Sushant Singh Rajput SIT : ସୁଶାନ୍ତଙ୍କୁ ନ୍ୟାୟ ଦେବେ ଏହି ଚାରି CBI ଅଫିସର,ଜାଣନ୍ତୁ ସେମାନେ କିଏ ?

1 min read

ନୂଆଦିଲ୍ଲୀ: ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାର ତଦନ୍ତ ସିବିଆଇ କରିବ । ଏଥିପାଇଁ ସିବିଆଇ ଏକ ସ୍ପେଶାଲ ଇନଭେଷ୍ଟିଗେସନ୍ ଟିମ୍ ବା ଏସଆଇଟିର ଗଠନ କରିଛି । ଏହି ଟିମର ନେତୃତ୍ୱ ନେବେ ସିବିଆଇ ଜଏଣ୍ଟ୍ ଡାଇରେକ୍ଟର ମନୋଜ ଶଶିଧର । ମନୋଜଙ୍କ ସହ ଏହି ଟିମ୍ରେ ଗଗନଦୀପ ଗମ୍ଭୀର,ଏସପି ନୂପୁର ପ୍ରସାଦ ଓ ଆଡିସନାଲ ଏସପି ଅନିଲ ଯାଦବ ରହିବେ । ଆସନ୍ତୁ ଜାଣିବା ଏହି ଅଧିକାରୀଙ୍କ ଟ୍ରାକ୍ ରେକର୍ଡ ବାବଦରେ

ମନୋଜ ଶଶିଧର

manoj sashidharan cbi

ମନୋଜ ଗୁଜୁରାଟ କ୍ୟାଡରର ୧୯୯୪ ବ୍ୟାଚ୍ ଆଇପିଏସ ଅଧିକାରୀ । ଏହି ବର୍ଷ ପିଏମ୍ ମୋଦିଙ୍କ କ୍ୟାବିନେଟ୍ ତାଙ୍କୁ ସିବିଆଇର ଜଏଣ୍ଟ୍ ଡାଇରେକ୍ଟର ଭାବେ ନିଯୁକ୍ତ କରିଥିଲା । ଶଶିଧରନ୍ ପିଏମ୍ ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହଙ୍କ ଭରସାଯୋଗ୍ୟ ଅଧିକାରୀ ଭାବେ ଜଣାଯାନ୍ତି । ଏହାପୂର୍ବରୁ ଶଶିଧରନ ଗୁଜୁରାଟ ଇଣ୍ଟେଲିଜେନ୍ସ ବ୍ୟୁରୋର ଆଡିସନାଲ ଡିଜି ପଦରେ ନିଯୁକ୍ତ ଥିଲେ । ଏହାପୂର୍ବରୁ ସେ ଭଦଦୋରା ପୋଲିସ କମିଶନର,ଅହମ୍ମଦାବାଦ କ୍ରାଇମବ୍ରାଂଚ୍ ଡିସିପି ଓ ଅହମ୍ମଦାବାଦ ଜଏଣ୍ଟ୍ କମିଶନର ପଦରେ ନିଯୁକ୍ତ ଥିଲେ ।

ନୂପୁର ପ୍ରସାଦ

nupur prasad cbi

ନୂପୁର ପ୍ରସାଦ AGMUT କ୍ୟାଡରର ୨୦୦୭ ବ୍ୟାଚର ଆଇପିଏସ ଅଧିକାରୀ । ନୂପୁର ବିହାରର ଟିକାରୀସ୍ଥିତ ସଲେମପୁର ଗାଁର ବାସିନ୍ଦା । ସେ ଦିଲ୍ଲୀର ଶାହଦରାର ଡିସିପି ଭାବେ କାର୍ଯ୍ୟ କରିଛନ୍ତି । ଗତବର୍ଷ ନୂପୁରଙ୍କୁ ସିବିଆଇରେ ଏସପି ଭାବେ ନିଯୁକ୍ତି ମିଳିଥିଲା ।

ଅନିଲ ଯାଦବ

anil yadav cbi

ଅନିଲ ଯାଦବ ସିବିଆଇରେ ଆଡିସନାଲ ଏସପି ଅଛନ୍ତି । ସେ ରାଜ୍ୟଗୋଷ୍ଠୀ କ୍ରୀଡା ସ୍କାମ୍,ମଧ୍ୟପ୍ରଦେଶ ବ୍ୟାପମ୍ ସ୍କାମ୍,MBBS ଛାତ୍ରୀ ନମ୍ରତା ଡାମୋର ମୃତ୍ୟୁ ମାମଲା,ଅଗଷ୍ଟା ୱେଷ୍ଟଲାଣ୍ଡ୍,ସୋପିଆ ରେପ୍ ମାମଲା ଓ ବିଜୟ ମାଲ୍ୟା କେସର ତଦନ୍ତ କରି ସାରିଛନ୍ତି । ଅନିଲ ଯାଦବ ମୁଳତଃ ମଧ୍ୟପ୍ରଦେଶର ବାସିନ୍ଦା । ସୁଶାନ୍ତ ସିଂହ ରାଜପୁତ ତଦନ୍ତ ମାମଲାରେ ତିଆରି ହୋଇଥିବା ଏସଆଇଟିରେ ସେ ତଦନ୍ତ ଅଧିକାରୀ ଭାବେ କାମ କରୁଛନ୍ତି । ୨୦୧୫ ଜାନୁଆରୀ ୨୬ ତାରିଖରେ ତାଙ୍କୁ ପୋଲିସ ମେଡାଲ ମିଳିଥିଲା ।

ଗଗନଦୀପ ଗମ୍ଭୀର

 

gagandip gambhir cbi

 

୨୦୦୪ ବ୍ୟାଚର ଗୁଜୁରାଟ୍ କ୍ୟାଡର ଆଇପିଏସ ଅଧିକାରୀ ଗଗନଦୀପ ଗମ୍ଭୀର ମୁଳତଃ ବିହାରର ମୁଜାଫରନଗରର ବାସିନ୍ଦା । ଗଗନଦୀପ ୧୦ମ ପର୍ଯ୍ୟନ୍ତ ପଢା ମୁଜାଫରପୁରରେ କରିଥିଲେ । ଏହା ପରେ ସେ ପଂଜାବ ବିଶ୍ୱବିଦ୍ୟାଳୟରେ ପଢିଥିଲେ । ସେ ବିଶ୍ୱବିଦ୍ୟାଳୟର ଟପର ଥିଲେ । ଗଗନଦୀପ ଦେଢ ବର୍ଷ ତଳେ ସିବିଆଇକୁ ଆସିଥିଲେ । ଅଗଷ୍ଟା ୱେଷ୍ଟଲାଣ୍ଡ୍,ବିହାରର ସୁଜନ ସ୍କାମ୍ ଭଳି ହାଇପ୍ରୋଫାଇଲ କେସର ତଦନ୍ତ ସେ କରି ସାରିଛନ୍ତି । ଏହାପୂର୍ବରୁ ସେ ଗୁଜୁରାଟର ଅନେକ ଜିଲ୍ଲାର ଏସପି ଭାବେ କାର୍ଯ୍ୟ କରିଛନ୍ତି ।

Leave a Reply