ବଣଭୋଜି କରି ସମୁଦ୍ରରେ ଗାଧୋଇବା ବେଳେ ଅଘଟଣ, ସମୁଦ୍ରରେ ବୁଡି ୩ ମୃତ

କୋଣାର୍କ : ବଣଭୋଜି କରି ସମୁଦ୍ରରେ ଗାଧୋଇବା ବେଳେ ଅଘଟଣ । ଉଚ୍ଚ ଜୁଆର ଯୋଗୁଁ ସମୁଦ୍ରରେ ବୁଡ଼ି ତିନିଜଣଙ୍କ ମୃତ୍ୟୁ । ୩ ଜଣଙ୍କୁ ଉଦ୍ଧାର କରିଥିଲା ଅଗ୍ନିଶମ ବାହିନୀ । କୋଣାର୍କ ମେଡିକାଲ ପରେ ଗୋପ କରାଯାଇଥିଲା ସ୍ଥାନାନ୍ତର । ଗୋପ ମେଡିକାଲ ଡାକ୍ତର ଦୁଇଜଣକୁ ମୃତ୍ୟୁ ଗୋଷଣା କଲେ ଡାକ୍ତର । ଅନ୍ୟଜଣେ ପୁରୀ ମେଡିକାଲ ନେବା ବାଟରେ ମୃତ । ୩ ମୃତକ ଭୂବନେଶ୍ୱରର ସୂଚନା । ଜଣଙ୍କ ନାମ ନାମ ପିଣ୍ଟୁ ପଟ୍ଟନାୟକ ହୋଇଥିବା ବେଳେ ଅନ୍ୟ ଦୁଇଜଣଙ୍କ ପରିଚୟ ମିଳି ନାହିଁ । ସାଙ୍ଗ ମାନଙ୍କ ସହିତ କୋଣାର୍କ ବୁଲିବାକୁ ଆସି ଚନ୍ଦ୍ରଭାଗା ମେରାଇନ ଥାନା ପାଖରେ ବଣଭୋଜି କରୁଥିବା ବେଳେ ସମୁଦ୍ରକୁ ଗାଧୋଇବାକୁ ଯାଇଥିବା ବେଳେ ଘଟିଥିଲା ଅଘଟଣ ।