spot_img

Latest Posts

ସଂଜୟ ରାୟକୁ ମୃତ୍ୟୁ ଦଣ୍ଡାଦେଶ ଲାଗି କଲିକତା ହାଇକୋର୍ଟରେ ପଶ୍ଚିମବଙ୍ଗ ସରକାରଙ୍କ ଆବେଦନ

ନନ୍ଦିଘୋଷ ବ୍ୟୁରୋ: କୋଲକାତା ଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ସଂଜୟ ରାୟକୁ ଆଜୀବନ କାରାଦଣ୍ଡାଦେଶ ଘଟଣା। ସଞ୍ଜୟକୁ ମୃତ୍ଯୁ ଦଣ୍ଡାଦେଶ ଲାଗି କଲିକତା ହାଇକୋର୍ଟରେ ଆବେଦନ କରିଛନ୍ତି ପଶ୍ଚିମବଙ୍ଗ ସରକାର। ଗତକାଲି ସଞ୍ଜୟକୁ ସିଆଲଦା ସେସନ୍ସ କୋର୍ଟ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିବା ସହ ୫୦ ହଜାର ଟଙ୍କାର ଜରିମାନା ଧାର୍ଯ୍ୟ କରିଥଇଲେ। ଗତକାଲିର ରାୟ ପ୍ରକାଶ ପରେ ପଶ୍ଚିମବଙ୍ଗ ମୁଖ୍ଯମନ୍ତ୍ରୀ ମମତା ବାନାର୍ଜୀ କହିଥିଲେ- ସଞ୍ଜୟକୁ ମୃତ୍ଯୁଦଣ୍ଡ ଦେବା ଲାଗି ତାଙ୍କ ସରକାର ଆବେଦନ କରିବେ। ପୀଡ଼ିତାଙ୍କ ପରିବାରକୁ ୧୭ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ୨୦୨୪ ଅଗଷ୍ଟ ୯ ତାରିଖରେ କୋଲକାତା ଆରଜି କର ମେଡିକାଲ କଲେଜର ଜୁନିଅର ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିଲା। ଏହି ଘଟଣାରେ ସିଭିକ ଭଲ୍ୟୁଣ୍ଟର ସଂଜୟ ରାୟକୁ ଗିରଫ କରାଯାଇଥିଲା। ତଥାପି ଏହାକୁ ନେଇ ଜୋରଦାର ଆନ୍ଦୋଳନ କରିଥିଲେ। ଡାକ୍ତରଙ୍କ ସହିତ ସାଧାରଣ ଲୋକେ ବି ଆନ୍ଦୋଳନରେ ସାମିଲ ହୋଇଥିଲେ। ଏହା ପରେ କୋଲକାତା ହାଇକୋର୍ଟ ସିବିଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ। ସିବିଆଇ ତଦନ୍ତ କରି ଚାର୍ଜସିଟ୍ ଦାଖଲ କରିଥିଲା ଯେ, କେବଳ ସଂଜୟ ରାୟ ହିଁ ଏହି ଜଘନ୍ୟକାଣ୍ଡରେ ଜଡ଼ିତ। ଆଉ କେହି ସଂପୃକ୍ତ ନୁହନ୍ତି। ୫୭ ଦିନର ବିଚାର ପରେ ଗତ ଶନିବାର ସଂଜୟ ରାୟକୁ ସିଆଲଦା କୋର୍ଟ ଦୋଷୀ ସାବ୍ୟସ୍ତ କରିଥିଲେ। ଗତକାଲି ତାକୁ ଆଜୀବନ ଜେଲ୍ ଦଣ୍ଡାଦେଶ ଦିଆଯାଇଥିଲା।

Latest Posts

Don't Miss