କେନ୍ଦ୍ର ଚାହିଁଲେ ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପ୍ରତି ୧୩ ଟଙ୍କା କମିବ, କେମିତି ଜାଣନ୍ତୁ

1 min read
Petrol And Diesel Price Increased By 200 Percentage Within 11 Years

ଭୁବନେଶ୍ୱର: ପେଟ୍ରୋଲରେ ଲାଗିଛି ନିଆଁ । ଆଉ ତାତି ଆପଣଙ୍କ ପକେଟକୁ ଲାଗୁଛି । ଘର ବଜେଟ ବିଗିଡି ଗଲାଣି । ପେଟ୍ରୋଲ ଦର ସେଂଚୁରି ମାରିବା ରାସ୍ତାରେ ଅଛି । ଏଣେ ଦର ବୃଦ୍ଧି ପାଇଁ କିଏ ଦାୟୀ ବୋଲି କାଦୁଅ ଫୋପଡା ଜୋରଦାର ଚାଲିଛି । ରାଜ୍ୟ କେନ୍ଦ୍ର ଉପରେ ଦୋଷ ଲଦୁଛି । କେନ୍ଦ୍ରୀୟ ନେତା ନିଜ ଉପରୁ ଦୋଷ ଛଡାଇବା ପାଇଁ ଆଉ କାହା ମୁଣ୍ଡ ଖୋଜୁଛନ୍ତି ଅଠା ବୋଳିବାକୁ । ତେବେ ସତ କ’ଣ ?

 

ସତ ଜାଣିବାକୁ ହେଲେ ଟ୍ୟାକ୍ସର ଗଣିତକୁ ବୁଝିବାକୁ ହେବ। ଟ୍ୟାକ୍ସ ଗଣିତ ବୁଝିଲେ ଜାଣିଯିବେ କେମିତି ଲିଟର ପ୍ରତି ୩୨ ଟଙ୍କାର ପେଟ୍ରୋଲ ଆପଣଙ୍କ ପାଖକୁ ପହଂଚିବା ବେଳକୁ ପାଖାପାଖି ୯୦ ହୋଇଯାଉଛି । ଏହାର କାରଣ ହେଉଛି ପାଖାପାଖି ୧୬୮ ପ୍ରତିଶତ ଟ୍ୟାକ୍ସ ।

ଏହାକୁ ଅଧିକ ସରଳ କରିବା ପାଇଁ ଆସନ୍ତୁ ଜାଣିବା କେନ୍ଦ୍ର-ରାଜ୍ୟ ପେଟ୍ରୋଲ ଟ୍ୟାକ୍ସ ଗଣିତ କ’ଣ । ଫେବୃଆରି ୧୫, ୨୦୨୧ ଦିନ ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପ୍ରତି ଥିଲା ୮୯.୬୯ ପଇସା । ଏଥିରେ କେନ୍ଦ୍ର ସରକାର ନେଉଥିଲେ ୩୨ ଟଙ୍କା ୯୦ ପାଇସ ଟ୍ୟାକ୍ସ । ୩୨ ଟଙ୍କା ୯୦ ପଇସାର ଟ୍ୟାକ୍ସରେ ଅଛି ଏକ୍ସାସାଇଜ୍ ଡ୍ୟୁଟି ବାବଦରେ ୧.୪୦ ପଇସା । ଭିତ୍ତିଭୂମି ସେସ୍ ବାବଦରେ ୧୮ ଟଙ୍କା, କୃଷି ଭିତ୍ତିଭୂମି ବିକାଶ ସେସ୍ ବାବଦରେ ୨ଟଙ୍କା ୫୦ ପଇସା । ଅନ୍ୟପକ୍ଷରେ ଓଡ଼ିଶା ସରକାର ୩୨ ପ୍ରତିଶତ ଭ୍ୟାଟ୍ ବାବଦରେ ଏହି ସସମୟରେ ନେଇଥିଲେ ୨୦.୯୨ ପଇସା ।

