍ ପ୍ରସ୍ତୁତ ହୋଇଥିବା ବେଳେ କେତେକ ଦେଶ ପ୍ରଥମ ପର୍ଯ୍ୟାୟ ଟିକାକରଣ ସାରିବା ଉପରେ । ଏହାରି ଭିତରେ ଭାରତ ଶନିବାର ଠାରୁ ଆରମ୍ଭ କରିଛି କୋଭିଡ୍ ଟିକାକରଣ । ତେବେ, କେଉଁ ଦେଶରେ କରୋନା ଟିକା କେମିତି ଦିଆଯିବ, କଣ ରହିଛି ଭ୍ୟାକ୍ସିନର ସ୍ଥିତି ?

Know How Other Vaccinating People In World

କାନାଡ଼ା

କାନାଡ଼ାରେ କୋଭିଡ୍ ଭ୍ୟାକ୍ସିନ୍ ମାଗଣାରେ ଦିଆଯାଉଛି । ଦେଶରେ କରୋନା ୬.୮ ଲକ୍ଷ କେସ୍ ଚିହ୍ନଟ ହୋଇଥିବା ବେଳେ ୧୭ ହଜାର ୮୩୮ ଜଣଙ୍କ ମୃତ୍ୟୁ ହୋଇଛି । ସଂକ୍ରମଣ ଥମିଥିବା ବେଳେ ଆରମ୍ଭ ହୋଇଛି ଟିକାକରଣ । ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟକର୍ମୀ, ଦୀର୍ଘକାଳୀନ ସହାୟତା ପାଇଁ ଥିବା କର୍ମଚାରୀ ଏବଂ ଆଦିବାସୀ ଜନସଂଖ୍ୟାଙ୍କୁ ମାର୍ଚ୍ଚ ସୁଦ୍ଧା ଟିକା ଦିଆଯିବ । ସମସ୍ତଙ୍କୁ କୋଭିଡ୍ ଟିକା ମାଗଣାରେ ଦିଆଯିବ ବୋଲି କହିଛି କାନାଡ଼ା । ଏଥିସହ ବୟସ୍କ ଲୋକଙ୍କୁ ଟିକା ଦେବାକୁ ଆରମ୍ଭ ହୋଇଛି ପ୍ରସ୍ତୁତି । ଘରୋଇ ସ୍ୱାସ୍ଥ୍ୟ ସେବାକୁ ମିଶାଇ ଜୁନ୍ ସୁଦ୍ଧା ଦେଶରେ ଜନସଂଖ୍ୟାର ୫୦ ପ୍ରତିଶତକୁ ଟିକା ଦେବାକୁ କାନାଡ଼ା ଲକ୍ଷ୍ୟ ରଖିଛି ।

Know How Other Vaccinating People In World

ଇଟାଲୀ

ନିଜସ୍ୱ ଢ଼ଙ୍ଗରେ ଇଟାଲୀରେ ଦିଆଯାଉଛି ଫାଇଜର ଟିକା । ଇଟାଲୀୟ ଆର୍କିଟେକ୍ ଷ୍ଟିଫାନୋ ବୋରେଇ ଏହି ଡିଜାଇନ୍ ପ୍ରସ୍ତୁତ କରିଛନ୍ତି । ଯେଉଁଥିରେ ଦେଶବ୍ୟାପୀ ପିଜ୍ଜାରେ ଭ୍ୟାକ୍ସିନ୍ ରଖାଯାଉଛି । ଏହି ପଦକ୍ଷେପ ଲୋକଙ୍କୁ ଟିକା ନେବାପାଇଁ ମେଡିକାଲକୁ ଟାଣୁଛି । ଡିସେମ୍ବର ୨୭ ସୁଦ୍ଧା ୯ ଲକ୍ଷ ଡୋଜ୍ ଫାଇଜର ଟିକା ଇଟାଲୀ ପାଇଥିବା ବେଳେ ୫୫ ପ୍ରତିଶତ ଟିକାକରଣ ସାରିଲାଣି ।

