୩ ଜିଲ୍ଲାରେ ଚିହ୍ନଟ ହେଉନାହାଁନ୍ତି ନୂତନ ସଂକ୍ରମିତ, ୧୦ ତଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା

Know The Three Districts Of Odisha, Where Active Covid Case Less Than 10

ଭୁବନେଶ୍ୱର: ରାଜ୍ୟରେ ଖସୁଛି କରୋନା ସଂକ୍ରମଣ । ଆଶ୍ୱସ୍ତି ଆଣୁଛନ୍ତି ଗୋଟିଏ ପରେ ଗୋଟିଏ ଜିଲ୍ଲା । ରାଜ୍ୟର ତିନୋଟି ଜିଲ୍ଲାରେ ଗତ ୨୪ ଘଣ୍ଟାରେ ଜଣେ ବି ସଂକ୍ରମିତ ଚିହ୍ନଟ ହୋଇନାହାଁନ୍ତି । ଏଥିସହ ଏହି ୩ ଜିଲ୍ଲାରେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦ ତଳେ ରହିଛି । ଦେଶ କରୋନା ସହ ଲଢ଼େଇ ଜାରି ରଖିଥିବା ବେଳେ ରାଜ୍ୟର ଏହି ତିନି ଜିଲ୍ଲା ଏବେ କରୋନା ମୁକ୍ତ ହେବାକୁ ଯାଉଛନ୍ତି । କୋଭିଡ୍ ନିୟମର କଡ଼ା ଅନୁପାଳନ ସହ ଲୋକଙ୍କ ସହଯୋଗ କରୋନା ମୁକ୍ତ ହେବା ଲାଗି ସହାୟକ ହୋଇଛି ।

Know The Three Districts Of Odisha, Where Active Covid Case Less Than 10

ରାଜ୍ୟର ଏହି ୩ ଜିଲ୍ଲା ହେଉଛି ଗଜପତି, କନ୍ଧମାଳ ଓ ସୁବର୍ଣ୍ଣପୁର । ମେ, ଜୁନ୍ ମାସରେ କୋଭିଡର ହଟସ୍ପଟ୍ ପାଲଟିଥିବା ଗଞ୍ଜାମ ଜିଲ୍ଲାକୁ ଲାଗି ରହିଛି ଗଜପତି । ସ୍ୱାସ୍ଥ୍ୟ ବିଭାଗର କୋଭିଡ୍ ୱେବସାଇଟ୍ ମୁତାବକ ଗଜପତି ଜିଲ୍ଲାରେ ଗତ ୨୪ ଘଣ୍ଟାରେ କେହି ବି ନୂତନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇନାହାଁନ୍ତି । ଏଥିସହ ଜିଲ୍ଲାରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୬ ରହିଛି । ଯେତେବେଳେ କି ଜିଲ୍ଲାରେ ମୋଟ୍ ୩ ହଜାର ୯୫୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩ ହଜାର ୯୧୭ ଜଣ ସୁସ୍ଥ ହୋଇ ସାରିଛନ୍ତି । ୩୨ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଛି ।

Know The Three Districts Of Odisha, Where Active Covid Case Less Than 10

ସେହିଭଳି କନ୍ଧମାଳ ଜିଲ୍ଲାରେ ମଧ୍ୟ ଗତ ୨୪ ଘଣ୍ଟା ମଧ୍ୟରେ ଜଣେ ବି ସଂକ୍ରମିତ ଚିହ୍ନଟ ହୋଇନାହାଁନ୍ତି । ଏଯାବତ୍ ଜିଲ୍ଲାରେ ୫ ହଜାର ୯୧୬ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୫ ହଜାର ୮୭୮ ଜଣ ସୁସ୍ଥ ହୋଇ ସାରିଲେଣି । ୩୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏବେ ଜିଲ୍ଲାରେ ୫ ଜଣ ସକ୍ରିୟ କରୋନା ସଂକ୍ରମିତ ରହିଛନ୍ତି ।

Know The Three Districts Of Odisha, Where Active Covid Case Less Than 10

ଅନ୍ୟପଟେ କୋଭିଡ୍ ବିରୋଧରେ ଲଢ଼େଇ ଜାରି ରଖିଥିବା ସୁବର୍ଣ୍ଣପୁର ଜିଲ୍ଲା ଏବେ କୋଭିଡ୍ ମୁକ୍ତ ଆଡ଼କୁ । କାରଣ ଜିଲ୍ଲାରେ ଗତ ୨୪ ଘଣ୍ଟାରେ ଜଣେ ବି ସଂକ୍ରମିତ ଚିହ୍ନଟ ହୋଇନାହାଁନ୍ତି । ଆଉ ବଡ଼ କଥା ହେଉଛି ଏବେ ସୁବର୍ଣ୍ଣପୁର ଜିଲ୍ଲାରେ ଜଣେ ମାତ୍ର ସକ୍ରିୟ କରୋନା ଆକ୍ରାନ୍ତ ରହିଛନ୍ତି । ଜିଲ୍ଲାରୁ ଆଉ କେହି ଆକ୍ରାନ୍ତ ଚିହ୍ନଟ ନହେଲେ ଏବଂ ସକ୍ରିୟ କରୋନା ଆକ୍ରାନ୍ତ ଜଣଙ୍କ ସୁସ୍ଥ ହୋଇଗଲା ପରେ ସୁବର୍ଣ୍ଣପୁର କୋଭିଡ୍ ମୁକ୍ତ ହୋଇଯିବ । ଜିଲ୍ଲାରେ ଏଯାବତ୍ ୪ ହଜାର ୬୭୬ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୪ ହଜାର ୬୫୪ ଜଣ ସୁସ୍ଥ ହୋଇ ସାରିଛନ୍ତି । ଜଣେ ସକ୍ରିୟ ସଂକ୍ରମିତଙ୍କ ଚିକିତ୍ସା ଚାଲିଥିବା ବେଳେ ୨୧ ଜଣଙ୍କ ମୃତ୍ୟୁ କରୋନାରେ ହୋଇଛି ।

Leave a Reply