spot_img

Latest Posts

ଅଧାରୁ ବିଧାନସଭା ମୁଲତବୀ, ବିଜେପିକୁ ଘେରିଲେ ବିରୋଧୀ

ନନ୍ଦିଘୋଷ ବ୍ୟୁରୋ : ଅଧାରୁ ବନ୍ଦ ହେଲା ବିଧାନସଭା। ବିଜେପି ଉପରେ ବର୍ଷିଲେ ବିରୋଧୀ । ବିଜେଡି କହିଲା ପଳାୟନପନ୍ଥୀ ଶାସକ ଦଳ । ରାଜ୍ୟପାଳଙ୍କ ଦ୍ବାରସ୍ଥ ହେବ କଂଗ୍ରେସ । ବିଧାନସଭାରେ ଏମଏମଡିଆର ମୋସନ, ପାଠ୍ୟପୁସ୍ତକ ଭୁଲ ନେଇ ଶାସକ ଦଳ ପାଖରେ ନାହିଁ ଉତ୍ତର । ଗୃହରେ ଆଲୋଚନା କରିବାକୁ ଡରୁଥିବାରୁ ୪ଦିନ ଅବଧି ପୂର୍ବରୁ ବିଧାନସଭାକୁ ଅନିର୍ଦ୍ଦିଷ୍ଟ ଯାଏ ମୁଲତବୀ କରାଦିଆଯାଇଛି । ବିଜେପି ସରକାର ଆସିବା ଦିନଠାରୁ ରାଜ୍ୟସ୍ବାର୍ଥ ବିରୋଧୀ ଆଭିମୁଖ୍ୟ ଗ୍ରହଣ କରି ଓଡିଶାବାସୀଙ୍କୁ ଧୋକା ଦେଇ ଚାଲିଛି । ଏହାର ଜବାବ ମାଗିବାରୁ ବିଧାନସଭାକୁ ଅଧାରୁ ବନ୍ଦ କରିଦେଲେ ସରକାର । ସରକାରଙ୍କୁ ବିଧାନସଭା ଚାଲିବା ଭୟ ଘାରିଥିବାରୁ ଶାସକ ଦଳ ପଳାୟନପନ୍ଥୀ ସାଜିଛି ବୋଲି ବିଜେଡି ଅଭିଯୋଗ କରିଛି । ମୌସୁମୀ ଅଧିବେଶନରେ ୯ଟି କାର୍ଯ୍ୟଦିବସ ଥିବା ବେଳେ ୫ଦିନ ଧରି ଗୃହକୁ ଚଳାଇ ନଦେଇ ବିଜେପି ଗଣତନ୍ତ୍ରକୁ ହତ୍ୟା କରିଛି ବୋଲି ବିଜେଡି କହିଛି । ଏମଏମଡିଆର ଆଇନ ପ୍ରତ୍ୟାହାର ନହେବା ଯାଏ ବିଜେଡି ଲଢେଇ ଜାରି ରଖିବ ବୋଲି ଚେତାବନୀ ଦେଇଛି । ବିଧାନସଭା ୪ଦିନ ପୂର୍ବରୁ ଶେଷ ହେବା ନେଇ ଶାସକ ଦଳକୁ ନିଶାଣ କରିଛି କଂଗ୍ରେସ । ସମୟ ପୂର୍ବରୁ ବିଧାନସଭାକୁ ବନ୍ଦ କରିଦିଆଯାଇଥିବାରୁ ରାଜ୍ୟପାଳଙ୍କ ଦ୍ବାରସ୍ଥ ହେବ କଂଗ୍ରେସ । କାହିଁକି ରାଜ୍ୟସ୍ବାର୍ଥ ପ୍ରସଙ୍ଗକୁ ଗୃହରେ ଆଲୋଚନା କରିବାକୁ ବିଜେପି ଚାହୁଁନାହିଁ ବୋଲି କଂଗ୍ରେସ ପ୍ରଶ୍ନ କରଛି । ଶାସକ ବିଜେପି ବିରୋଧୀ ଅଭିଯୋଗର ପାଲଟା ଜବାବ ଦେଇଛି ।

Latest Posts

Don't Miss