Know How Other Vaccinating People In World
ଇସ୍ରାଏଲ୍

ମାତ୍ର ୨ ସପ୍ତାହ ମଧ୍ୟରେ ଜନସଂଖ୍ୟାର ୧୫ ପ୍ରତିଶତଙ୍କୁ ଟିକା ଦେଇ ସାରିଲାଣି ଇସ୍ରାଏଲ୍ । ୯୩ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଇସ୍ରାଏଲରେ ଦିନରାତି ୨୪ ଘଣ୍ଟା ଦିଆଯାଉଛି କୋଭିଡ୍ ଟିକା ଫାଇଜର । ଡୋଜ୍ ପିଛା ଫାଇଜର ଟିକା ୩୦ ଡଲାର ରହିଛି । ଅନ୍ୟ ଦେଶ ଅପେକ୍ଷା ଇସ୍ରାଏଲରେ କୋଭିଡ୍ ଟିକାର ଦର ଦୁଇଗୁଣା । ଆଇନ୍ ଅନୁସାରେ ୧୮ ବର୍ଷରୁ ଅଧିକ ସମସ୍ତ ବୟସଙ୍କୁ ଟିକା ଦିଆଯିବ । ଏଥିପାଇଁ ସମସ୍ତଙ୍କୁ ଦେଶର ୪ଟି ସରକାରୀ ଅନୁଦାନ ପ୍ରାପ୍ତ ସ୍ୱାସ୍ଥ୍ୟ ବୀମା କରିବାକୁ ପଡ଼ିବ । ଟେଷ୍ଟିଂ ମାଗଣା ହୋଇଥିବା ବେଳେ ମାତ୍ର ୨୦ ମିନିଟରେ ଭ୍ୟାକ୍ସିନ୍ ନେବାକୁ କିଏ ଯୋଗ୍ୟ ତାହା ନିର୍ଣ୍ଣୟ କରାଯାଇ ପାରୁଛି ।

Know How Other Vaccinating People In World

ଡେନମାର୍କ

ଭ୍ୟାକ୍ସିନ୍ ପାସପୋର୍ଟ ଆରମ୍ଭ କରିଥିବା ଡେନମାର୍କରେ ୧.୮ ଲକ୍ଷ କରୋନା ସଂକ୍ରମିତ ହୋଇଥିବା ବେଳେ ୧ ହଜାର ୬୨୩ ଜଣଙ୍କ ମୃତ୍ୟୁ ହୋଇଛି । ୫୮ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଡେନମାର୍କରେ ଡିସେମ୍ବରରୁ ଟିକାକରଣ ଆରମ୍ଭ ହୋଇଥିଲା । ଏଯାବତ୍ ଜନସଂଖ୍ୟା ୧ ପ୍ରତିଶତଙ୍କୁ ଫାଇଜର ଟିକା ଦିଆଯାଇଛି । ପ୍ରଥମ ଦେଶଭାବେ ଡେନମାର୍କ ଭ୍ୟାକ୍ସିନ୍ ନେଇଥିବା ନାଗରିକଙ୍କୁ ଭ୍ୟାକ୍ସିନ୍ ପାସପୋର୍ଟ ଦେଇ ବିଦେଶ ଯିବାକୁ ଅନୁମତି ଦେଉଛି । ୯୦୦ ନର୍ସିଂ ହୋମରେ ଟିକାକରଣ ସରିଥିବା ବେଳେ ଟିକା ଦିଆଯିବାକୁ ଥିବା ବ୍ୟକ୍ତିଙ୍କୁ ଇ-ବକ୍ସ ଜରିଆରେ ସୂଚନା ଦିଆଯାଉଛି ।

କେଉଁ ଦେଶ ନେଇଛନ୍ତି କେତେ ଟିକା ?

Know How Other Vaccinating People In World

ଜାନୁଆରୀ ୧୩ ସୁଦ୍ଧା ଇସ୍ରାଏଲ୍ ୨୨ ପ୍ରତିଶତ ଟିକାକରଣ ସାରିଥିବା ବେଳେ ଜାନୁଆରୀ ୧୨ ସୁଦ୍ଧା ୟୁଏଇ ୧୦ ପ୍ରତିଶତ ଟିକାକରଣ କରିଛି । ସେହିଭଳି ବାହାରିନ୍ ୫.୭ ପ୍ରତିଶତ ଭ୍ୟାକ୍ସିନେସନ୍ ସାରିଛି । ବ୍ରିଟେନ୍ ୩.୫ ପ୍ରତିଶତ, ଆମେରିକା ୨.୮ ପ୍ରତିଶତ, ଡେନମାର୍କ ୨ ପ୍ରତିଶତ, ଇଟାଲି ୧.୩ ପ୍ରତିଶତ, ସ୍ପେନ୍ ୧ ପ୍ରତିଶତ, ଜର୍ମାନୀ ୦.୮ ପ୍ରତିଶତ, ସ୍ୱିଡେନ୍ ୦.୭ ପ୍ରତିଶତ, ପର୍ତ୍ତୁଗାଲ ୦.୭ ପ୍ରତିଶତ, ଚୀନ ୦.୬ ପ୍ରତିଶତ ଟିକାକରଣ ସାରିଛି । ଏହା ଛଡ଼ା ବ୍ରିଟେନ୍ ଓ ଆମେରିକା ଭଳି ଦେଶରେ ଟିକାକରଣ ଯଥେଷ୍ଟ ପୂର୍ବରୁ ଆରମ୍ଭ ହୋଇଥିଲେ ସୁଦ୍ଧା ଧିମା ଚାଲିଛି ।