ଏବେ ସେହି ତାରିଖରେ ଡିଜେଲ ଲିଟର ପ୍ରତି କେତେ ଥିଲା ନଜର ପକାନ୍ତୁ । ୧୫ ଫେବୃଆରି ଦିନ ଭୁବନେଶ୍ୱରରେ ଡିଜେଲ ଦର ଲିଟର ପ୍ରତିଥିଲା ୮୬.୪୭ ପଇସା । ଯାହା ମଧ୍ୟରୁ ଟ୍ୟାକ୍ସ ବାବଦରେ କେନ୍ଦ୍ର ସରକାରଙ୍କ ଭାଗ ଥିଲା ୩୧.୮୦ ପଇସା । ଏହି କରରେ ପେଟ୍ରୋଲ ଭଳି ଭିତ୍ତିଭୂମି ବିକାଶ ସେସ୍ ଥିଲା ୧୮ ଟଙ୍କା । ଅନ୍ୟପକ୍ଷରେ ରାଜ୍ୟ ସରକାର ଡିଜେଲ ଉପରେ ଭ୍ୟାଟ୍ ବାବଦରେ ଲିଟର ପ୍ରତି ଆଦାୟ କରୁଛନ୍ତି ୨୮ ପ୍ରତିଶତ ଟ୍ୟାକ୍ସ । ଅର୍ଥାତ ଲିଟର ପ୍ରତି ୧୮.୪୩ ପଇସା ।

ଏହି ଗଣିତରେ ଅଛି ପେଟ୍ରୋଲ ଦର କମିବା ରାସ୍ତା

ଅର୍ଥନୈତିକ ବିଶେଷଜ୍ଞଙ୍କ କହିବା ହେଉଛି କେନ୍ଦ୍ର ସରକାର ଭିତ୍ତିଭୂମି ବିକାଶ ସେସ୍ ବାବଦରେ ପେଟ୍ରୋଲ ଲିଟର ପ୍ରତି ୧୮ ଟଙ୍କା ନେଉଛନ୍ତି । କିନ୍ତୁ ଆଦାୟ ହେଉଥିବା ଏହି ଟଙ୍କାକୁ ରାଜ୍ୟ ଓ କେନ୍ଦ୍ର ମଧ୍ୟରେ ବଣ୍ଟା ଯାଉନାହିଁ । ଏମିତିରେ କେନ୍ଦ୍ର ସରକାର ଚାହିଁଲେ ଭିତ୍ତିଭୂମି ବିକାଶ ସେସ୍ ଯଦି ୧୮ଟଙ୍କାରୁ ୧୦ ଟଙ୍କା କରିଦିଅନ୍ତେ ତେବେ ପେଟ୍ରୋଲ ଦର ଭୁବନେଶ୍ୱରରେ ୧୩ ଟଙ୍କା ୨୦ ପଇସା କମିବ । ସେହିଭଳି ଡିଜେଲ ଉପରେ ଯଦି ଭିତ୍ତିଭୂମି ସେସକୁ ୧୮ଟଙ୍କାରୁ ୧୦ ଟଙ୍କା କରି ଦିଆଯାଏ ତେବେ ଡିଜେଲ ଦର ମଧ୍ୟ ଭୁବନେଶ୍ୱରରେ ଲିଟର ପ୍ରତି ୧୨ଟଙ୍କା ୮୦ ପଇସା କମିଯିବ ।

ଭିତ୍ତିଭୂମି ବିକାଶ ସେସ୍ କମିବା ଦ୍ୱାରା ରାଜ୍ୟ ସାରା ପେଟ୍ରୋଲ ଓ ଡିଜେଲ ଦର ହ୍ରାସ ପାଇବ । ଯାହାଫଳରେ ପରିବହନ ଖର୍ଚ୍ଚ ମଧ୍ୟ ଶସ୍ତା ହେବ । ଯାହାର ସିଧା ଲାଭ ଉପଭୋକ୍ତାଙ୍କୁ ମିଳିବ ।

Leave a Reply