spot_img

Latest Posts

ଉଦୟକଣି ଗାଁରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୩ ବଖରା ଘର

କୋଣାର୍କ : ଆଉ କିଛି ମାସ ପରେ ହୋଇଥାନ୍ତା ଝିଅର ବାହାଘର ।ହେଲେ ନିଆଁ ଜାଳିଦେଲା ସବୁ ସ୍ବପ୍ନ। ଭସ୍ମିଭୁତ ହୋଇଗଲା ୩ ବଖରା ଘର। ଏବେ ଝିଅ ବାହାଘର କେମିତି ହେବ, କିପରି ଚଳିବେ ସେ ଚିନ୍ତାରେ ବାପା, ମା ଦୁହେଁ ।ଏହା ଶହ ଘର ପୋଡିବା ପରେ ଖୋଲା ଆକାଶ ତଳେ ପରିବାର । ପୁରୀ ଜିଲ୍ଲା ଅସ୍ତରଙ୍ଗ ତହସିଲି ଅନ୍ତର୍ଗତ ଶିଶୁଅ ପଂଚାୟତର ଉଦୟକଣି ଗାଁରେ ଘଟିଛି ଅଘଟଣ। ଗାଁର କପିଳ କାଣ୍ଡି ପରିବାର ସଦସ୍ୟ ଶୋଇଥିବା ବେଳେ ବିଳମ୍ବିତ ରାତ୍ରରେ କୌଣସି କାରଣ ବଶତଃ ଅଗ୍ନିକାଣ୍ଡ ହୋଇଥିଲା । ଅଗ୍ନିକାଣ୍ଡ ପ୍ରଖର ଏତେ କ୍ଷିପ୍ରତର ଥିଲା କ୍ଷଣିକ ମଧ୍ୟରେ ୩ ବଖରା ଚାଳଘର ସମେତ ଘର ଭିତରେ  ଥିବା ସ୍କୁଟି , ସାଇକେଲ, ଟ୍ରଙ୍କ ମଧ୍ୟରେ ଥିବା ଘରର ଗୁରୁତ୍ୱପୂର୍ଣ୍ଣ କାଗଜ ପତ୍ର, ମୋବାଇଲ ଫୋନ, ବସ୍ତ୍ର ସମେତ ଅନ୍ୟାନ୍ୟ ସାମଗ୍ରୀ ଜଳି ଭସ୍ମିଭୂତ ହୋଇଯାଇଛି। ତାସହିତ ଝିଅ ବାହାଘର ପାଇଁ ରଖିଥିବା ଟଙ୍କା, ସୁନା, ରୂପା, ବାସନକୁସନ ଓ କିଛି କାଠ ସାମଗ୍ରୀ ଜଳି ପୋଡି ପାଉଁଶ ହୋଇଯାଇଛି।  ଏବେ ଝିଅ ବାହାଘର କେମିତି ହେବ ସେହି ଚିନ୍ତାରେ ଅଗ୍ନିବିପନ୍ନ କପିଳ କାଣ୍ଡି ଓ ତାଙ୍କ ପତ୍ନୀ କନକ । ଏ ଘଟଣା ଖବର ପାଈଁ ସ୍ଥାନୀୟ ଅଞ୍ଚଳ କିଛି ବ୍ୟକ୍ତି ପହଂଚି ପରିବାରକୁ ଆଶ୍ୱାସନା ଦେବା ଶହ ସ୍ଥାନୀୟ ତହସିଲଦାରଙ୍କୁ ଯୋଗାଯୋଗ କରିବାରୁ ସଂଗେ ସଂଗେ ରାଜ୍ଵସ ନିରୀକ୍ଷକକୁ ପଠାଇ ସ୍ଥିତି ଅନୁଧ୍ୟାନ କରିବା ଶହ ଅଗ୍ନି ବିପନ୍ନ କପିଳ କାଣ୍ଡିଙ୍କୁ ପାଲ ଯୋଗାଇଦେଇଛନ୍ତି।  ତେବେ ଦିନ ମଜୁରିଆ କପିଳ କାଣ୍ଡିଙ୍କ ପରିବାରକୁ ପ୍ରତିପୋଷଣ କରିବାକୁ ସମ୍ପୂର୍ଣ୍ଣ ଅସହାୟ ହୋଇ ପଡିଥିବାରୁ ତାଙ୍କୁ ତୁରନ୍ତ କ୍ଷତିପୂରଣ ଯୋଗାଇଦେବାକୁ ଗ୍ରାମବାସୀ ଦାବୀ କରିଛନ୍ତି ।

Latest Posts

Don't Miss