Know How Other Vaccinating People In World

ଆମେରିକା

ଏକାଧିକ ଡୋଜ୍ ନଷ୍ଟ କରି ସାରିଥିବା ଆମେରିକାରେ ଟିକାକରଣ ଚାଲିଛି । କାଲିଫର୍ଣ୍ଣିଆକୁ ପାଖାପାଖି ୩୫ ଲକ୍ଷ ଡୋଜ୍ ଟିକା ଦିଆଯାଇଥିବା ବେଳେ ସେଥିରୁ ମାତ୍ର ୮ ଲକ୍ଷ ଟିକା ଦିଆଯାଇଛି । ରାଜ୍ୟର ଭିନ୍ନ ନୀତି ଯୋଗୁଁ ଏଭଳି ହୋଇଛି । ଫ୍ଲୋରିଡାରେ ପ୍ରଥମ ପର୍ଯ୍ୟାରେ ୬୫ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କଙ୍କୁ ଭ୍ୟାକ୍ସିନ୍ ଦିଆଯାଉଛି । ଟେକ୍ସାସରେ ବରିଷ୍ଠଙ୍କୁ ଦ୍ୱିତୀୟ ପର୍ଯ୍ୟାୟରେ ଟିକା ଦିଆଯିବ । ନ୍ୟୁୟର୍କରେ ଟିକାକରଣ ଜାରି ରହିଥିବା ବେଳେ ଶହେରୁ ଅଧିକ ଡୋଜ୍ ନଷ୍ଟ ହୋଇଛି । ଏପରିକି ଗୋଟିଏ ଶିଶିରୁ ଡୋଜ୍ ସରିନଥିବା ବେଳେ ଫୋପାଡ଼ି ଦିଆଯାଇଛି । ଆମେରିକାରେ ଫାଇଜର, ମଡର୍ଣ୍ଣା ଟିକା ଦିଆଯାଉଛି । ଗୋଟିଏ ଫାଇଜର ଭ୍ୟାକ୍ସିନରେ ୬ ଡୋଜ୍ ଥିବାବେଳେ ଆମେରିକାର ସିରିଞ୍ଜ୍ ଶିଶିରୁ ୬ ଡୋଜ୍ ବାହାର କରିବାକୁ ଅକ୍ଷମ ।

Know How Other Vaccinating People In World

ୟୁକେ

ୟୁକେରେ ଟିକାକରଣ ଆରମ୍ଭ ହୋଇଥିବା ବେଳେ ବର୍ଷ ଶେଷ ଓ ଛୁଟି ଯୋଗୁଁ ଧିମେଇ ଯାଇଛି । ଏଥିସହ ଟିକାକରଣ ସମୟ ମଧ୍ୟରେ ସମୟସୀମାକୁ ବୃଦ୍ଧି କରାଯାଇଛି । ପୂର୍ବରୁ ପ୍ରଥମ ଡୋଜର ୩ରୁ ୪ ସପ୍ତାହ ପରେ ଦ୍ୱିତୀୟ ଡୋଜ୍ ନେବାକୁ ସ୍ଥିର କରାଯାଇଥିବା ବେଳେ ଏବେ ଏହାକୁ ୧୨ ସପ୍ତାହ କରାଯାଇଛି । ପ୍ରଥମ ଡୋଜ୍ ଟିକାରେ ଅଧିକ ଲୋକ କରୋନା ବିରୋଧରେ ୭୦ ପ୍ରତିଶତ ସୁରକ୍ଷା ପାଇବା ଲାଗି ଏଭଳି ନିଷ୍ପତ୍ତି ନେଇଛି ୟୁକେ ।

Leave a Reply